ବାଲିଗୁଡା: ବାଲିଗୁଡା କଟାରି ସାହି ରେ ଥିବା ଖଲି ଗୋଦାମ ରେ ଅଗ୍ନିକାଣ୍ଡ ଘଟିଛି। କନ୍ଧମାଳ ମହିଳା ଖଲି ସମବାୟ ଲିମିଟେଡ଼ ର ଗୋଦାମ ରେ ନିଆଁ ଲାଗି ଜଳିଗଲା ଲକ୍ଷାଧିକ ଟଙ୍କା ର ଖଲି ପତ୍ର। ଗତ ବିଳମ୍ବିତ ରାତିରେ କୌଣସି କାରଣ ରୁ ଖଲି ଗୋଦାମ ରେ ନିଆଁ ଲାଗିଥିଲା । ତେବେ ଗୋଦାମ ରେ ଥିବା ଶୁଖିଲା ଶିଆଳି ଖଲି ରୁ ନିଆଁ ବ୍ୟାପି ଜଳି ଯାଇଥିବା ବେଳେ ସ୍ଥାନୀୟ ଲୋକ ନିଆଁ ଲାଗିଥିବା ଦେଖି କନ୍ଧମାଳ ମହିଳା ମଣ୍ଡଳ ର କର୍ତ୍ତୃପକ୍ଷ ଙ୍କୁ ଅବଗତ କରାଇଥିଲେ ।ତେବେ ଅଗ୍ନିଶମ ବାହିନୀ ଖବର ପାଇ ଘଟଣା ସ୍ଥଳରେ ପହଂଚି ଦୀର୍ଘ ଚାରି ଘଣ୍ଟା ର ଉଦ୍ୟମ ପରେ ନିଆଁ କୁ ଆୟତ କରିଛି ।ତେବେ ଅଗ୍ନିକାଣ୍ଡ ରେ ପ୍ରାୟ ବାର ଲକ୍ଷ ଟଙ୍କା ରୁ ଉର୍ଦ୍ଧ ମୂଲ୍ୟ ର ଶିଆଳି ଖଲି, ଲକ୍ଷାଧିକ ଟଙ୍କା ର ହଳଦୀ ସାଙ୍ଗକୁ ବଫେଇ ଖଲି ପ୍ଲେଟ ନିର୍ମିତ ମେସିନ ନିଆଁ ରେ ପୋଡି ନଷ୍ଟ ହୋଇଥିବା ଜଣା ପଡିଛି ।ତେବେ ସଟ ସର୍କିଟ ରୁ ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ସ୍ତର ରେ ତଦନ୍ତ ରୁ ଜଣା ପଡିଛି ।
