ଚଣ୍ଡିଖୋଲ: ବଡ଼ଚଣା ଥାନା ଅନ୍ତର୍ଗତ ଚଣ୍ଡିଖୋଲ ଫାଣ୍ଡି ଅଧିନସ୍ଥ ୫୩ ନମ୍ବର ଜାତୀୟ ରାଜପଥ ସୁଭଦ୍ରା ପୁର ଛକ ନିକଟ ଫରେଷ୍ଟ ଅଫିସ ନିକଟରେ ଆଜି ଦିନ ୧.୩୫ ସମୟରେ ରେ ଜଣେ ବାଇକ ଆରୋହୀକୁ ପଛ ପଟେ ଧକ୍କା ଦେବାରୁ ଘଟଣା ସ୍ଥଳେ ତାଙ୍କର ମୃତ୍ୟୁ ହୋଇଥିଲେ କ୍ଷ ଘଟଣା ରୁ ପ୍ରକାଶ ଯେ ବଡ଼ଚଣା ଦେଉଳକୁର ଗ୍ରାମର ରବୀନ୍ଦ୍ର ରଣା (୭୦) ସବ୍ରେଷ୍ଟ୍ର କାର୍ଯ୍ୟଳୟରେ ଷ୍ଟାମ୍ପ ଭେଣ୍ଡର ଭାବରେ କାର୍ଯ୍ୟ କରନ୍ତି।କାର୍ଯ୍ୟ ସାରି ମହାବିନାୟକ ମନ୍ଦିର ଚଣ୍ଡିଖୋଲ ଅଭିମୁଖେଏକ ବିବାହ ନିର୍ବନ୍ଧ କାର୍ଯ୍ୟରେ ଯାଉଥିବା ସମୟରେ ସ୍କ୍ୱାଟି ଯାହାର ନମ୍ବର ଓଡି ୦୪ ଭି ୬୧୪୧ କୁ ପଛପଟୁ ଅନ୍ୟ ଏକ ୧୨ ଚକିଆ ହାଇୱା ଯାହାର ନମ୍ବର ଓଡି ୨୨ଏ,ଇ ୮୪୫୪ ଧକ୍କା ଦେଇଥିଲା। ଘଟଣା ସ୍ଥଳେ ତାଙ୍କର ମୃତ୍ୟୁ ହୋଇଥିଲା କ୍ଷ ଖବର ପାଇ ବଡ଼ଚଣା ପୋଲିସ ଓ ଚଣ୍ଡିଖୋଲ ପୋଲିସ ଘଟଣା ସ୍ଥଳେ ପହଞ୍ଚି ଶବକୁ ଆମ୍ବୁଲାନ୍ସ ଯୋଗେ ଶବ କୁ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠେଇବା ସହିତ ଗାଡି ଦୁଇଟିକୁ ଜବତ କରି ଚଣ୍ଡିଖୋଲ ଫାଣ୍ଡିକୁ ଆଣି ଥିଲେ କ୍ଷ ଘଟଣା ସ୍ଥାନରୁ ହାଇୱା ଚାଳକ ଫେରାର ହୋଇଥଲା , ପୋଲିସ ଅଧିକ ତଦନ୍ତ ଚଳାଇଛି ଖୁବ୍ ଶୀଘ୍ର ଚାଳକଙ୍କୁ ଗିରଫ କରିବ ବୋଲି ଜଣାଇଛନ୍ତି।ଏହି ଘଟଣାର ଖବର ଶୁଣି ବଡ଼ଚଣା ପୂର୍ବତନ ବିଧାୟକ ଆମର ପ୍ରସାଦ ଶତପଥି ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଁଚିବା ସହିତ ଗଭୀର ଦୁଃଖ ପ୍ରକାଶ କରିଥିଲେ କ୍ଷ ବଡ଼ଚଣା ମେଡିକାଲ ରେ ସ୍ଥାନୀୟ ବଡ଼ଚଣା, ଦେଉଳକୁର ଓ ଆଖ ପାଖର ଗ୍ରାମର ଲୋକମାନେ ବହୁ ସଂଖ୍ୟାରେ ରୁଣ୍ଡ ହେବା ସହିତ ଦୁଃଖ ପ୍ରକାଶ କରିଥିଲେ ଅଞ୍ଚଳ ରେ ଶୋକର ଛାୟା ଖେଳି ଯାଇଛି। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ କ୍ଷ
