ବାଲିଗୁଡା : କନ୍ଧମାଳ ଜିଲ୍ଲାର କ ନୂଆଗାଁ ବ୍ଲକ ଅନ୍ତର୍ଗତ ଚାଞ୍ଚେଡ଼ି ପଞ୍ଚାୟତର ବାନ୍ଦାପାଜୁ ,ଟୁଟାମାହା ଠାରେ ବିଭିନ୍ନ ଜନସମସ୍ୟାର ସମାଧାନ ଦାବି କରି ଗ୍ରାମବାସୀମାନେ ସାଂସଦ ପ୍ରତିନିଧି ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସାଂସଦ ପ୍ରତିନିଧି ଶ୍ରୀ ଲାମ୍ବୁରା ପ୍ରଧାନ ଙ୍କ ଜରିଆରେ ଏହି ଦାବିପତ୍ର ହସ୍ତାନ୍ତର କରାଯାଇଥିଲା। ସୂଚନା ଅନୁଯାୟୀ, ଚାଞ୍ଚେଡି ପଞ୍ଚାୟତର ବାନ୍ଦାପାଜୁ ଗ୍ରାମରେ ଦୀର୍ଘଦିନ ଧରି ଅନେକ ମୌଳିକ ସମସ୍ୟା ଲାଗି ରହିଛି। ବିଶେଷକରି ରାସ୍ତା ଘାଟ, ନେଟୱାର୍କ ସମସ୍ୟା, ଏବଂ ବାନ୍ଦାପାଜୁ, ଟୁଟାମାହା ପର୍ଯ୍ୟନ୍ତ ଲକ୍ଷ୍ମୀ ବସ୍ ଚଳାଚଳ ହୋଇପାରିବ ସେ ନେଇ ଅଞ୍ଚଳ ବାସୀ ଦାବିପତ୍ର ପ୍ରଦାନ କରିଛନ୍ତି। ସେହିପରି ଗାଁ ର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହ ବାନ୍ଦାନାଜୁ ଗାଁ ନେଟୱାର୍କ ସମସ୍ୟା ଯୋଗୁଁ ବହୁ ଅସୁବିଧା ସୃଷ୍ଟି ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।ଏହି ସମସ୍ତ ସମସ୍ୟାର ଶୀଘ୍ର ସମାଧାନ ଦାବି କରି ଗ୍ରାମବାସୀମାନେ ସାଂସଦ ପ୍ରତିନିଧି ଶ୍ରୀ ଲାମ୍ବୁରା ପ୍ରଧାନ ଙ୍କୁ ଗ୍ରାମକୁ ଆମନ୍ତ୍ରଣ କରିଥିଲେ। ସେ ଗ୍ରାମ ପରିଦର୍ଶନ କରି ସ୍ଥାନୀୟ ଲୋକଙ୍କ ଅଭିଯୋଗ ଶୁଣିବା ସହ ଗାଁ ବିଭିନ୍ନ ଉଦ୍ଦେଶ୍ୟରେ ଦାବିପତ୍ର ଗ୍ରହଣ କରିଥିଲେ।ଏହି ଅବସରରେ ସାଂସଦ ପ୍ରତିନିଧି ଙ୍କ ସହ ଜି ସମ୍ପାଦକ ବିସ୍କେଶନ ପ୍ରଧାନ ମଧ୍ୟ ଉପସ୍ଥିତ ଥିବା ବେଳେ ଗ୍ରାମର ସଞ୍ଚିବ କୁମାର ପ୍ରଧାନ, ପ୍ରଫୁଲ୍ଲ କୁମାର ପ୍ରଧାନ, ରାଧାଶ୍ୟାମ ପ୍ରଧାନ, ବିଶ୍ୱାମିତ୍ର ପ୍ରଧାନ,ମଞୁଳା ପ୍ରଧାନ,ରିଙ୍କିମା ପ୍ରଧାନ,ତାରିଣି ପ୍ରଧାନ ଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ। ଦାବିପତ୍ରରେ ଉଲ୍ଲେଖିତ ସମସ୍ୟାଗୁଡ଼ିକର ଶୀଘ୍ର ସମାଧାନ ପାଇଁ ସମ୍ପୃକ୍ତ ବିଭାଗ ଓ ଜନପ୍ରତିନିଧିଙ୍କ ହସ୍ତକ୍ଷେପ ଦାବି କରାଯାଇଛି।
