ଭଂଜନଗର: ଦିଅର ର ଟାଙ୍ଗିଆ ଚୋଟରେ ଭାଉଜଙ୍କ ମୃତ୍ୟୁ ଘଟଣାରେ ଦିଅର ଏବଂ ତାଙ୍କ ସ୍ତ୍ରୀ ଗିରଫ । ଘଟଣାରେ ସଂପୃକ୍ତ ନାବାଳକ ପୁତୁରା କୁ ବାଳ ସ୍ୱପ୍ନାର ଗୃହକୁ ପଠାଇଲା ପୋଲିସ । ଗତ କାଲି ପାରିବାରିକ ଅସନ୍ତୋଷକୁ କେନ୍ଦ୍ରକରି, ଗାଙ୍ଗପୁର ଥାନା ଅନ୍ତର୍ଗତ ପାଲକଷଣ୍ଢା ଗାଁ ନିକଟରେ ଘଟିଥିଲା ହତ୍ୟାକାଣ୍ଡ । ଏଥିରେ ବଡ଼ ଭାଉଜ ତଥା ଗୈ।ରାଙ୍ଗ ପ୍ରଧାନଙ୍କ ସ୍ତ୍ରୀ ଭାସି ପ୍ରଧାନଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ମା’ କୁ ବଞ୍ଚାଇବାକୁ ଯାଇ ଆହତ ହୋଇଥିବା ପୁଅ ଚିକିତ୍ସାଧୀନ ରହିଛି । ପାରିବାରିକ ଅସନ୍ତୋଷକୁ କେନ୍ଦ୍ରକରି ହତ୍ୟାକାଣ୍ଡ ଘଟିଥିଲା । ଗାଁ ନିକଟ ଏକ ଚାଷ ଜମିରେ ଛେଳି ଚରାଉଥିବା ବେଳେ, ଭାସି ପ୍ରଧାନ ଏବଂ ତାଙ୍କ ପୁଅଙ୍କ ଆକ୍ରମଣ କରିଥିଲେ, ଦିଅର ମୂରଲୀ ପ୍ରଧାନ । ଏନେଇ ଗାଙ୍ଗପୁର ପୋଲିସ, ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା ।
