ଥାଇଲାଣ୍ଡରେ ଚଳାନ୍ତ ଟ୍ରେନ ଉପରେ ଖସିପଡ଼ିଲା କ୍ରେନ୍‌; ୨୨ ମୃତ, ୮୦ରୁ ଅଧିକ ଆହତ

Spread the love


ବ୍ୟାଙ୍କକ: ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକରେ ବୁଧବାର ସକାଳୁ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା ଘଟିଛି। ନିର୍ମାଣକାର୍ଯ୍ୟରେ ନିୟୋଜିତ ଏକ କ୍ରେନ୍ ଚଳନ୍ତା ଟ୍ରେନ୍ ଉପରେ ଖସି ପଡ଼ିବାରୁ ଅତିକମରେର ୨୨ଜଣଙ୍କ ପ୍ରାଣହାନି ଘଟିବା ସହ ୮୦ ଜଣ ଆହତ ହୋଇଛନ୍ତି। ଭଙ୍ଗା ଟ୍ରେନ୍ ତଳେ ଆଉ କିଛି ଯାତ୍ରୀ ଚାପି ହୋଇରହିଥିବା ସ୍ଥାନୀୟ ପୋଲିସ କହିଛି।

ବ୍ୟାଙ୍କର ଉତ୍ତରାଞ୍ଚଳରୁ ୨୩୦କିମି ଦୂର ନାଖୋନ ରାଟଛାସିମା ପ୍ରଦେଶର ସିଖିଓ ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଛି। ଟ୍ରେନଟି ବ୍ୟାଙ୍କକରୁ ୟୁବନ ରାଟଛାହାନି ପ୍ରଦେଶକୁ ଯାତ୍ରା କରୁଥିଲା। ସ୍ଥାନୀୟ ସମୟ ସକାଳ ୯ଟା ୫ମିନିଟ୍ ସମୟରେ ହାଇସ୍ପିଡ୍ ରେଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ଏକ କ୍ରେନ୍ ହଠାତ୍ ଖସି ପଡ଼ି ଟ୍ରେନ ଉପରେ ଅଜାଡ଼ି ହୋଇ ପଡ଼ିଥିଲା। ଫଳରେ ଟ୍ରେନଟି ଲାଇନଚ୍ୟୁତ ହେବା ସହ ଏଥିରେ ନିଆଁ ଲାଗିଯାଇଥିଲା। ପରେ ନିଆଁକୁ ଆୟତ୍ତ କରାଯାଇ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା। ରାଜ୍ୟ ପରିବହନ ମନ୍ତ୍ରୀ ପିଫତ ରାଟଚାକିତପ୍ରକନ କହିଛନ୍ତି ଯେ, ଟ୍ରେନଟିରେ୧୯୫ଜଣ ଯାତ୍ରା କରୁଥିଲେ। ଦୁର୍ଘଟଣାର କାରଣ ଜାଣିବା ପାଇଁ ତଦନ୍ତ ଆଦେଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *

error: Content is protected !!