ବାଲିଗୁଡା: ବାଲିଗୁଡା ଥାନା ମହାସିଙ୍ଗି ବ୍ରିଜ ରେ ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ଦୁର୍ଘଟଣା ବ୍ରିଜ ନିକଟରେ ବାଇକ କୁ ଧକ୍କା ଦେଇ ଚାଲିଗଲା ଅଜଣା ଗାଡି ତେବେ ଘଟଣା ସ୍ଥଳରେ ରେ ଜଣ ଙ୍କ ର ମୃତ୍ୟୁ ହୋଇଥିବା ବେଳେ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟ କୁ ଦୁଇ ଜଣକୁ ଗୁରୁତର ଅବସ୍ଥା ରେ ଉଦ୍ଧାର କରାଯାଇ ଅଣାଯାଇଥିଲା କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ହିଁ ଅନ୍ୟ ଦୁଇ ଜଣ ଙ୍କ ମୃତ୍ୟୁ ଘଟିଛି ତେବେ ଗତ କାଲି ରାତିରେ ବାଇକ ରେ ତିନି ଜଣ ମହାସିଙ୍ଗି ରୁ ବାଲିଗୁଡା ଅଭିମୁଖେ ଆସୁଥିବା ବେଳେ ମହାସିଙ୍ଗି ବ୍ରିଜ ରେ ବିପରୀତ ଦିଗରୁ ଆସୁଥିବା ଅଜଣା ଗାଡି ଧକ୍କା ଦେଇଥିଲା ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବାଇକ କୁ ଦୁର୍ଘଟଣା ସ୍ଥଳରୁ ଶହେ ମିଟର ଦୁରକୁ ଘୋଷାଡ଼ି ନେଇଥିଲା ଅଜଣା ଗାଡି ତେବେ ମୃତକ ତିନି ଜଣ ନବରଙ୍ଗପୁର ଟାଉନ ଥାନା ଅଂଚଳ ର ର ଶୁଭମ ରାଜ ଜେନା, ଚନ୍ଦନ ସୁନା ଓ ସୁନୀଲ ଯାନୀ ବୋଲି ଜଣା ପଡିଛି ବାଲିଗୁଡା ପୋଲିସ ଘଟଣା ର ତଦନ୍ତ ଚଳାଇବା ସହ ଦୁର୍ଘଟଣା ଘଟାଇଥିବା ଅଜଣା ଗାଡି କୁ ଧରିବା ପାଇଁ ଛାନଭିନ୍ ଚଳାଇଛି
