ତେହେରାନ: ଇରାନରେ ୨,୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ହିଂସା ଥମିନାହିଁ। ତେଣେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଆନ୍ଦୋଳନକାରୀ ପଛକୁ ନ ହଟିବାକୁ ଉତ୍ସାହିତ କରୁଛନ୍ତି। ଏଭଳି ପରିସ୍ଥିତିରେ ଇରାନରେ ରହୁଥିବା ଭାରତୀୟଙ୍କ ଜୀବନ ସୁରକ୍ଷିତ ନୁହେଁ। ତେଣୁ ସେମାନଙ୍କୁ ତୁରନ୍ତ ଦେଶ ଛାଡ଼ିବାକୁ ତେହେରାନରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ସାନି ସୁରକ୍ଷା ଆଡଭାଇଜରି ଜାରି କରାଯାଇଛି। ଇରାନରେ ଥିବା ଭାରତୀୟ ଛାତ୍ର, ତୀର୍ଥଯାତ୍ରୀ, ବ୍ୟବସାୟୀ, ପର୍ଯ୍ୟଟକଙ୍କ ସମେତ ସାଧାରଣ ନାଗରିକ ନିଜ ନିଜ ସୁବିଧାରେ ଯଥାଶୀଘ୍ର ସ୍ୱଦେଶ ଫେରିଯିବାକୁ ଦୂତାବାସ ପରାମର୍ଶ ଦେଇଛି। ଅର୍ଥନୈତିକ ସଂସ୍କାର ଓ କ୍ଷମତା ପରିବର୍ତ୍ତନ ଦାବି କରି ଇରାନରେ ତିନି ସପ୍ତାହ ଧରି ତୀବ୍ର ଆନ୍ଦୋଳନ ଚାଲୁ ରହିଛି। ଫଳରେ ପରିସ୍ଥିତି ଅଧିକ ଭୟଙ୍କର ହେବାରେ ଲାଗିଛି।
ତୁରନ୍ତ ଇରାନ ଛାଡ଼ିବାକୁ ଭାରତୀୟଙ୍କୁ ପରାମର୍ଶ















Leave a Reply