କଟକ: ଜାତୀୟ ରାଜପଥ ୫୫ ର ଢିହ ସାହି ଗଡାରେ ଭାରସ୍ୟାମ ହରାଇ ଓଲଟିଲା ପିକ୍ଅପଭ୍ୟାନ। ଢେଙ୍କାନାଳ ପଟୁ ଚୌଦ୍ୱାର ଅଭିମୁଖେ ଆସୁଥିବା ଏକ ବାଇଗଣ ବୋଝେଇ ପିକ୍ଅପଭ୍ୟାନ ଢିହ ସାହି ଗଡାରେ ନିକଟରେ ବହୁଦିନ ଧରି ଜାତୀୟ ରାଜପଥ ପକ୍ଷରୁ ଖୋଳା ଯାଇଥିବା ଗାଢ଼ ନିକଟରେ ଭାରସ୍ୟାମ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା । ଖବର ପାଇ ଚୌଦ୍ୱାର ପୋଲିସ ଘଟଣା ସ୍ଥଳ ରେ ପହଞ୍ଚି ଥିଲା । ଏହି ଦୁର୍ଘଟଣା ରେ କେହି ମୃତାହତ ହୋଇ ନଥିବାର ସୂଚନା ମିଳିଛି । ଜାତୀୟ ରାଜପଥ ପକ୍ଷରୁ ବହୁଦିନ ହେବ ଏହି ଗାଢ଼ ଖୋଲାଯାଇ ଏହାର କାର୍ଯ୍ୟ ସାରିବାରେ ବିଳମ୍ବ ଯୋଗୁଁ ଏହି ଭଳି ଦୁର୍ଘଟଣା ନିର୍ଦ୍ଧିଷ୍ଟ ଏହି ସ୍ଥାନରେ ଘଟୁଛି । ଜାତୀୟ ରାଜପଥ କର୍ତୃପକ୍ଷ ଏହା ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଅଞ୍ଚଳରେ ଦାବି ହେଉଛି।
