ନୂଆ ୪ ଲକ୍ଷ ୫୭ ହଜାର ୬୮୧ଜଣଙ୍କୁ ଖୁବ୍‌ଶୀଘ୍ର ମିଳିବ ଟଙ୍କା

Spread the love

ଭୁବନେଶ୍ୱର(ବ୍ୟୁରୋ): ଚଳିତ ସପ୍ତାହରେ ମିଳିବ ସୁଭଦ୍ରା ଟଙ୍କା । ୪ଲକ୍ଷ ୫୭ହଜାର ୬୮୧ଜଣଙ୍କୁ ଖୁବଶୀଘ୍ର ମିଳିବ ସୁଭଦ୍ରା ଟଙ୍କା । ନୂଆ ଭାବେ ଯୋଡ଼ି ହୋଇଥିବା ୧ ଲକ୍ଷ ୭୮ ହଜାର ୩୯୮ ହିତାଧିକାରୀଙ୍କୁ ମିଳିବ ଟଙ୍କା । ଏହାସହ ବିଭିନ୍ନ କାରଣ ପାଇଁ କଟିଯାଇଥିବା ୨୪ ହଜାର ୧୮ ଜଣ ହିତାଧିକାରୀଙ୍କୁ ଏଥର ମିଳିବ ଟଙ୍କା । ସେହିପରି ତୃତୀୟ କିସ୍ତି ପାଇଥିଲେ କିନ୍ତୁ ପ୍ରଥମ, ଦ୍ୱିତୀୟ କିସ୍ତିରେ ତାଙ୍କ ନାମ ନଥିଲା । ସେଭଳି ୨ ଲକ୍ଷ ୫୫ ହଜାର ୨୬୫ଜଣ ହିତାଧିକାରୁଙ୍କୁ ମିଳିବ ଟଙ୍କା । ଚଳିତ ସପ୍ତାହରେ ୨୫୦ କୋଟିରୁ ଅଧିକ ଟଙ୍କା ଆକାଉଂଟକୁ ଯିବ ।ନୂଆବର୍ଷ ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଥିଲେ, ନୂଆବର୍ଷରେ ଏକାଥରକେ ଦୁଇଟି କିସ୍ତି ପାଇବେ ନୂଆ ସୁଭଦ୍ରା ହିତାଧିକାରୀ । ଆମେ ପୋର୍ଟାଲ ଖୋଲିଛୁ । ୨୧ ବର୍ଷ ଯାହାକୁ ହେଲା ସେମାନେ ଆପେ ଆପେ ଯୋଡ଼ି ହେଉଛନ୍ତି । ସମସ୍ତେ ସୁଭଦ୍ରା ଟଙ୍କା ପାଇବେ ସେଥିପାଇଁ ଆମ ବିଭାଗ କାମ କରୁଛି । କ୍ଷେତ୍ର ପରିଦର୍ଶନ ପରେ ସୁଭଦ୍ରା ଯୋଜନାରେ ଯୋଡ଼ି ହେଲେଣି ୧୭ ଲକ୍ଷରୁ ଉର୍ଦ୍ଧ୍ୱ ମହିଳା । ବର୍ତ୍ତମାନ ୧ କୋଟି ୩ ଲକ୍ଷ ୮୯ ହଜାର ୮୦୧ ମହିଳା ପ୍ରଥମ ଓ ଦ୍ୱିତୀୟ କିସ୍ତି ପାଇଛନ୍ତି । ସେଥି ମଧ୍ୟରୁ ୯୭ ଲକ୍ଷ ୫୧ ହଜାର ୪୭୯ ଜଣ ମହିଳା ସୁଭଦ୍ରା ଟଙ୍କା ପାଇଛନ୍ତି । ଅନ୍ୟପଟେ କନ୍ୟା ବିବାହ ଯୋଜନାରେ ବିବାହ ଉପହାର ସାମଗ୍ରୀର ଯୋଗାଣ ପାଇଁ ଉତ୍କଳିକା ଓ ମହିଳା ଓ ଶିଶୁ ବିକାଶ ବିଭାଗ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ଝିଅମାନଙ୍କୁ ଶାଢୀ, ଚୁଡ଼ି, ପାଉଁଜି, ବିନ୍ଦି ଭଳି ବ୍ୟବହାର ସାମଗ୍ରୀ ମିଳିବ । ଏହି ସବୁ ସାମଗ୍ରୀର ଉତ୍କଳିକା ମାଧ୍ୟମରେ ହିତାଧିକାରୀଙ୍କୁ ଯୋଗାଇବେ ସରକାର । ଏହା ଦ୍ୱାରା ଓଡ଼ିଶାର ହସ୍ତଶିଳ୍ପ ଓ ହସ୍ତକଳା କ୍ଷେତ୍ରକୁ ମଧ୍ୟ ପ୍ରୋତ୍ସାହନ ମିଳିବ ବୋଲି କୁହାଯାଇଛି । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଉପସ୍ଥିତିରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ମୂଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ମୋଟ ୫୧ ହଜାର ଟଙ୍କା ସହାୟତା ରାଶି ଦେବେ ସରକାର । ବାହାଘର ପଞ୍ଜିକରଣ ହେବାର ୭ ଦିନ ପରେ ହିତାଧିକାରୀଙ୍କ ଆକାଉଂଟକୁ ଯିବ ୩୫ ହଜାର ଟଙ୍କା । ଉପହାର ପାଇଁ ୧୦ ହଜାର ଓ ସାଜ ସଜା ପାଇଁ ୬ ହଜାର ଟଙ୍କା ଦେବେ ସରକାର। ପୂର୍ବରୁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ପାଇଁ ଗାଇଡଲାଇନ ଆସିଥିବା ବେଳେ ଆଜି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି।

Leave a Reply

Your email address will not be published. Required fields are marked *

error: Content is protected !!