ବାଲିଗୁଡ଼ା: ଧାର୍ଯ୍ୟ ବୟସ ପୂର୍ବରୁ ହେଉଥିବା ବାହାଘର କୁ ନିଜେ ରୋକିଲେ ଜଣେ ନାବାଳିକା । ବାପା ମା ଙ୍କ ଭୁଲ ନିଷ୍ପତି କୁ ବିରୋଧ କରି ଚାଇଲଡ ହେଲ୍ପ ଲାଇନ ନମ୍ବର ୧୦୯୮ କୁ କଲ କରି ନାବାଳିକା ଜଣକ ନିଜ ଭବିଷ୍ୟତ ଅନ୍ଧାର କୁ ଠେଲି ହୋଇଯିବା ପୂର୍ବରୁ ନିଜ ବାହାଘର କୁ ରୋକିବା ରେ ସକ୍ଷମ ହୋଇଛନ୍ତି ।ସୂଚନା ଅନୁଯାୟୀ ନାବାଳିକା ଜଣକ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଅଂଚଳ ର ହୋଇଥିବା ବେଳେ ସେ ଜଣେ ମେଧାବୀ ଛାତ୍ରୀ ଅଟନ୍ତି । ତେବେ ତାଙ୍କ ବାପା ମା ଜଣେ ବୟସ୍କ ଲୋକଙ୍କ ସହ ବାହାଘର ଠିକ କରିଦେବା ସହ ବାହା ହେବାକୁ ବାଧ୍ୟ କରିଥିଲେ । ଫଳ ରେ ନାବାଳିକା ଜଣକ ନିଜ ଘରୁ ଖସି ଆସି ସାରଙ୍ଗଡ଼ ଥାନା ଅଂଚଳ ରେ ଥିବା ସମ୍ପର୍କୀୟ ମାଉସୀ ଙ୍କ ଘର କୁ ଆସିଥିଲେ । କିନ୍ତୁ ସେଠାରେ ମଧ୍ୟ ବୟସ୍କ ଲୋକ ପରିବର୍ତ୍ତେ ନିଜ ପୁଅ କୁ ବାହା ହେବାକୁ ମାଉସୀ କହିଥିଲେ । ଶେଷରେ ନିରୁପାୟ ହୋଇ ନିଜ କୁ ଅସୁରକ୍ଷିତ ମଣି ନାବାଳିକା ଜଣକ ଚାଇଲଡ ହେଲ୍ପ ଲାଇନ କୁ କଲ କରିଥିଲେ । ଖବର ପାଇ ଚାଇଲଡ ହେଲ୍ପ ଲାଇନ ଟିମ ସାରଙ୍ଗଡ଼ ପୋଲିସ ର ସହାୟତା ରେ ନାବାଳିକା ଜଣକୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି ।ତେବେ ନିଜ ଚରମ ନିଷ୍ପତି ଯୋଗୁଁ ନାବାଳିକା ଜଣକ ନିଜ ଭାଗ୍ୟ ଭବିଷ୍ୟତ ଅନ୍ଧାର କୁ ଯିବା ପୂର୍ବରୁ ନିଜେ ନିଜ ର ଭାଗ୍ୟ ପରିବର୍ତ୍ତନ କରିବା ରେ ସଫଳ ହୋଇଛନ୍ତି ।ଉଦ୍ଧାର ପରେ ନାବାଳିକା ଙ୍କୁ ଫୁଲବାଣୀ ସଖି ଗୃହ ରେ ରଖା ଯାଇଥିବା ସୂଚନା ମିଳିଛି ।
