ଫୁଲବାଣୀ: ୧ କୋଟି ୫୦ ଲକ୍ଷ ଟଙ୍କା ର ଗଞ୍ଜେଇ ଚାଲାଣ ମାମଲାରେ ମଧ୍ୟପ୍ରଦେଶ ର ଜଣେ ଡ୍ରଗ୍ସ କିଙ୍ଗ ପିନି ଗିରଫ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଏସ୍ ପି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଏକ ଟ୍ରକ୍ ଯୋଗେ ଫୁଲବାଣୀ ଗୋଛାପଡା ଥାନା ଅନ୍ତର୍ଗତ ବାଳନ୍ଦାପଡ଼ା ଫାଣ୍ଡି ଲୁଇସିଂ ସୂତାଣୁ ଘାଟି ଅଞ୍ଚଳରୁ ମଧ୍ୟପ୍ରଦେଶ କୁ ଦେଢ଼ କୋଟି ଟଙ୍କାର ବେଆଇନ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଗୋଛପଡ଼ା ଥାନା ପୋଲିସ ବିଶ୍ୱସ୍ତ୍ର ସୂତ୍ର ରୁ ଖବର ପାଇ ଚଢ଼ାଉ କରି ସେହି ସ୍ଥାନ ରୁ ୧୪୭୦ କେଜି ଗ୍ରାମ ଗଞ୍ଜେଇ ଜବତ କରିବା ସହ ଗୋଟିଏ ଗଐ ୦୩ ଉଠ ୫୦୩୦ ଞଇଞଇ ଟ୍ରକ୍ କୁ ଜବତ କରି ଜଣେ ଜଗେଶ ମୀନା ନାମକ ଜଣେ ଟ୍ରକ୍ ଡ୍ରାଇଭର କୁ ପୋଲିସ୍ ଗିରଫ କରି ଗୋଛାପଡ଼ା ଥାନା ପକ୍ଷରୁ କେସ ନଂ ୯୦/୨୦୨୬ ଦଫା ବେଆଇନ ଗଞ୍ଜେଇ ଚୋରା ଚାଲାଣ ଏକ ମାମଲା ରୁଜୁ କରି ଥିବା ଆଜି କନ୍ଧମାଳ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆରକ୍ଷୀ ଅଧୀକ୍ଷକ ରାମେନ୍ଦ୍ର ପ୍ରସାଦ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି। କିଛି ଦିନ ତଳେ ମଧ୍ୟପ୍ରଦେଶ ରୁ ପିଆଜ ବୋଝେଇ ଟ୍ରକ୍ ଗୋଛାପଡା ଆସିଥିଲା। ପିଆଜ ଅନଲୋଡ କଲାପରେ ସେହି ଟ୍ରକ ଯୋଗେ ଗଞ୍ଜେଇ ନେଇ ଯାଉଥିଲା। ପୋଲିସ୍ ଖବର ପାଇ ସେହି ଟ୍ରକ କୁ ଖାନ୍ ତଲାସ କରିବାରୁ ୧୪୭୦ କେଜି ଗଞ୍ଜେଇ ଜବତ କରିବା ସହ ଟ୍ରକ୍ ଡ୍ରାଇଭର କୁ ଗିରଫ କରିଥିଲା। ଟ୍ରକ୍ ଡ୍ରାଇଭର କୁ ପୋଲିସ୍ ଗିରଫ କରିବା ପରେ ଏତେ ପରିମାଣ ଗଞ୍ଜେଇ କେଉଁ ସ୍ଥାନ କୁ ଯାଉଥଲା ବୋଲି ପୋଲିସ ଡ୍ରାଇଭର କୁ ପଚରା ଉଚରା କରି ବାରୁ ମଧ୍ୟପ୍ରଦେଶ କୁ ଗଞ୍ଜେଇ ଚାଲାଣ ହେଉଥିଲା। ମଧ୍ୟ ପ୍ରଦେଶ ଗଞ୍ଜେଇ ମାଫିଆ କିଙ୍ଗପିନ ଆଦିତ୍ୟ ମିଶ୍ରା ଅରଫ ରାକେଶ ଓରଫ ସାବେରୀୟା ବୋଲି ଡ୍ରାଇଭର ପୋଲିସ୍ କହି କିଙ୍ଗି ପିନ ର ସମ୍ପୂର୍ଣ୍ଣ ଠିକଣା ଦେବାରୁ ଗୋଛପଡା ପୋଲିସ ମଧ୍ୟ ପ୍ରଦେଶ ଯାଇ ଗଞ୍ଜେଇ ମାଫିଆ କିଙ୍ଗପିନ ସବେରିଆ କୁ ଗିରଫ କରିବା ସହ କିଙ୍ଗପିନ୍ ଠାରୁ ଗୋଟିଏ ନିୟୁ ମଡେଲ ଧଳା ରଙ୍ଗ ର ମହିନ୍ଦ୍ରା ସ୍କର୍ପିଓ ସହ ୪ ଟି ମୋବାଇଲ୍ ଫୋନ୍ ପୋଲିସ୍ ଜବତ କରିଥିବା ସାମ୍ବାଦିକ ସମ୍ମିଳନୀରେ କନ୍ଧମାଳ ଏସ୍ ପି ରାମେନ୍ଦ୍ର ପ୍ରସାଦ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି। ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରେ ସଦର ଏସ୍ ଡି ପି ଓ ଶୁଭ୍ରଜିତ୍ ବିଶ୍ୱାଳ,ଗୋଚ୍ଛାପଡା ଥାନା ଅଧିକାରୀ ଶୁଭ୍ରଜିତ୍ ସାମନ୍ତ ରାୟ,ସାଇବର୍ ସେଲ୍ ଏ ଏସ୍ ଆଇ ନୀଳମାଧବ ଦାସ ,କନେଷ୍ଟ ବଲ୍ ସାଇପ୍ରିୟା ଦାସ ଓ ରାଜେଶ କହଁର ପ୍ରମୁଖ ମଧ୍ୟପ୍ରଦେଶ ଯାଇ ଗଞ୍ଜେଇ ମାଫିଆ କିଙ୍ଗପିନ୍ କୁ ଗିରଫ ଚଢ଼ାଉ ରେ ସାମିଲ ଥିବା ବେଳେ ସାମ୍ବାଦିକ ସମ୍ମିଳନୀରେ ରେ ଉପସ୍ଥିତି ଥିଲେ।
