ଗାଡ଼ି ଚାଳକଙ୍କୁ ସାମୟିକ ଆଶ୍ୱସ୍ତି, ମାସେ ବଢ଼ିଲା ପିୟୁସିସି ସମୟ ସୀମା

Spread the love

ଭୁବନେଶ୍ୱର(ବ୍ୟୁରୋ)ଓଡ଼ିଶା ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଯାନବାହନ ମାଲିକମାନଙ୍କୁ ଅତ୍ୟାବଶ୍ୟକୀୟ କାଗଜପତ୍ର ନବୀକରଣ କରିବା ପାଇଁ ସମୟ ସୀମା ଗୋଟିଏ ମାସ ବଢ଼ାଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ସଡ଼କ ସୁରକ୍ଷା ଏବଂ ପ୍ରଦୂଷଣ ନିୟନ୍ତ୍ରଣ ପଦକ୍ଷେପକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବାବେଳେ ଏଥିରୁ ଗାଡ଼ି ଚାଳକମାନଙ୍କୁ ସାମୟିକ ଆଶ୍ୱସ୍ତି ମିଳିଛି ଏହି ଗ୍ରେସ ପିରିୟଡରେ ଗାଡ଼ି ମାଲିକମାନେ ସେମାନଙ୍କର ପଞ୍ଜୀକରଣ ପ୍ରମାଣପତ୍ର , ଫିଟନେସ୍ ପ୍ରମାଣପତ୍ର, ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ଏବଂ ବୀମାକୁ ବିନା ଜରିମାନାରେ ଅପଡେଟ୍ କରି ପାରିବେ। ମନ୍ତ୍ରୀ ମାସକ ମଧ୍ୟରେ ନବୀକରଣ ସମାପ୍ତ କରିବାକୁ ଅନୁରୋଧ କରିଛନ୍ତି। ସେ ଗୁରୁତ୍ୱାରୋପ କରିଛନ୍ତି ଯେ, ରାଜ୍ୟବ୍ୟାପୀ କଡ଼ାକଡ଼ି ଯାଞ୍ଚ୍ ୧ ଫେବ୍ରୁଆରି ୨୦୨୬ ରୁ ଆରମ୍ଭ ହେବ। ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଦ୍ୱାରା ପିୟୁସି ନାହିଁ ତ ପେଟ୍ରୋଲ ନାହିଁ ନୀତି ସମ୍ପ୍ରତି ଘୋଷଣା କରାଯିବା ପରେ ମନ୍ତ୍ରୀ ସମୟ ସୀମା ମାସେ ବଢ଼ାଇଥିବା ସୂଚନା ପ୍ରଦାନ କରିଛନ୍ତି। ଏହି ନିର୍ଦ୍ଦେଶ ଅନୁଯାୟୀ, ପେଟ୍ରୋଲ ପମ୍ପଗୁଡ଼ିକ ବୈଧ ଚଟଉ ପ୍ରମାଣପତ୍ର ନଥିବା ଯାନଗୁଡ଼ିକୁ ଇନ୍ଧନ ଦେବାକୁ ମନା କରିବେ। ପ୍ରାରମ୍ଭରେ ଡିସେମ୍ବର ମଧ୍ୟଭାଗରେ ପ୍ରଚଳିତ ଏହି ନିୟମ ୧ ଜାନୁଆରି ୨୦୨୬ରୁ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ ହେବ ବୋଲି ଘୋଷଣା କରାଯାଇଥିଲା । ବର୍ଦ୍ଧିତ ସମୟ ସୀମା ନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୋସିଆଲ ମିଡିଆ ଏକ୍ସରେ କୁହାଯାଇଛି, ମୋଟର ଯାନର ପ୍ରଦୂଷଣ ସାର୍ଟିଫିକେଟ୍ ଯାଞ୍ଚ ନେଇ ଜନସାଧାରଣ ସମ୍ମୁଖୀନ ହେଉଥିବା ସମସ୍ୟାକୁ ଅନୁଧ୍ୟାନ କରି ‘ବୈଧ ପ୍ରଦୂଷଣ ପ୍ରମାଣପତ୍ର ବିନା ଇନ୍ଧନ ମନା’ ନିଷ୍ପତ୍ତିକୁ ଘୁଞ୍ଚାଯାଇଛି । ପୂର୍ବରୁ ଜାନୁଆରୀରୁ ଏହା ଲାଗୁ ପାଇଁ ନିଷ୍ପତ୍ତି ହୋଇଥିଲା। ତେବେ ଜନସାଧାରଣଙ୍କ ଦାବିକୁ ଦୃଷ୍ଟିରେ ରଖି ବାଣିଜ୍ୟ ଓ ପରିବହନ ବିଭାଗର ମାନ୍ୟବର ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶକ୍ରମେ ଏହାକୁ ଫେବ୍ରୁଆରୀ ପହିଲାକୁ ଘୁଞ୍ଚାଯାଇଛି । ଏହି ଅବଧି ମଧ୍ୟରେ ମୋଟର ଯାନ ଆଇନ ଅନୁଯାୟୀ ବୈଧ ପ୍ରଦୂଷଣ ପ୍ରମାଣ ପତ୍ର ନ ଥିବା ଯାନ ମାନେ ପ୍ରଦୂଷଣ ଯାଞ୍ଚ କରାଇନେବାକୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି । ଅବଧିକୁ ବୃଦ୍ଧି କରାଯାଇଥିବାରୁ ଜନସାଧାରଣ ବିବ୍ରତ ନ ହୋଇ ସୁବିଧାରେ ଯାଞ୍ଚ କରାଇବେ ବୋଲି ଆଶା କରାଯାଉଛି। ଫେବ୍ରୁଆରୀ ୧ ପୂର୍ବରୁ କୌଣସି ପେଟ୍ରୋଲ ପମ୍ପରେ କାହାକୁ ମଧ୍ୟ ପ୍ରଦୂଷଣ ସାର୍ଟିଫିକେଟ ପାଇଁ ଇନ୍ଧନ ଦେବାକୁ ମନା କରାଯାଇପାରିବ ନାହିଁ । ଏହି ସମୟରେ ପ୍ରଦୂଷଣ ସାର୍ଟିଫିକେଟ ସଂକ୍ରାନ୍ତରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଛି । ପରିବହନରେ ପରିବେଶ ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯାଉଛି । ପ୍ରଦୂଷଣ ସୃଷ୍ଟି କରୁଥିବା ଗାଡ଼ି ବ୍ୟବହାର କରନ୍ତୁ ନାହିଁ । ମୋଟରଯାନ ଆଇନ ଅନୁଯାୟୀ ନିୟମିତ ବ୍ୟବଧାନରେ ଗାଡ଼ିର ପ୍ରଦୂଷଣ ଯାଞ୍ଚ କରନ୍ତୁ ଏବଂ ସର୍ବଦା ବୈଧ ପ୍ରଦୂଷଣ ପ୍ରମାଣ ପତ୍ର ସୁନିଶ୍ଚିତ କରନ୍ତୁ । ପରିବହନ ବିଭାଗ ଦ୍ୱାରା ସ୍ୱୀକୃତି ପ୍ରାପ୍ତ ପ୍ରଦୂଷଣ ଯାଞ୍ଚ କେନ୍ଦ୍ରରେ ହିଁ ଗାଡ଼ିର ପ୍ରଦୂଷଣ ଯାଞ୍ଚ କରନ୍ତୁ । ପ୍ରଦୂଷଣ ପ୍ରମାଣ ପତ୍ର ଯାଞ୍ଚ କରିବା ପରେ ଠଇଐଇଘ ପୋର୍ଟାଲରେ ଏହାର ବୈଧତା ଅପଡେଟ୍ ହୋଇଛି କି ନାହିଁ ଯାଞ୍ଚ କରିନିଅନ୍ତୁ ।

Leave a Reply

Your email address will not be published. Required fields are marked *

error: Content is protected !!