ଫୁଲବାଣୀ: କନ୍ଧମାଳ ଜିଲ୍ଲା ରେ ଶିକ୍ଷା ର ଉନ୍ନତି ଓ ଶିକ୍ଷା କ୍ଷେତ୍ରରେ ସୁଧାର ଆଣିବା ପାଇଁ କନ୍ଧମାଳ ଜିଲ୍ଲାପାଳ ବେଦ ଭୂଷଣ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ଯାହାର ନାମ ଦିଆଯାଇଛି ଟିଚ କନ୍ଧମାଳ। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଏହି କାର୍ଯ୍ୟକ୍ରମ ଜରିଆରେ ପ୍ରତ୍ୟେକ ସୋମବାର ଦିନ ବିଭିନ୍ନ ବ୍ଲକରେ ହେଉଥିବା ଜିଲ୍ଲାପାଳ ଙ୍କ ଜନ ଶୁଣାଣି କାର୍ଯ୍ୟକ୍ରମ ଦିନ ଜନ ଶୁଣାଣି କାର୍ଯ୍ୟକ୍ରମ ରେ ଉପସ୍ଥିତ ସମସ୍ତ ଜିଲ୍ଲା ସୁରୀୟ ଅଧିକାରୀ ସେହି ବ୍ଲକ ର ଗୋଟିଏଅଞ୍ଚଳ ର ଗୋଟିଏ ଗୋଟିଏ ସ୍କୁଲ ପରିଦର୍ଶନ ରେ ଯିବେ, ସେଠାରେ ସେ ପିଲାମାନଙ୍କ ପ୍ରାର୍ଥନା ଠୁ ଆରମ୍ଭ କରି, ସ୍କୁଲର ପାଠ ପଢା, ମାଧହୁ ଭୋଜନ ପ୍ରସ୍ତୁତି, ସ୍କୁଲ ଓ ପିଲାମାନଙ୍କ ପରିଷ୍କାର ପରିଚ୍ଛନତା, ଟଏଲେଟ ର ସୁବିଧା, ସ୍କୁଲ ପରିବେଶ, ସ୍କୁଲ ଗୃହ, ଶିକ୍ଷକ ଓ ପିଲାଙ୍କ ଉପସ୍ଥାନ ସହ ଶିକ୍ଷକ ଓ ପିଲାମାନଙ୍କ ସହ ଏହି କାର୍ଯ୍ୟକ୍ରମ ଜରିଆରେ ସିଧା ସଳଖ ଆଲୋଚନା କରିବା ପାଇଁ ସ୍ଥିର ହୋଇଛି। ଜିଲ୍ଲାପାଳ ଙ୍କ ଏହି କାର୍ଯ୍ୟକ୍ରମ ନିମନ୍ତେ ଶିକ୍ଷକ ଶିକ୍ଷୟତ୍ରୀ ପ୍ରମାଦ ଗଣିଲେଣି । ବୁଦ୍ଧିଜିବୀ ମହଲରେ ଜିଲ୍ଲାପାଳ ଙ୍କ ଏହି କାର୍ଯ୍ୟକ୍ରମ ସ୍ୱାଗତ ଯୋଗ୍ୟ ଏବଂ ଶିକ୍ଷାର ମାନଦଣ୍ଡ ବୃଦ୍ଧି ପାଇବ ବୋଲି ଆଲୋଚନା ହେଉଛି।
