ଭୁବନେଶ୍ୱର: ଗତ ଜୁନ୍ ୧୬ ତାରିଖରୁ ଜର୍ଜିଆ ଠାରେ ଆରମ୍ଭ ହୋଇଥିବା ଫିଡେ ୧୦ ର୍ଷରୁ କମ୍ ଚେସ ବିଶ୍ୱକପ୍ ୨୦୨୬ ଆଜି ଉଦଯାପନ ହୋଇଛି। ଓଡ଼ିଆ ଶିଶୁ ଚେସ ଖେଳାଳି ଶ୍ରୀମାନ୍ ସାତ୍ତ୍ୱିକ ସ୍ୱାଇଁ ୧୦ବର୍ଷ ଓପନ୍ ବିଭାଗରେ ଚମତ୍କାର ଖେଳ ଖେଳିଥିଲେ ତେବେ ଶେଷ ରାଉଣ୍ଡ ରେ ଡ୍ର ହୋଇ ଯିବାରୁ ସ୍ୱର୍ଣ୍ଣ ପଦକ ରୁ ବଞ୍ଚିତ ହେଲେ ତେବେ ବୋକୋଲୋଜ ରେ ବ୍ରୋଞ୍ଚ ପଦକ ପାଇ ସୁନାମ ଆଣିଛନ୍ତି।କମନୱେଲଥ ପରେ ବିଶ୍ୱକପ ରେ ପୁଣି ମେଡାଲ ଆଣି ଦେଶ ଏବଂ ରାଜ୍ୟ ପାଇଁ ଗୌରବ ଆଣିଲେ।କିଙ୍ଗ ଚେସ ସେଣ୍ଟର୍ ର ଛାତ୍ର ଛାତ୍ରୀ କୋଚ୍ ଏବଂ ଶୁଭେଚ୍ଛୁ ଙ୍କ ମଧ୍ୟ ରେ ଖୁସୀ ର ଲହରୀ। ଏହି ଖବର ରାଜ୍ୟ ର ଚେସ ଖେଳାଳି ମାନଙ୍କ ମଧ୍ୟରେ ଉତ୍ସାହ ଆଣିଦେଇଥିବା ବେଳେ କିଙ୍ଗ ଚେସ ସେଣ୍ଟର୍ ର କୋଚ୍ ଏବଂ ଖେଳାଳି ମାନଙ୍କ ମଧ୍ୟ ରେ ଖୁସି ର ଲହରୀ ଖେଳିଯାଇଛି।

ଆସନ୍ତା ସୋମବାର ଦିନ ୧୧ ଟା ସମୟରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ସାତ୍ତ୍ୱିକ ଙ୍କୁ ଭବ୍ୟ ସ୍ୱାଗତ କରାଯିବା ସହିତ ଖୁବ୍ ଶୀଘ୍ର କିଙ୍ଗ ଚେସ ସେଣ୍ଟର୍ ତରଫରୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି କିଙ୍ଗ ଚେସ ସେଣ୍ଟର୍ ର ପ୍ରତିଷ୍ଠାତା ତଥା ବରିଷ୍ଠ ଚେସ କୋଚ୍ ବିଶ୍ୱଜିତ୍ ରାୟ ପ୍ରକାଶ କରିଛନ୍ତି। ସେହିପରି ରାଜ୍ୟ ଚେସ ସଂଘର ସମସ୍ତ କର୍ମକର୍ତ୍ତା,ବିଭିନ୍ନ ଜିଲ୍ଲା ଚେସ ସଂଘ ର ସଭାପତି ଏବଂ ସମ୍ପାଦକ ଓ କାର୍ଯ୍ୟକର୍ତ୍ତା ,ଟ୍ରିପଲ ସି ଚେସ କ୍ଲବ୍ ର ସମ୍ପାଦକ ଶ୍ରୀଯୁକ୍ତ ବିରଞ୍ଚି ନାରାୟଣ ସାହୁ,ଉପସଭାପତି ଅର୍ଘ୍ୟ ଅର୍ପଣ ପରିଡ଼ା।କୋଚ୍ ପ୍ରଶାନ୍ତ ଜେନା,ପ୍ରମୁଖ ସାତ୍ତ୍ୱିକ କୁ ଶୁଭେଚ୍ଛା ଜଣାଇଛନ୍ତି।
