ଜେଟିପି ଓ ଶ୍ରୀମନ୍ଦିର ସ୍ୱତନ୍ତ୍ର ସୁରକ୍ଷା ବାହିନୀ ପ୍ରସଙ୍ଗକୁ ନେଇ ସମନ୍ୱୟ ବୈଠକ

Spread the love


ପୁରୀ (ବ୍ୟୁରୋ): ଶ୍ରୀମନ୍ଦିର ସାତପାହାଚ ନିକଟରେ ରବିବାର ଦିନ ସକାଳେ ଜେଟିପି ଓ ଶ୍ରୀମନ୍ଦିର ସ୍ୱତନ୍ତ୍ର ସୁରକ୍ଷାବାହିନୀ ମଧ୍ୟରେ ବଚସା ଓ ଧସ୍ତାଧସ୍ତିକୁ ନେଇ ଏକ ଘଂଟା ରୁ ଉର୍ଦ୍ଧ୍ୱ ସମୟ ପର୍ଯ୍ୟନ୍ତ ମହାପ୍ରଭୁଙ୍କୁ ଭକ୍ତ ଦର୍ଶନ କରିପାରିନଥିଲେ । ଏହି ଘଟଣାକୁ ନେଇ ସୋମବାର ଦିନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ସମନ୍ୱୟ ବୈଠକ ଶ୍ରୀମନ୍ଦିର କାର୍ଯ୍‌ଯାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଉଭୟପକ୍ଷ ଭବିଷ୍ୟତରେ ଏପରି ଘଟଣା ଘଟାଇବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ । ମୁଖ୍ୟ ପ୍ରଶାସକ ଗଣମାଧ୍ୟମକୁ କହିଛନ୍ତି ମହାପ୍ରଭୁଙ୍କ ନୀତିକାନ୍ତି ସମ୍ପାଦନରେ ସମସ୍ତଙ୍କ ସହଯୋଗ ଆବଶ୍ୟକ । ଏହି ବୈଠକରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ,ଏସପି ପ୍ରତୀକ ସିଂ, ଶ୍ରୀମନ୍ଦିର ସ୍ୱତନ୍ତ୍ର ସୁରକ୍ଷା ବାହିନୀର ଅଧିକାରୀ ଓ ଶ୍ରୀମନ୍ଦିର କମାଣ୍ଡର ଓ ନୀତିକାନ୍ତିର ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ। ପ୍ରତି ମାସରେ ସମନ୍ୱୟ ବୈଠକ କରାଯିବ । ଏହି ବୈଠକରେ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ, ସୁରକ୍ଷା ବାହିନୀ ଓ ଜେଟିପି ଯୋଗଦେବେ । ମହାପ୍ରଭୁଙ୍କ ପ୍ରୋଟୋକଲ ଦର୍ଶନ ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ କରାଯିବ । ଏଥିପାଇଁ ସ୍ୱତନ୍ତ୍ର ଏସଓପି ବ୍ୟବସ୍ଥା ହେବ । ଶ୍ରୀମନ୍ଦିର ଭିତର ମୋବାଇଲ ଫୋନରେ କେହି ଫଟୋ ଉଠାଇବେ ନାହିଁ । ନିତିକାନ୍ତିର ଆବଶ୍ୟକ ହେଲେ ସମନ୍ୱୟ ଅଧିକାରୀ ଫୋନ କରିପାରିବେ । ପୋଲିସ କର୍ମଚାରୀ ଓ ଭକ୍ତ ମୋବାଇଲ ଫୋନ ବ୍ୟବହାର କରିପାରିବେ ନାହିଁ । ଜେଟିପି ଓ ସୁରକ୍ଷା ବାହିନୀ ପଦବୀ ପୂରଣ ପାଇଁ ରାଜ୍ୟ ସରକାରଙ୍କୁ ଜଣାଇ ଦିଆଯିବ। ଗତକାଲି ଘଟଣା ପାଇଁ ଏସପି ଓ ଶ୍ରୀମନ୍ଦିର ପ୍ରଶାସନ ତଦନ୍ତ କରିବେ । ଭକ୍ତ ଦର୍ଶନ ବନ୍ଦ ଘଟଣାରେ ମୁଖ୍ୟ ପ୍ରଶାସକ ଦୁଃଖ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *

error: Content is protected !!