ସିଙ୍ଗାପୁର: ଲୋକପ୍ରିୟ ଅହମୀୟା କଣ୍ଠଶିଳ୍ପୀ ଜୁବିନ ଗର୍ଗଙ୍କ ମୃତ୍ୟୁ ରହସ୍ୟର ପର୍ଦ୍ଦାଫାସ୍ ହୋଇଛି। ତାଙ୍କୁ ହତ୍ୟା କରାଯାଇ ନାହିଁ; ସେ ପାଣିରେ ବୁଡ଼ି ପ୍ରାଣ ହରାଇଥିବା ସିଙ୍ଗାପୁର ପୋଲିସ କହିଛି। ୫୨ ବର୍ଷୀୟ ଜୁବିନ ଗତବର୍ଷ ସେପ୍ଟେମ୍ବର ମାସରେ ଉତ୍ତର ପୂର୍ବାଞ୍ଚଳ ଭାରତୀୟ ମହୋତ୍ସବରେ ଯୋଗଦେବା ଲାଗି ସିଙ୍ଗାପୁର ଯାଇଥିଲେ। ତେବେ ଉତ୍ସବର ଦିନକ ପୂର୍ବରୁ ସେପ୍ଟେମ୍ବର ୧୯ ତାରିଖ ଦିନ ଲାଜାରୁସ୍ ଦୀପରେ ଚାଲିଥିବା ଇୟତ ପାର୍ଟି ସମୟରେ ପାଣିରେ ବୁଡ଼ିଯାଇଥିଲେ। ତାଙ୍କ ମୃତ୍ୟୁ ଘଟଣା ସଂଗୀତପ୍ରେମୀ ମହଲରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଥିଲା। ତାଙ୍କୁ ହତ୍ୟା କରାଯାଇଥିବା ପରିବାରର ଅଭିିଯୋଗ ଆଣିଥିଲେ। ତେବେ ଘଟଣାର ତଦନ୍ତ ପରେ ଏବେ କୋର୍ଟ ମୃତ୍ୟୁ ରହସ୍ୟ ଉନ୍ମୋଚନ କରିଛନ୍ତି। ଘଟଣାର ମୁଖ୍ୟ ତଦନ୍ତକାରୀ କୋର୍ଟକୁ ଜଣାଇଛନ୍ତି, ଜୁବିନ ଆରମ୍ଭରୁ ଏକ ଲାଇଫ୍ ଜ୍ୟାକେଟ୍ ପିନ୍ଧିଥିଲେ। ପରେ ଅବଶ୍ୟ ସେ ଏହାକୁ ଉତାରି ଦେଇଥିଲେ। ଏପରିକି ତାଙ୍କୁ ଯଚା ଯାଇଥିବା ଦ୍ୱିତୀୟ ଜ୍ୟାକେଟ୍ ନେବାକୁ ସେ ମନା କରିଦେଇଥିଲେ। ସେ ପ୍ରଚୁର ମଦ୍ୟପାନ କରିଥିଲେ। ସେ ହାଇପରଟେନସନ ଓ ଅପସ୍ମାର ରୋଗରେ ପୀଡ଼ିତ ଥିବା ତାଙ୍କ ଚିକିତ୍ସା ତଥ୍ୟରୁ ଜଣାପଡ଼ିଥିଲା। ତେଣୁ ତାଙ୍କ ମୃତ୍ୟୁ ପଛରେ କୌଣସି ଷଡ଼ଯନ୍ତ୍ର ନଥିବା ପୋଲିସ କୋର୍ଟକୁ ଜଣାଇଥିଲେ।
ପାଣିରେ ବୁଡ଼ି ଜୁବିନ୍ ଗର୍ଗଙ୍କ ମୃତ୍ୟୁ ଘଟିଥିଲା: ସିଙ୍ଗାପୁର ପୋଲିସ














Leave a Reply