ପୁରୀ: ଶ୍ରୀମନ୍ଦିର ନିକଟରୁ ବିଦେଶୀ ପକ୍ଷୀ ଉଦ୍ଧାର ହୋଇଛି । ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ପକ୍ଷୀଟି ବୁଲୁଥିବା ଦେଖିବାକୁ ମିଳିଥିଲା । ବିଦେଶୀ ଚଢ଼େଇ ପୋକାକୋକୁ ଉଦ୍ଧାର କଲେ ଶ୍ରୀମନ୍ଦିର ସୁରକ୍ଷା କର୍ମୀ । ପକ୍ଷୀଟିକୁ ଉଦ୍ଧାର କରିବା ପରେ ସୁରକ୍ଷାକର୍ମୀ ପୋଲିସକୁ ସୂଚନା ଦେଇଥିଲେ ।ତେବେ ପକ୍ଷୀଟି କେଉଁଠୁ ଆସିଛି ତାକୁ ନେଇ ତଦନ୍ତ କରୁଛି ପୋଲିସ । ବିଦେଶୀ ପକ୍ଷୀକୁ ଦେଖି ଲୋକଙ୍କ ମନରେ ନାନା ପ୍ରକାରର ସନ୍ଦେହ ସୃଷ୍ଟି ହୋଇଛି
