ବାଲିଗୁଡା: ବାଲିଗୁଡା ସଭାଗୃହ ଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୬ ପାଳିତ ହୋଇଅଛି ।ଏହି କାର୍ଯ୍ୟକ୍ରମ ରେ ବାଲିଗୁଡା ଉପଜିଲ୍ଲାପାଳ ପ୍ରଣୀତା ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଶୁଭାରମ୍ଭ କରିଥିଲେ।ବାଲିଗୁଡା ଏସଡ଼ିପିଓ ଶୁଭମ ଭୋସଲେ, ବାଲିଗୁଡା ବିଡ଼ିଓ ଅକ୍ଷୟ ମଳିକ, ବାଲିଗୁଡା ଏନ.ଏ.ସି ର କାର୍ଯ୍ୟ ନିର୍ବାହ ଅଧିକାରୀ ବିବେକାନନ୍ଦ ଦଳାଇ ଙ୍କ ସମେତ ବହୁ ସରକାରୀ ପଦାଧିକାରୀ, ଛାତ୍ର ଛାତ୍ରୀ ଓ ସ୍ଥାନୀୟ ବାସିନ୍ଦା ଯୋଗ ଦିବସ ରେ ସାମିଲ ହୋଇଥିଲେ ।ଏହି ଅବସରରେ ସୁସ୍ଥ ଜୀବନ ସହ ମାନସିକ ଶାନ୍ତି ପାଇଁ ନିୟମିତ ଯୋଗ କରିବା ପାଇଁ ସଚେତନତା ର ବାର୍ତ୍ତା ଦେଇଥିଲେ ବାଲିଗୁଡା ଉପଜିଲ୍ଲାପାଳ ପ୍ରଣୀତା ଦାସ ।
