ପୁରୀ: ପୁରୀ ଜିଲ୍ଲା ଡେଲାଙ୍ଗ ଫରେଷ୍ଟ ରେଞ୍ଜ ର ଆଙ୍କୋଇ ଫରେଷ୍ଟର ରାକେଶ କୁମାର ପଣ୍ଡା ଜୈନିକ ଟ୍ରାକ୍ଟର ମାଲିକଙ୍କ ଠାରୁ ୨୫ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ ଓଡ଼ିଶା ଭିଜିଲାନ୍ସ ଟିମ ଘଟଣା ସ୍ଥଳରେ ଧରିଥିଲା । ଭିଜିଲାନ୍ସ ନିର୍ଦ୍ଦେଶାଳୟ ଓଡ଼ିଶା କଟକ ପକ୍ଷରୁ ଏକ ପ୍ରେସ ବାର୍ତ୍ତାରେ ଜଣାଇ ଦିଆଯାଇଛି ଯେ ଡେଲାଙ୍ଗ ଆଙ୍କୋଇ ଫରେଷ୍ଟର ଜୈନିକ ଟ୍ରାକ୍ଟର ମାଲିକଙ୍କୁ ଜଙ୍ଗଲ ରୋଡରେ ବିଭିନ୍ନ ସାମଗ୍ରୀ ନବା ଆଣିବା ପାଇଁ ଅନୁମତି ଦେବା ପାଇଁ ୨୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏ ସମ୍ପର୍କରେ ଟ୍ରାକ୍ଟର ମାଲିକ ଓଡ଼ିଶା ଭିଜିଲାନ୍ସଙ୍କୁ ଜଣାଇବା ପରେ ୨୫ ହଜାର ରଙ୍ଗବୋଳା ଟଙ୍କା ଦେଇ ଟ୍ରାକ୍ଟର ମାଲିକଙ୍କୁ ଦେଇ ଫରେଷ୍ଟରଙ୍କ ନିକଟକୁ ପଠାଇଥିଲେ । ଫରେଷ୍ଟର ଟ୍ରାକ୍ଟର ମାଲିକଙ୍କ ଠାରୁ ଟଙ୍କା ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ଟିମ ହାତରେ ଧରାପଡିଥିଲା । ଏ ସମ୍ପର୍କରେ ଭୁବନେଶ୍ୱର ଭିଜିଲାନ୍ସ ଥାନା କେସ ନମ୍ବର ୧୧/୨୬ରେ ମାମଲା ରୁଜୁ ହୋଇଥିଲା । ସାକ୍ଷୀଙ୍କ ଉପସ୍ଥିତିରେ ଫରେଷ୍ଟରଙ୍କ ହାତ ଧୋଇବାରେ ହାତ ନାଲି ରଙ୍ଗ ହୋଇଥିଲା । ତାଙ୍କର ଆଙ୍କୋଇରେ ଥିବା ସରକାରୀ ବାସଭବନ ଓ ଖୋର୍ଦ୍ଧାରେ ଥିବା ବାସଭବନରେ ଚଢାଉ କରାଯାଇଥିଲା । ସେଠାରୁ ୧ ଲକ୍ଷ ୪୧ ହଜାର ଟଙ୍କା ଜବତ କରାଯାଇଥିଲା । ଶ୍ରୀପଣ୍ଡାଙ୍କୁ ଗିରଫ କରାଯାଇ କୋର୍ଟ ଫରୱାଡ କରାଯାଇଛି । ଏଥିସହ ଅଧିକ ତଦନ୍ତ ଜାରି ରହିଛି ।
