କନ୍ଧମାଳ/ଫୁଲବାଣୀ (ଅମୃତ ମିଡ଼ିଆ): କନ୍ଧମାଳ ରେ ବଡ଼ ଧରଣର ଏନ୍କାଉଂଟର। ଚବିଶି ଘଂଟା ମଧ୍ୟରେ ସୁରକ୍ଷା କର୍ମୀ ଙ୍କ କଡା ଜବାବ ରେ ଛଅ ହାର୍ଡକୋର ମାଓବାଦୀ ନିହତ ହୋଇଛନ୍ତି । ଏନକାଉଂଟରରେ ଟପ କ୍ୟାଡର ମାଓନେତା ସେଂଟ୍ରାଲ ଲ କମିଟି ମେମ୍ବର ଗଣେଶ ଉଇକେ ନିହତ । ଗଣେଶ ଙ୍କ ମୁଣ୍ଡ ଉପରେ ରହିଥିଲା ଏକ କୋଟି କୋଡିଏ ଲକ୍ଷ ଟଙ୍କା ର ପୁରସ୍କାର ରାଶି । କନ୍ଧମାଳ ଜିଲ୍ଲା ଗଞ୍ଜାମ ସୀମାନ୍ତ ଚକାପାଦ ଥାନା ରମ୍ଭା ଜଙ୍ଗଲ ରେ ସୁରକ୍ଷା କର୍ମୀ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ । ରମ୍ଭା ଜଙ୍ଗଲ ରେ ମାଓବାଦୀ ଙ୍କ ଗତିବିଧି ନେଇ ଗୁଇନ୍ଦା ସୂଚନା ଆଧାର ରେ ଓଲ୍ହାଇଥିଲେ ଏସଓଜି, ସିଆରପିଏଫ ଓ ବିଏସଏଫ ଙ୍କ ମିଳିତ ତେଇଶି ଟିମ । ରମ୍ଭା ଜଙ୍ଗଲ ରେ ମାଓବାଦୀ ସୁରକ୍ଷାକର୍ମୀ ଙ୍କ ଉପରେ ଗୁଳି ଚାଳନା ପରେ ପାଲଟା ଜବାବ ଦେଇଥିଲେ ସୁରକ୍ଷାକର୍ମୀ । ସୁରକ୍ଷାକର୍ମୀ ଙ୍କ ପାଲଟା ଜବାବ ରେ ସେଂଟ୍ରାଲ କମିଟି ସଦସ୍ୟ ଗଣେଶ ଉଇକେ ସମେତ ଚାରି ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଚାରି ମାଓବାଦୀ ମଧ୍ୟରେ ଦୁଇ ମହିଳା ଓ ଦୁଇ ପୁରୁଷ ମାଓବାଦୀ ରହିଥିବା ବେଳେ ଅନ୍ୟ ତିନି ମାଓବାଦୀ ଙ୍କ ପରିଚୟ ସ୍ପଷ୍ଟ ହୋଇନାହିଁ । ତେବେ ଘଟଣା ସ୍ଥଳରେ ଦୁଇ ଇନସାସ ଓ ଗୋଟିଏ ଥ୍ରୀ ନଟ ଥ୍ରୀ ରାଇଫଲ ଜବତ ହୋଇଛି । ସେହିପରି ବେଲଘର ଥାନା ଗୁମା ଜଙ୍ଗଲ ରେ ଏନକାଉଂଟର ରେ ଟଳିଲେ ଦୁଇ ଟପ କ୍ୟାଡର ହାର୍ଡକୋର ମାଓବାଦୀ । ଦୁଇ ହାର୍ଡକୋର ମାଓବାଦୀ ଙ୍କ ମୁଣ୍ଡରେ ଥିଲା ୨୩.୬୫ ଲକ୍ଷ ଟଙ୍କା ର ଇନାମ ରାଶି । କନ୍ଧମାଳ ଜିଲ୍ଲା ବେଲଘର ଥାନା ପେଡମ ଗାଁ ଗୁମା ଜଙ୍ଗଲ ରେ ହୋଇଛି ଏନକାଉଂଟର। । ଏନକାଉଂଟରରେ ବିଜିଏନ ମାଓବାଦୀ ସଙ୍ଘଠନ ର ସୁକୁମା ର ଏସିଏମ ବାରି ଓରଫ ରାକେଶ ଓ ବିଜାପୂର ର ପ୍ଲାଟୁନ ମେମ୍ବର ଅମ୍ରିତ ନିହତ ହୋଇଛନ୍ତି । ସୂଚନା ଅନୁଯାୟୀ ପେଡମ ଗାଁ ଗୁମା ଜଙ୍ଗଲ ରେ ମାଓବାଦୀ ଙ୍କ ଗତିବିଧି ନେଇ ଅପେରସନ କୁ ଓଲ୍ହାଇଥିଲେ ଏସଓଜି ଓ ସିଆରପିଏଫ ଯବାନ । ଦୁଇ ମାଓବାଦୀ ନିହତ ପରେ ଗୋଟିଏ ରିଭଲଭର, ଥ୍ରୀ ନଟ ଥ୍ରୀ ବନ୍ଧୁକ ଓ ୱାକି ଟକି ଜବତ କରିଛନ୍ତି ସୁରକ୍ଷାକର୍ମୀ ।ତେବେ ଦୁଇ ଟପ କ୍ୟାଡର ମାଓବାଦୀ ନିହତ ପରେ ଗୁମା ଜଙ୍ଗଲ ରେ ସର୍ଚ୍ଚ ଅପେରସନ କୁ କଡାକଡି କରାଯାଇଛି । ଏହି ଏନକାଉଂଟରରେ ସୁରକ୍ଷା ବାହିନୀଙ୍କର କୌଣସି କ୍ଷତି ହୋଇନାହିଁ ଏବଂ ଅଞ୍ଚଳରେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି। ପଡ଼ୋଶୀ ମାଲକାନଗିରି ଜିଲ୍ଲାରେ ୨୨ଜଣ ମାଓବାଦୀ ଓଡ଼ିଶା ଡିଜିପି ୱାଇ ବି ଖୁରାନାଙ୍କ ନିକଟରେ ଆତ୍ମସମର୍ପଣ କରିବାର ଗୋଟିଏ ଦିନ ପରେ ଏହି ଏନ୍କାଉଂଟ ହୋଇଛି। ତେଲେଙ୍ଗାନାର ନାଲଗୋଣ୍ଡା ଜିଲ୍ଲାର ମୂଳ ବାସିନ୍ଦା ଗଣେଶ ପ୍ରାୟ ଚାରି ଦଶନ୍ଧି ଧରି ମାଓ ଆନ୍ଦୋଳନରେ ସକ୍ରିୟ ଥିଲେ। ସେ ପକ୍କା ହନୁମନ୍ତୁ, ରାଜେଶ ତିୱାରୀ ଏବଂ ରୂପା ଭଳି ଅନେକ ନାମରେ ଜଣାଶୁଣା ଥିଲେ।ସେ ଦଣ୍ଡକାରଣ୍ୟ ସ୍ୱତନ୍ତ୍ର ଜୋନାଲ କମିଟି ର ମୁଖ୍ୟ ଚେହେରା ଥିଲେ ଏବଂ କେନ୍ଦ୍ରୀୟ ନେତୃତ୍ୱ ଏବଂ ସ୍ଥାନୀୟ ୟୁନିଟଗୁଡ଼ିକ ମଧ୍ୟରେ ମୁଖ୍ୟ ସଂଯୋଗକାରୀ ଥିଲେ।କିଛି ବର୍ଷ ପୂର୍ବେ ତାଙ୍କୁ ନିଷିଦ୍ଧ ସଂଗଠନର କେନ୍ଦ୍ରୀୟ କମିଟିରେ ସାମିଲ କରାଯାଇଥିଲା। ସେ ଗତ ତିନି ବର୍ଷ ଧରି ଓଡ଼ିଶାର କନ୍ଧମାଳ ଅଞ୍ଚଳରେ ସକ୍ରିୟ ଥିଲେ। ସେ ଗରିଲା କାର୍ଯ୍ୟକଳାପର ସମନ୍ୱୟ କରୁଥିଲେ ଏବଂ ମାଓ ନେଟୱାର୍କକୁ ମଜବୁତ କରୁଥିଲେ। ଅନ୍ୟପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି ଯେ ଓଡ଼ିଶାର କନ୍ଧମାଳରେ ଏକ ବଡ଼ ଅପରେସନରେ କେନ୍ଦ୍ରୀୟ କମିଟି ସଦସ୍ୟ ଗଣେଶ ଉଇକେଙ୍କ ସମେତ ଛଅ ଜଣ ନକ୍ସଲବାଦୀ ନିହତ ହୋଇଛନ୍ତି। ଏହି ବଡ଼ ସଫଳତା ସହିତ ଓଡ଼ିଶା ସମ୍ପୂର୍ଣ୍ଣ ନକ୍ସଲବାଦ ମୁକ୍ତ ହେବା ଦ୍ୱାରରେ ପହଂଚିଛି। ଆମେ ୩୧ ମାର୍ଚ୍ଚ ୨୦୨୬ପୂର୍ବରୁ ନକ୍ସଲବାଦକୁ ମୂଳପୋଛ କରିବାକୁ ପ୍ରତିଶ୍ରୁତିବଦ୍ଧ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋସିଆଲ ମିତିଆ ଏକ୍ସରେ କହିଛନ୍ତି,ନକ୍ସଲମୁକ୍ତ ଭାରତ ଗଠନ ଅଭିଯାନରେ ଆଜି ଓଡ଼ିଶା ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। କନ୍ଧମାଳ ଜିଲ୍ଲାରେ ଚାଲୁଥିବା ମିଳିତ ଅପରେସନରେ ନକ୍ସଲ କେନ୍ଦ୍ରୀୟ କମିଟି ସଦସ୍ୟ ଗଣେଶ ଉଇକେ ସମେତ ୬ ଜଣ ନକ୍ସଲବାଦୀ ନିହତ ହୋଇଛନ୍ତି। ଆମର ସାହସୀ ସୁରକ୍ଷାକର୍ମୀଙ୍କ ଅଦମ୍ୟ ସାହସ ଓ ସଠିକ ସମନ୍ୱୟ ପାଇଁ ମୁଁ ସେମାନଙ୍କୁ ସାଧୁବାଦ ଜଣାଉଛି। ସେମାନଙ୍କର ଏହି ନିଷ୍ଠାପର ଉଦ୍ୟମ ଓଡ଼ିଶାକୁ ନକ୍ସଲବାଦ ମୁକ୍ତ କରିବା ପାଇଁ ଆମର ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରିଛି। ଆମ ସରକାର ଓଡ଼ିଶାକୁ ସମ୍ପୂର୍ଣ୍ଣ ରୂପେ ନକ୍ସଲମୁକ୍ତ କରିବା ପାଇଁ ଦୃଢ଼ ସଂକଳ୍ପବଦ୍ଧ। ରାଜ୍ୟର ବିକାଶ ଏବଂ ଜନସାଧାରଣଙ୍କ ସୁରକ୍ଷା ଆମର ସର୍ବୋଚ୍ଚ ପ୍ରାଥମିକତା। କେବଳ ଶାନ୍ତି ଏବଂ ପ୍ରଗତି ହିଁ ଆମ ରାଜ୍ୟର ଭବିଷ୍ୟତ ନିର୍ଦ୍ଧାରଣ କରିବ।କେନ୍ଦ୍ରୀୟ କମିଟିର ସଦସ୍ୟ ଗଣେଶ ଉଇକେଙ୍କ ସମେତ ଚାରି ନକ୍ସଲଙ୍କୁ ନିପାତ କରିଛନ୍ତି ଗଣେଶ ଓଡ଼ିଶାର ସମସ୍ତ ମାଓ ଅଭିଯାନର ମୁଖ୍ୟ ଥିଲେ। ସୁରକ୍ଷା ବାହିନୀ ତାଙ୍କୁ ଏନକାଉଂଟର ର କରିଛନ୍ତି। ମୁଁ ବିଶ୍ୱାସ କରୁଛି,ଏହା ଓଡ଼ିଶାରେ ମାଓ ଆତଙ୍କର ମେରୁଦଣ୍ଡ ଭାଙ୍ଗି ଦେଇଛି। ଏହା ରାଜ୍ୟରେ ମାଓବାଦୀଙ୍କର ସ୍ଥିତିରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିବ।
ଏନ୍କାଉଂଟରେ ୬ ମାଓବାଦୀ ନିହତ













Leave a Reply