ପୁରୀ: ଭୁବନେଶ୍ୱର ସ୍ଥିତ ଗଣ୍ଡମୁଣ୍ଡା ଓଡ଼ିଶା ଗ୍ରାମ୍ଯ ବ୍ଯାଙ୍କ ପବ୍ଲିସିଟି କମ କଲେକସନ ରିପ୍ରେଜେଣ୍ଟେଟିଭସ୍ ଆସୋସିଏସନର ପୁରୀ ଅଠରନଳା ସ୍ଥିତ ରୟାଲ ମଣ୍ଡପ ଠାରେ ଟ୍ରେଡ ୟୁନିୟନର ଉଦଘାଟନୀ ଉତ୍ସବ ଆନନ୍ଦ ଉଲ୍ଲାସର ସହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ଯ ଅତିଥି ଭାବେ ରାଜ୍ଯସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ଯୋଗଦେଇ ଶ୍ରୀଜଗନ୍ନାଥଙ୍କ ପ୍ରତ୍ତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ପୂର୍ବକ ଉଦଘାଟନ କରି କହିଲେ ଗ୍ରାମ୍ଯ ବ୍ଯାଙ୍କ ଏଜେଣ୍ଟ ମାନଙ୍କ କମିଶନ ବୃଦ୍ଧି ସହ ସେମାନଙ୍କ ଇନସ୍ୟୁରାନ୍ସ ନିହାତି ଆବଶ୍ୟକ । ସେମାନଙ୍କ ଅକ୍ଲାନ୍ତ ଉଦ୍ଯମ ଓ ପରିଶ୍ରମ ଯୋଗୁ ବ୍ଯାଙ୍କର ଉର୍ନ୍ନତିକରଣ ହେଉଛି । ସେମାନଙ୍କ ଭବିଷ୍ୟତ ପାଇଁ ଆସୋସିଏସନର ଏକ ଗୃହ ନିର୍ମାଣ ଓ ଅନ୍ଯାନ୍ଯ ସୁବିଧା ଅସୁବିଧା ଓ ସମସ୍ଯାର ସମାଧାନ କରିବା ପାଇଁ ଶ୍ରୀଖୁଣ୍ଟିଆ ବ୍ଯାଙ୍କର ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ଆସୋସିଏସନର ଏଜେଣ୍ଟ ମାନଙ୍କ କମିଶନ ଓ ଇନସ୍ୟୁରାନ୍ସ ପାଇଁ ଚେଷ୍ଟାକରିବା ପାଇଁ ପ୍ରତିଶ୍ରୁତି ଦେଇ ଆସୋସିଏସନର ଉର୍ନ୍ନତି କାମନା କରିଥିଲେ । ସଭାରେ ଆସୋସିଏସନର ସଭାପତି ହରମୋହନ ପଟ୍ଟନାୟକ ସଭାପତିତ୍ୱ କରିଥିଲେ । କୁମ୍ଭାରପଡା ଜାଇଗଡ ଜାଗାର ସଭାପତି ତଥା ସଂଯୋଜକ ହରିହର ପାଢୀ, ଆସୋସିଏସନର ଉପସଭାପତି ସନ୍ତୋଷ କୁମାର ଦିକ୍ଷୀତ, ସମ୍ପାଦକ ବସନ୍ତ କୁମାର ପ୍ରଧାନ, କୋଷାଧ୍ୟକ୍ଷ ଅକ୍ଷୟ କୁମାର ଜେନା,ଲିଗାଲ ଆଡଭାଇଜର ଦିଲ୍ଲୀପ କୁମାର ମହାନ୍ତି, ବାରିପଦା ରିଜିଓନାଲ ସମ୍ପାଦକ ଅର୍ଜନ କୁମାର ସାହୁ ପ୍ରମୁଖ ମଞ୍ଚାସୀନ ହୋଇ ଆସୋସିଏସନରେ ଏକତ୍ରିତ ହୋଇ ରହିବା ସହ ସମସ୍ତ ସମସ୍ଯାର ସମାଧାନ ଓ ପଦକ୍ଷେପ ନେବା ପାଇଁ ଅତିଥିମାନେ ମତବ୍ଯକ୍ତ କରିଥିଲେ ।

ଖରା, ବର୍ଷା, ଶୀତ କାକରରେ ଘରକୁ ଘର, ଦେକାନ ଠାରୁ ପ୍ରାଇଭେଟ ସ୍ତରରେ ବୁଲି ବୁଲି ଟଙ୍କା ସଂଗ୍ରହ କରି ବ୍ଯାଙ୍କରେ ଡିପୋଜିଟ କରିବା ସହ ବ୍ଯାଙ୍କର ଉର୍ନ୍ନତି କରୁଛନ୍ତି ଏଜେଣ୍ଟ ମାନେ । କିନ୍ତୁ କମିଶନ ବୃଦ୍ଧି ହେଉନାହିଁ କି ଏଜେଣ୍ଟ ମାନଙ୍କ ଇନସ୍ୟୁରାନ୍ସ ହେଉନାହିଁ । ବ୍ଯାଙ୍କ ଉପରିସ୍ଥ ଅଧିକାରୀ ମାନେ କୌଣସି କଥା ମଧ୍ଯ ଶୁଣୁନାହାନ୍ତି । ସଦସ୍ଯ ମାନଙ୍କ ବିଭିନ୍ନ ସମସ୍ଯା ଓ ତାର ସମାଧାନ କିପରି କରାଯିବ ସେ ବିଷୟରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା । ଟ୍ରେଡ ୟୁନିୟନର ଗଠନମୂଳକ ପଦକ୍ଷେପ ଓ ଭବିଷ୍ୟତ ଉଜ୍ଜ୍ୱଳମୟ ହେବା ସହ ଆଗକୁ ଆହୁରି ନୂତନ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ପ୍ରସ୍ତାବ ଗୃହୀତ ହୋଇଥିଲା । ପ୍ରାରମ୍ଭରେ ମୁଖ୍ଯ ଅତିଥିଙ୍କୁ ଆସୋସିଏସନର ସଦସ୍ଯ ମାନେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବା ସହ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ରିଜିଓନାଲ ସମ୍ପାଦକ ପିପିଲିର ପ୍ରଫୁଲ୍ଲ କୁମାର ସାହୁ, ଖୋର୍ଦ୍ଧା ନିରଞ୍ଜନ ଦାସ, ଚଣ୍ଡିଖୋଲ କୃଷ୍ଣଚନ୍ଦ୍ର ପୃଷ୍ଟି, ଯଶୀପୁର ମନୋଜ କୁମାର ରାଉତ, କେନ୍ଦୁଝର ତରୁଣ କୁମାର ସେଠୀ, ଢେଙ୍କାନାଳ ହିଂମାଶୁ ନନ୍ଦ, ବାଲେଶ୍ୱର ରାଜେଶ ପଣ୍ଡାଙ୍କୁ ଅତିଥିମାନଙ୍କ ଦ୍ୱାରା ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା । ସରୋଜ କୁମାର ସାହୁ, ରାଜେନ୍ଦ୍ର ପଣ୍ଡା,ସତ୍ଯଜିତ ପାଣି, ସନ୍ତୋଷ କୁମାର ପରିଜା, ଲକ୍ଷ୍ମୀଧର ମହାନ୍ତି, ତାପସ କୁମାର ସାମଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଓଡ଼ିଶାର କୋଣ ଅନୁକୋଣରୁ ଆସୋସିଏସନର ଶତାଧିକ ସଦସ୍ଯ ମାନେ ଯୋଗ ଦେଇଥିଲେ ।
