ଟାଙ୍ଗୀ -ଚୌଦ୍ୱାର: ଚୌଦ୍ୱାର ଥାନା ଅନ୍ତର୍ଗତ କପାଳେଶ୍ୱର ଏରିଆର ଜଣେ ଜଣା ଶୁଣା ଡାକ୍ତର ଶରତ ସିଂ ଙ୍କ ଘରେ ଜଣେ ସନ୍ଧିଗ୍ଧ ଅପରାଧୀ ମାରଣାସ୍ତ୍ର ଧରି ଘରେ ପଶିବା ଘଟଣା ଓ ସମ୍ପୂର୍ଣ୍ଣ ଘରକୁ ପୁଲିସ ଘେରାଉ କରି ରଖିବା ସହ ଦୀର୍ଘ ଚାରି ଘଣ୍ଟା ର ଅପରେସନ ପରେ ସେହି ଅପରାଧୀ କୁ ପାଇନଥିଲେ ।ଏହି ବାମ ପଟ ଓ ଢାହଣ ପଟ ରାସ୍ତା ସମ୍ପୂର୍ଣ୍ଣ ଠପ ହୋଇପଡି ରହିବା ସହିତ ଆଖପାଖ ଲୋକେ ନାହିଁ ନଥିବା ର ସମ୍ମୁଖୀନ ହୋଇଥିଲେ ।ପ୍ରକାଶ ଯେ ଦିନ ୧ଟା ସମୟରେ ତିନି ଜଣ ସନ୍ଧିଗ୍ଧ ବ୍ୟକ୍ତି ଏହି ଘର ପାଖରେ ଏପଟ ସେପଟ ହେବାର ଦେଖିବାକୁ ମିଳିଥିଲା। ପରେ ଏହି ଘରେ ଭଡା ରହୁଥିବା ଜଣେ ସନ୍ଦିଗ୍ଧ ବ୍ୟକ୍ତି ଙ୍କୁ ଘର ଭିତରେ ପଶିଥିବାର ଦେଖିଥିଲେ । ଡ଼ ସିଂ ଘରେ ପହଂଚିବା ପରେ ଘରେ ରହୁଥିବା ବ୍ୟକ୍ତି ସୂଚନା ଦେଇଥିଲେ । ପରେ ଡ଼ ସିଂ ଚୌଦ୍ୱାର ଥାନା କୁ ଖବର ଦେଇଥିଲେ ।ସଂଗେ ସଂଗେ ପୁଲିସ, ବମ ସ୍କ୍ୱାର୍ଡ, ସ୍ପେଶାଲ ସ୍କ୍ୱାର୍ଡ ପହଂଚି ଘରକୁ ନିଜ ଆୟତ୍ତ କୁ ନେବାସହିତ ଘଟଣା ସ୍ଥଳରେ କଟକ ଡିସିପି ଋଷିକେଶ ଖିଲାର, କଟକ ଜୋନ ୱାନ ଏସିପି ଅରୁଣ ସ୍ୱାଇଁ ଓ ଥାନାଧିକାରୀ ଘର ଭିତରେ ପଶି ଖୋଜିବା ଆରମ୍ଭ କରିଥିଲେ । ଅନ୍ୟ ପକ୍ଷ ରେ ପୁଲିସ କୌଣସି ବ୍ୟକ୍ତିଙ୍କୁ ପାଇନଥିଲେ । ଅତି ଆଶ୍ଚର୍ଯ୍ୟ ର କଥା ଘରର ସିସିଟିଭି କ୍ୟାମେରା କୁ ୩:୧୫ ବନ୍ଦ ହେବାର ଘଟଣା ସାମ୍ନା କୁ ଆସିଛି । ଏହି ଘଟଣା ଉପରେ ସ୍ପଷ୍ଟୀକରଣ କଟକ ଡିସିପି ଶ୍ରୀ ଖିଲାର ରଖିଥିଲେ ସୁଦ୍ଧା ଆଗାମୀ ଦିନ ରେ ଫୁଟେଜ଼ କୁ ଭିତ୍ତି କରି ତଦନ୍ତ ହେଲେ ସାମ୍ନା କୁ ଆସିବ ବୋଲି ଗଣ ପ୍ରକାଶ କରିଥିଲେ ।
