ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହିଂସାକାଣ୍ଡ ଜାରି; ପେଟ୍ରୋଲ ପମ୍ପ୍ କର୍ମଚାରୀଙ୍କୁ ଗାଡ଼ି ମଡ଼ାଇ ହତ୍ୟା

Spread the love

ଢାକା: ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଉପରେ ହିଂସାକାଣ୍ଡ ଥମିବାର ନାଁ ନେଉନାହିଁ। ରାଜବାରି ଜିଲ୍ଲାରେ ପେଟ୍ରୋଲ ପମ୍ପ୍‌ରେ ତେଲ ବାବଦ ଟଙ୍କା ମାଗିବାରୁ ଜଣେ ୩୦ ବର୍ଷୀୟ ହିନ୍ଦୁଙ୍କୁୁୁ କାର ମଡାଇ ହତ୍ୟା କରାଯାଇଛି। ସେ ହେଉଛନ୍ତି ରିପନ ଶାହା। ସେ ଏକ ପେଟ୍ରୋଲ ଷ୍ଟେସନରେ କାମ କରୁଥିଲେ। ଅଭିଯୁକ୍ତ ଜଣକ ହେଲେ ଅବଦୁଲ ହାସିମ। ପୋଲିସ୍ ଗାଡ଼ି ଜବତ କରିବା ସହ ଅବଦୁଲଙ୍କୁ ଗିରଫ କରିଛି। ସେ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି(ବିଏନପି)ର ଜଣେ ସ୍ଥାନୀୟ ନେତା ବୋଲି ଜଣାପଡ଼ିଛି। ଏହାଛଡ଼ା ଗାଡ଼ିର ଡ୍ରାଇଭରକୁ ମଧ୍ୟ ପୋଲିସ ଗିରଫ କରିଛି। ରିପୋର୍ଟ ଅନୁସାରେ ଅବଦୁଲ ରିପନ କାମ କରୁଥିବା ପେଟ୍ରୋଲ ପକାଇ ଖସିଯିବାକୁ ଉଦ୍ୟମ କରୁଥିଲେ। ଏହା ଦେଖି ରିପନ ତାଙ୍କ ଗାଡ଼ିକୁ ଅଟକାଇଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଅବଦୁଲ ରିପନଙ୍କ ଉପରେ ଗାଡ଼ି ମଡ଼ାଇ ଦେଇଥିଲେ। ଫଳରେ ତାଙ୍କର ଜୀବନ ଚାଲିଯାଇଥିଲା।

Leave a Reply

Your email address will not be published. Required fields are marked *

error: Content is protected !!