ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡା ସହର ରେ ଆଗାମୀ ରଥଯାତ୍ରା ପାଳନ ନିମନ୍ତେ ଉପଜିଲ୍ଲାପାଳ ଙ୍କ ସଭାଗୃହ ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି ।ବାଲିଗୁଡା ଉପଜିଲ୍ଲାପାଳ ଶ୍ରୀମତୀ ପ୍ରଣୀତା ଦାସ ଙ୍କ ଅଧ୍ୟକ୍ଷତା ରେ ଶାନ୍ତି ଶୃଙ୍ଖଳା ର ସହିତ ଆଗାମୀ ରଥଯାତ୍ରା ପାଳନ ସମ୍ପର୍କ ରେ ପ୍ରସ୍ତୁତି ବୈଠକ ରେ ଆଲୋଚନା ହୋଇଛି ।ଏଥିରେ ବାଲିଗୁଡା ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶୁଭମ ଭୋସଲେ, ତହସିଲଦାର ଦିପ୍ତି ପ୍ରକାଶ ବେହେରା, ଏନଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ କାର୍ଯ୍ୟ ନିର୍ବାହୀ ଅଧିକାରୀ ବିବେକାନନ୍ଦ ଦଳାଇ ସମେତ ଜଗନ୍ନାଥ ମନ୍ଦିର ଟ୍ରଷ୍ଟି ସଦସ୍ୟ ପ୍ରମୁଖ ଉପସ୍ଥିତ ରହି ଆଗାମୀ ଗୁଣ୍ଡିଚା ରଥଯାତ୍ରା, ବାହୁଡା଼ ଯାତ୍ରା ଶାନ୍ତି ଶୃଙ୍ଖଳା ବ୍ୟବସ୍ଥା ମଧ୍ୟରେ ଅନୁଷ୍ଠିତ ହେବ ସେଥିପାଇଁ ବୈଠକ ରେ ବିସ୍ତୃତ ଆଲୋଚନା ହୋଇଛି । ରଥଯାତ୍ରା ସମୟ ରେ ସହର ରେ ଟ୍ରାଫିକ ସମସ୍ୟା, ସ୍ୱଛତା ଓ ପରିମଳ, ପାନୀୟ ଜଳ , ଫାଷ୍ଟ ଏଡ଼ ବ୍ୟବସ୍ଥା, ବାଇପାସ,ସମେତ ତିନିରଥ ରେ ସୁରକ୍ଷା ପାଇଁ ବୈଠକ ରେ ଆଲୋଚନା ହୋଇଛି ।ଏହି ବୈଠକ ରେ ସହର ର ବୁଦ୍ଧିଜୀବୀ, ଜଗନ୍ନାଥ ମନ୍ଦିର ପରିଚାଳନା ଟ୍ରଷ୍ଟି ସମେତ ସରକାରୀ ଅଧିକାରୀ ସାମ୍ବାଦିକ ପ୍ରମୁଖ ଯୋଗ ଦେଇ ଥିଲେ ।
