ୟୁପି: ବନ୍ଦ କୋଠରୀରୁ ପରିବାର ୫ ସଦସ୍ୟଙ୍କ ମୃତଦେହ ଠାବ

Spread the love

ସାହାରନପୁର: ଉତ୍ତରପ୍ରଦେଶର ସାହାରନପୁର ଜିଲ୍ଲାରେ ସରସାୱା ଥାନା ଅଧୀନ କୌଶିକ ବିହାର କଲୋନୀର ଏକ ବନ୍ଦ କୋଠାରୀ ଭିତରୁ ମଙ୍ଗଳବାର ସକାଳୁ ଜଣେ ଅମିନଙ୍କ ସହ ତାଙ୍କ ପରିବାର ଅନ୍ୟ ୪ ସଦସ୍ୟଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ସମସ୍ତଙ୍କ ମୁଣ୍ଡରେ ଗୁଳିଚିହ୍ନ ରହିଥିବା ପୋଲିସ କହିଛି। ମୃତହେଦ ପଡ଼ିଥିବା କୋଠରୀଟି ରକ୍ତରେ ବୁଡ଼ିଯାଇଥିଲା। ଘଟଣାସ୍ଥଳରୁ ୩ଟି ପିସ୍ତଲ ପୋଲିସ ଜବତ କରିଛି। ମୃତକମାନେ ହେଲେ ରାଜସ୍ୱ ଅଧିକାରୀ ଅଶୋକ ରଥୀ (୪୦), ମା’ ବିଦ୍ୟାବତୀ (୭୦), ପତ୍ନୀ ଅଜନ୍ତା(୩୭), ଦୁଇ ପୁଅ କାର୍ତ୍ତିକ(୧୬) ଓ ଦେବ(୧୩)। ଘଟଣାଟି ସଂପୃକ୍ତ ଅଞ୍ଚଳରେ ଦୁଃଖ ଓ ଆତଙ୍କ ଖେଳାଇ ଦେଇଛି। ଜିଲ୍ଲା ଏସ୍‌ପି ଆଶିଷ ତିୱାରୀ କହିଛନ୍ତି ଯେ ସୂଚନା ପାଇବାମାତ୍ରେ ପୋଲିସ ଓ ଫରେନସିକ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚିିଥିଲେ। ଏହା ହତ୍ୟା ନା ଆତ୍ମହତ୍ୟା ପୋଲିସ ସବୁଦିଗରୁ ଅନୁସନ୍ଧାନ ଚଳାଇଛି। ଅଶୋକଙ୍କ ମାନସିକ ସ୍ଥିତି କିପରି ଥିଲା, ତାହାର ଯାଞ୍ଚ କରାଯାଉଛି। ତାଙ୍କ ଭଉଣୀ ଅଶୋକଙ୍କ ଘରଠାରୁ ୨୦୦ ମିଟର ଦୂରରେ ରହୁଥିଲେ। ସେ ସକାଳୁ ଭାଇଙ୍କୁ ବାରମ୍ବାର ଫୋନ କରିବା ପରେ ଉତ୍ତର ନ ମିଳିବାରୁ ତାଙ୍କ ସ୍ୱାମୀ ଓ ପୁଅ ଅଶୋକଙ୍କ ଘରେ ପହଞ୍ଚି ଘଟଣା ସଂପର୍କରେ ପୋଲିସକୁ ସୂଚନା ଦେଇଥିଲେ। ପାଖ ପଡୋଶୀଙ୍କ କହିବା ଅନୁସାରେ ଅଶୋକଙ୍କ ପରିବାର ଖୁବ୍ ଶାନ୍ତ ସ୍ୱଭାବର ଥିଲେ। କାହା ସହ ତାଙ୍କର ବିବାଦ ନଥିଲା।

Leave a Reply

Your email address will not be published. Required fields are marked *

error: Content is protected !!