ପୁରୀ: ପୁରୀ ଜିଲ୍ଲା ସ୍ୱେଚ୍ଛାସବୀ ସଂଗଠନ ଦ ବେଲ୍ ଓମେନ୍ସ କ୍ଲବ ତରଫରୁ ଭିନ୍ନ ଧାରାରେ ପାଳିତ ହୋଇଛି ରଜ ମହୋତ୍ସବ । ସ୍ଥାନୀୟ ବାଲି ନୋଳିଆ ସାହି ଠାରେ ମା ପାଲମା ସେବା ସମିତି ମିଳିତ ଆନୁକୁଲ୍ୟରେ ଆୟୋଜିତ ହୋଇଛି ରଜ ମହୋତ୍ସବ ଝୁମର୍ ୨୦୨୬ । ମା ପାଲମା ମନ୍ଦିର ପ୍ରାଙ୍ଗଣ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶତାଧିକ ମହିଳା ଓ କିଶୋରୀ ତଥା ଅଙ୍ଗନୱାଡ଼ି କର୍ମୀ ଯୋଗଦେଇ ରଜ ଉତ୍ସବର ଆନନ୍ଦ ଉଠାଇଥିଲେ।ଏହି ଅବସରରେ ଦି ବେଲ୍ ଓମେନ୍ସ କ୍ଲବ ମହିଳା ସ୍ୱେଚ୍ଛାସେବୀ ମାନେ ଉତ୍ସବ କୁ ଆସିଥିବା କିଶୋରୀ ଓ ମହିଳା ମାନଙ୍କୁ ସାନିଟାରୀ ପ୍ୟାଡ ସହିତ ରଜ ସଜ ବଣ୍ଟନ କରି ଥିଲେ।କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ କ୍ଲବ ସମ୍ପାଦିକା ସବିତା ହରିଚନ୍ଦନ କହିଥିଲେ ଯେ ସହର ତଳି ଅଞ୍ଚଳରେ ମହିଳା ଓ କିଶୋରୀ ମାନଙ୍କ ମଧ୍ୟରେ ନିଜସ୍ୱ ସ୍ୱଛତା ସମ୍ପର୍କିତ ଜ୍ଞାନ କମ ରହିବା ଫଳରେ ସେମାନଙ୍କ ବିଭିନ୍ନ ପ୍ରକାର ଶାରୀରିକ ଅସୁସ୍ଥତା ଦେଖା ଯାଏ ତେଣୁ ସେମାନଙ୍କୁ ସଚେତନ କରାଇବା ଏହି କାର୍ଯ୍ୟକ୍ରମ ର ମୂଲ ଉଦ୍ଦେଶ୍ୟ।ଏହି ଅବସରରେ ଅନୁଷ୍ଠାନ ତରଫରୁ ଅଙ୍ଗନ ବାଡି ଦିଦି ଓ ମହିଳା ଗୋଷ୍ଠୀ ମାନଙ୍କୁ ସମ୍ମାନିତ କରାଯାଇ ଥିଲା।କିଶୋରୀ ମାନଙ୍କ ମଧ୍ୟରେ ପୁଚି, ମ୍ୟୁଜିକ ଚେୟାର,ଇତ୍ୟାଦି ପ୍ରତିଯୋଗିତା ଅନୁଷ୍ଠିତ ହେଇଥିଲା।କାର୍ଯ୍ୟକ୍ରମକୁ ବେଲ୍ ଅଧକ୍ଷ ସିଦ୍ଧାର୍ଥ ରାୟ ଉଦ୍ଘାଟନ କରି ଥିବା ବେଳେ ,ଉପାଧ୍ୟକ୍ଷ ସୁକାନ୍ତ କୁମାର ପଣ୍ଡା ଓ ମୋନାଲିସା ଦାସ ମଞ୍ଚ ପରିଚାଳନା କରିଥିଲେ।ଅନୁଷ୍ଠାନ ସମ୍ପାଦକ ରାଜ କିଶୋର ପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ। ଶେଷରେ ରଜ ପାନ ,ପିଠା ମିଠା ଗୁପ ଚୁପ୍ ଇତ୍ୟାଦି ସମସ୍ତଙ୍କୁ ବଣ୍ଟନ କରାଯାଇ ଥିଲା।କ୍ଲବ ସଦସ୍ୟା ରାଜ ଲକ୍ଷ୍ମୀ ଦାସ,ବର୍ଷା ଦାସ,ବନିତା ଦୀକ୍ଷିତ ଓ ମା ପଲାମା ସେବା ସମିତି ସଦସ୍ୟ ସଦସ୍ୟା ଉତ୍ସବ ପରିଚାଳନା କରିଥିଲେ ।
