ଫୁଲବାଣୀ: ରାଜସ୍ଥାନ କୋଟା ଠାରେ ଛାତ୍ର ଛାତ୍ରୀ କି ଗୁଞ୍ଜ ସମାବେଶ ରେ ରାହୁଲ ଗାନ୍ଧୀ ଯୋଗ ଦେଇ ଛାତ୍ର ଛାତ୍ରୀ ଉଚ୍ଚ ଶିକ୍ଷା, ନିଯୁକ୍ତି ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷାର ଆଶାୟୀ ଏବଂ ସେମାନଙ୍କ ପରିବାର ସହ ଏକ ଘଣ୍ଟା ଧରି ଆଲୋଚନା କରିବା ସହ ଦେଶରେ ପ୍ରଚଳିତ ଶିକ୍ଷା ବ୍ୟବସ୍ଥାର ପରିବର୍ତ୍ତନ ବିଷୟରେ ରାହୁଲ ଗାନ୍ଧୀ ଯେଉଁ ମତାମତ ଦେଇଥିଲେ ତାକୁ ନେଇ ଆଜି ଅପରାହ୍ନ ୧୨ ଟା ସମୟରେ କନ୍ଧମାଳ ଜିଲ୍ଲା ଫୁଲବାଣୀ ଜାତୀୟ କଂଗ୍ରେସ କାର୍ଯ୍ୟାଳୟ ଠାରେ ମୁଖ୍ୟ ଅତିଥି ଭାବେ ସୁଶ୍ରୀ ଅମିତା ବିଶ୍ୱାଳ ମୁଖପାତ୍ର ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଯୋଗ ଦେଇ ତାଙ୍କ ଉପସ୍ଥିତ ରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ମଞ୍ଚାସିନ ଅତିଥି ଭାବେ ଜି.ଉଦୟ ଗିରି ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ, ଜିଲ୍ଲା ସଭାପତି ଚନ୍ଦ୍ର ଶେଖର ପରିଡ଼ା,ଉପ ସଭାପତି ରଜତ ମହାନ୍ତି,ହେମନ୍ତ କର,ସାଧାରଣ ସମ୍ପାଦକ ବସନ୍ତ ପାଢ଼ୀ,ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସଂଯୁକ୍ତା କହଁର ଯୋଗ ଦେଇଥିଲେ । ଫୁଲବାଣୀ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି ର ପର୍ଯ୍ୟବେକ୍ଷ ତଥା ମୁଖପାତ୍ର ସୁଶ୍ରୀ ଅମିତା ବିଶ୍ୱାଳ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ଯୋଗ ଦେଇ ନିଟ ପେପେର ଲିକ ସମ୍ବଦ୍ଧରେ ଗଭୀର ଆଲୋକପାତ କରି କହିଲେ ଯେ ରାହୁଲ ଗାନ୍ଧୀ କହିଲେ ଭାରତର ଶିକ୍ଷା ବ୍ୟବସ୍ଥା ଛାତ୍ର ଛାତ୍ରୀ ଙ୍କୁ ଶୋଶଣ କରୁଥିବା ମେସିନ୍, ନିଟ୍,ଜେଇ,ଏସ୍ ଏସ୍ ସି, ଆର୍ ଆର୍ ବି,ୟୁ ପି ଏସ୍ ସି, ୫ ଟି ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ଛାତ୍ର ଛାତ୍ରୀ ଙ୍କ ମୋଟ ଖର୍ଚ୍ଚ ୫ ଟି ମନ୍ତ୍ରାଳୟ ବଜେଟ୍ ସହିତ ସମାନ। ୨୨ ଲକ୍ଷ ଛାତ୍ର ଛାତ୍ରୀ ନିଟ୍ ପରୀକ୍ଷା ଦିଅନ୍ତି ସେମାନଙ୍କ ପରିବାର ଏଥି ପାଇଁ ୧.୩୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରନ୍ତି ଏହି ପରିମାଣ ଭାରତ ସରକାର ଙ୍କ ଶିକ୍ଷା ମନ୍ତ୍ରାଳୟ ର ସମଗ୍ର ବଜେଟ୍ ସହ ସମାନ। ବେ ସରକାରୀ ବିଦ୍ୟାଳୟ ଗୁଡିକରେ ଫି ଅତ୍ୟଧିକ।ଏତେବଡ ଫି ସତ୍ତ୍ୱେ ଛାତ୍ର ଛାତ୍ରୀ ଙ୍କୁ ଟ୍ୟୁସନ୍ ,ତା ପରେ ବେ ସରକାରୀ କଲେଜ ଏବଂ ତାପରେ କୋଚିଂ ସେଣ୍ଟର ଯିବାକୁ ପଡୁଛି । ଏହି ସବୁ ଖର୍ଚ୍ଚ କରିବା ପରେ ମଧ୍ୟ ଏକ ନିଶ୍ଚିତ ଦରମା ପ୍ରାପ୍ତ ଚାକିରି ର କୌଣସି ଗ୍ୟାରେଣ୍ଟି ନାହିଁ ବୋଲି କହିଥିଲେ। ତତ୍ ସହିତ କେନ୍ଦ୍ର ଶିକ୍ଷା ବିଭାଗ ଗୋଟିଏ ସଂସ୍ଥା କୁ ଦୋଷ ଦେଇ ଚୁପ ବସିଗଲେ ହେବ ନାହିଁ ବରଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଇସ୍ତଫା ଦେବା ଉଚିତ। କେନ୍ଦ୍ରରେ ବିଭିନ୍ନ ବିଭାଗରେ ୯୦ ଥର ତ୍ରୁଟି ପରିଲକ୍ଷିତ ହୋଇଛି।କେନ୍ଦ୍ରରେ କେହି ଇସ୍ତଫା ଦେବାର ନାହିଁ।ଛାତ୍ର ଛାତ୍ରୀ ଙ୍କ ଭବିଷ୍ୟତ ନେଇ ଖେଳ ଖେକୁଛି ବିଜେପି ସରକାର। ଗରିବ ଛାତ୍ର ଛାତ୍ରୀ ଙ୍କ ମାଆ ବାପା ଙ୍କ ସ୍ୱପ୍ନ ଧୂଳିସାତ ହେଲା। ନିଟ୍ ଆଶାୟୀ ଛାତ୍ରୀ ଆକାଂକ୍ଷା ପ୍ରଶ୍ନ ପତ୍ର ଲିକ୍ ଯୋଗୁଁ ମୃତ୍ୟୁ ବରଣ କଲା ଅନେକ ଛାତ୍ର ଛାତ୍ରୀ ମୃତ୍ୟୁ ବରଣ କଲେ। ଏପଟେ ରାଜ୍ୟ ଶିକ୍ଷା ବିଭାଗରେ ବେପରୁଆ ଭାବେ ପାଠ୍ୟ ପୁସ୍ତକ ରେ ତ୍ରୁଟି।

ଏପରିକି ୧୭ ଶହ ତ୍ରୁଟି ପରଲ୍ଲକ୍ଷିତ ହୋଇଛି।ଗଣିତ ବହିରେ ରଜ ଦୋଳିଖେଳ, ଓ ଇତିହାସ ବହିରେ କର୍ଣ୍ଣାଟକ ଏସେମ୍ବଲ୍ଲି କୁ ଦେଖାଇ କୋଣାର୍କ ମନ୍ଦିର ବୋଲି ଉଲ୍ଲେଖ ରହିଛି ବୋଲି ପୂର୍ବତନ କଂଗ୍ରେସ ମୁଖ୍ୟ ମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ ଙ୍କ ଝିଅ ତଥା ପିସିସି ପର୍ଯ୍ୟବେକ୍ଷିକା ସୁଶ୍ରୀ ଅମିତା ବିଶ୍ୱାଳ ସାମ୍ବାଦିକ ସମ୍ମିଳନୀ ରେ କହିଛନ୍ତି ଛାତ୍ରଅଁ କି ଗୁଞ୍ଜ ଆଲୋଚନା ଚକ୍ରରେ ଏକ ସ୍କାନର ରେ ଛାତ୍ର ଙ୍କୁ ଯୋଡି ହେବା ପାଇଁ ଆହ୍ୱାନ ଦେଇଛନ୍ତି ରାହୁଲ ଗାନ୍ଧୀ। କୋଟା ରେ ଦେଇଥିବା ଭାଷଣ ର ଏକ ଭିଡ଼ିଓ ଚଳଚିତ୍ର ପ୍ରଦର୍ଶିତ ହୋଇଥିଲା ସାମ୍ବାଦିକ ସମ୍ମିଳନୀରେ ସଭାପତି ତ୍ୱ କରି ଜିଲ୍ଲା କଂଗ୍ରେସ କମିଟି ସଭାପତି ଚନ୍ଦ୍ର ଶେଖର ପରିଡା କହିଲେ। ନିଟ୍ ପେପେର ଲିକ୍ ର ସମସ୍ୟା ନେଇ ଫୁଲବାଣୀ ର ପ୍ରତ୍ୟେକ କଲେଜ ର ଛାତ୍ର ଛାତ୍ରୀ ଙ୍କୁ ସଚେତନ କରିବା ପାଇଁ ଛାତ୍ର କଂଗ୍ରେସ ଓ ନେତା ସଚେତନ କରାଇବା ପାଇଁ ଗସ୍ତ କରିବେ। ଆବଶ୍ୟକ ହେଲେ କଂଗ୍ରେସ ଆନ୍ଦୋଳନ କରିବ ବୋଲି କହିଛନ୍ତି ।ଜି ଉଦୟଗିରି ବିଧାୟକ ପ୍ରଫୁଲ୍ଲ ପ୍ରଧାନ କହିଲେ କେନ୍ଦ୍ର ସରକାରଙ୍କ ର ଛାତ୍ର ମାରଣ ନୀତି ଚାଲିଛି। ପ୍ରଧାନ ମନ୍ତ୍ରୀ ମନକି ବାତ ରେ କିଏ ଆଚାର କଲା, କିଏ ଚାଷ କଲା, କିଏ ଲାଖପତି ଦିଦି ଏସବୁ ଆଲୋଚନା କରୁଛନ୍ତି କିନ୍ତୁ କିଏ ମନ୍ଦିର ରୁ ୨୦୦ କୋଟି ଚୋରି କଲା, ନିଟ ପେପେର ଲିକ, ଛାତ୍ର ଛାତ୍ରୀ ଆତ୍ମ ହତ୍ୟା ଓ ମହିଳା ଭତ୍ତା ନ ମିଳିବା ଆଲୋଚନା ହେଉ ନାହିଁ। ଦିଲ୍ଲୀ ର ଝିଅ କୁ ରାୟଗଡାରେ ମାଡ଼ ମରା ଓ ବସ୍ତ୍ର ହରଣ କଥା ଆଲୋଚନା କରୁନାହାନ୍ତି ବୋଲି ସମ୍ମିଳନୀରେ କହି କ୍ଷୋଭ ପ୍ରକାଶ କରିଥିଲେ।ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ଅନ୍ୟ ମାନଙ୍କ ମଧ୍ୟରେ ଗୀତାଞ୍ଜଳି କହଁର ପୂର୍ବତନ ସରପଞ୍ଚ କଂଗ୍ରେସ ନାରୀ ନେତ୍ରୀ , ନନ୍ଦ କିଶୋର ଦାସ, ନଗର ସଭାପତି ସୁବଳ ନାୟକ, ଯୁବ କଂଗ୍ରେସ ସମ୍ପାଦକ ସଂଜୟ କହଁର, ଜିରିମୟ ନାୟକ ଦାରିଙ୍ଗିବାଡି କଂଗ୍ରେସ ବ୍ଲକ ସଭାପତି, ରଞ୍ଜିତ କୁମାର ବେହେରା ଫୁଲବାଣୀ କଂଗେସ ବ୍ଲକ ସଭାପତି ପ୍ରମୁଖ ଯୋଗ ଦେଇଥିଲେ।
