ଭୁବନେଶ୍ୱର: ନିଖିଳ ଓଡ଼ିଶା ଚେସ୍ ସଂଘ ଆନୁକୂଲ୍ୟରେ ଚାଲିଥିବା ରାଜ୍ୟ ୧୧ ବର୍ଷରୁ କମ୍ ରେଟିଂ ଚେସ୍ ପ୍ରତିଯୋଗିତାର ତୃତୀୟ ଦିନର ଖେଳ ଆନୁଷ୍ଠାନିକ ଭାବେ ଉଦ୍?ଘାଟିତ ହୋଇଯାଇଛି। ଏହି ଦିନର ଖେଳକୁ ପୁରୀ ଜିଲ୍ଲା ଚେସ୍ ସଂଘର ପ୍ରତିଷ୍ଠାତା ସୁବାଷ ଚନ୍ଦ୍ର ସାହୁ ଏବଂ ଖୋର୍ଦ୍ଧା କେଟି ଗ୍ଲୋବାଲର ସ୍ପୋର୍ଟସ୍ ଡିରେକ୍ଟର ଜ୍ୟୋତି ଶଙ୍କର ନନ୍ଦ ଆନୁଷ୍ଠାନିକ ଭାବେ ଉଦ୍?ଘାଟନ କରିଥିଲେ। ପ୍ରତିଯୋଗିତାର ଷଷ୍ଠ ରାଉଣ୍ଡ ଖେଳ ଶେଷ ସୁଦ୍ଧା ବାଳକ ବିଭାଗରେ ହୃଦେଶ ପାଣିଗ୍ରାହୀ ଚମତ୍କାର ପ୍ରଦର୍ଶନ କରି ସର୍ବାଧିକ ୫.୫ ପଏଣ୍ଟ ସହ ଏକକ ଭାବେ ପ୍ରଥମ ସ୍ଥାନରେ ଅଗ୍ରଣୀ ଅଛନ୍ତି। ଅପରପକ୍ଷରେ, ୫.୦ ପଏଣ୍ଟ ଲେଖାଏଁ ପାଇ ୮ ଜଣ ଖେଳାଳି ମିଳିତ ଭାବେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେମାନଙ୍କ ମଧ୍ୟରେ ରାଘବ ବିଶ୍ୱାଳ, ଆଦ୍ୟା ଆଦଭିତ ଦାସ, ସାୟାଂଶ ଦାସ, ସାକେତ କୁମାର ମାଇତି, ସତ୍ୟ ସ୍ୱରୂପ ତ୍ରିପାଠୀ, ସିଦ୍ଧାର୍ଥ ମଲ୍ଲିକ, ବିତନ ବର୍ନିତ ମହାନ୍ତି ଏବଂ ପରଂବ୍ରହ୍ମ ରାଉତ ପ୍ରମୁଖ ସାମିଲ ଅଛନ୍ତି । ସେହିପରି ବାଳିକା ବିଭାଗରେ ମଧ୍ୟ ଷଷ୍ଠ ରାଉଣ୍ଡ ଖେଳ ଶେଷ ସୁଦ୍ଧା ଆର୍ନିକା ଦାଶ ୫.୫ ପଏଣ୍ଟ ସହ ପ୍ରଥମ ସ୍ଥାନରେ ଅଗ୍ରଣୀ ଅଛନ୍ତି। ସ୍ନେହସ୍ମିତା ରାମ, ଶ୍ରଦ୍ଧାଶ୍ରୀ ଲେଙ୍କା ଓ ଅନିଶା ଆଚାର୍ଯ୍ୟ ମିଳିତ ଭାବେ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ପ୍ରିତିକା ପ୍ରଧାନ ଓ ଦିବ୍ୟ ଦୃଷ୍ଟି ଶତପଥୀ ମିଳିତ ଭାବେ ତୃତୀୟ ସ୍ଥାନରେ ରହିଛନ୍ତି। ଏହି ଅବସରରେ ରାଜ୍ୟ ଚେସ୍ ସଂଘର ଯୁଗ୍ମ ସମ୍ପାଦକ ଭବେଶ ମହାନ୍ତି ଉପସ୍ଥିତ ଥିଲେ। ଆନ୍ତର୍ଜାତୀୟ ଆର୍ବିଟର ସୁରେଶ ଚନ୍ଦ୍ର ସାହୁ ଓ ସନ୍ତୋଷ ମହାପାତ୍ରଙ୍କ ନେତୃତ୍ୱରେ ଜାତୀୟ ବରିଷ୍ଠ ଆର୍ବିଟର ଭଜମନ ସାହୁ, ବିକ୍ରମ ବିଶ୍ୱାଳ, ଲଲାଟ କେଶରୀ ସାମଲ, ଅବିନାଶ ଦାସ, ବିସ୍ମିତା ସାହୁ ପ୍ରତିଯୋଗିତା ପରିଚାଳନା କରୁଛନ୍ତି । ଆସନ୍ତାକାଲି ଉଦ୍ଯାପନୀ ଉତ୍ସବରେ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗର ନିର୍ଦ୍ଦେଶକ ଡ଼ଃ ୟେଦୁଲା ବିଜୟ, ଓଇଝ, ଓ ଚେସ୍ ଗ୍ରାଣ୍ଡମାଷ୍ଟର ଦେବାଶିଷ ଦାସ ଯୋଗଦେବା ପାଇଁ ସ୍ୱୀକୃତି ପ୍ରଦାନ କରିଛନ୍ତି। ଆପଣମାନଙ୍କୁ ବିଶେଷ ଅନୁରୋଧ ଉଦ୍?ଯାପନୀ ଉତ୍ସବ ତଥା ପୁରସ୍କାର ବିତରଣ ଉତ୍ସବରେ ଯୋଗଦେଇ କୃତୀ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିବା ହେବେ।
