ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଅନ୍ତର୍ଗତ ଜଡିବାଲି ଗାଁ ରେ ଆଜି ପାଖରୁ ପାଞ୍ଚ ଦିନିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଦିନରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ, ମୁଖ୍ୟ ବକ୍ତା ଭାବେ ଶ୍ରୀ ଅଜିତ ପାତ୍ର, ସମ୍ମାନିତ ଅତିଥି ଭାବେ ମଦନ ମୋହନ ମାଝୀ, ଶୁଭଲକ୍ଷ୍ମୀ ମାଝୀ, ସରପଞ୍ଚ ସଞ୍ଚୟ ସିଂ, ଏବଂ ଗଙ୍ଗାଧର ମିଶ୍ର ଉପସ୍ଥିତ ରହି ପ୍ରଥମେ ପ୍ରଦୀପ ପ୍ରଜଳନ ଏବଂ ତା ପରେ ଫିତା କାଟି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଞ୍ଚ ଦିନ ଚାଲିବ ବୋଲି ସୂଚନା ମିଳିଛି। କମିଟି ତରଫରୁ ଖେଳାଳି ମାନଙ୍କ ପାଇଁ ଥଣ୍ଡା ପାଣି ଏବଂ ସରବତ ମଧ୍ୟ ବ୍ୟବସ୍ଥା କରାଯାଇଛି। ଏହି କାର୍ଯ୍ୟକ୍ରମରେ କମିଟିର ସଦସ୍ୟ।ଦିପୁ ଦଣିକ୍, ଶ୍ରୀକାନ୍ତ ଦେହୁରୀ, ହିମାଂଶୁ ସେଠୀ,ସୁମିତ୍ ମହାନ୍ତି, ସୁନିଲ୍ ପାତ୍ର,ପ୍ରଭାସ ମହାନ୍ତି , ସୁକଦେବ ସିଂ, ଆଲୋକ ରଂଜନ ଦଣିକ,ବିଜୟ କୁମାର ପରିଡ଼ା, କୋମଳ ଲୋଚନ ନାୟକ, ଏବଂ ଅନ୍ୟ ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହିତ ସହୋଜଗ କରିଥିଲେ।
