ନୀଳଗିରି; ବାଲେଶ୍ୱର ଜିଲ୍ଲା ବରହମପୁର ଥାନା ଶେରଗଡ଼ ନୀଳଗିରି ଝରଣଘାଟି ରାସ୍ତା ୧୯ନମ୍ବର ରାଜ୍ୟରାଜପଥର ତେଲିପାଳ ନିକଟରେ ପହିଲି ରଜ ରବିବାର ରାତ୍ରୀ ପ୍ରାୟ ୧୦ ଘଟିକା ସମୟରେ ୨ ବାଇକଆରୋହୀ ତଥା ନୀଳଗିରି ଥାନା ଶ୍ୟାମସୁନ୍ଦରପୁର ପଞ୍ଚାୟତ ଖୁମକୁଟ ଅଞ୍ଚଳର ରାମଦାସ ସୋରେନଙ୍କ ପୁଅ ଦିଲିପ୍ (୩୦) ଓ ଶଙ୍କରା ମୁର୍ମୁ ଙ୍କ ପୁଅ ନରେନ୍ଦ୍ର (୪୦) ମୟୁରଭଞ୍ଜ ଉଦଳାରୁ ବନ୍ଧୁ ଘରୁ ଜାଇ ସେଠାରେ କାମ ସାରି ନିଜ ଗାଁ ଖୁମକୁଟ କୁ ଫେରୁଥିବା ବେଳେ ୧୯ନମ୍ବର ରାଜ୍ୟରାଜପଥର ତେଲିପାଳ ନିକଟରେ ପୂର୍ତ୍ତ ବିଭାଗ ଏକ ରାସ୍ତାରେ ପୋଲ ନିର୍ମାଣ ଚାଲିଥିବା ବେଳେ ସେଠାରେ ଠିକାଦାର ଙ୍କ ଦ୍ୱାରା ଏକ ଡାଇଭର୍ସନ ରାସ୍ତା ନିର୍ମାଣ ହୋଇଛି। ଏହି ବାଇକ୍ ଆରୋହୀଙ୍କ ଅସାବଧାନତା କାରଣରୁ ରାସ୍ତା ଜାଣି ନପାରି ପୋଲ ତଳକୁ ଖସି ମର୍ମନ୍ତୁଦ ଦୁର୍ଘଟଣା ହୋଇଥିଲା। ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ୨ ବାଇକଆରୋହୀ ଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ନୀଳଗିରି ଡାକ୍ତରଖାନାକୁ ଅଣାଯାଇଥିଲେ ହେଁ ଡାକ୍ତର ମୃତଘୋଷଣା କରିଥିଲେ। ବରହମପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ବାଇଟିକୁ ଜବତ୍ କରିଥିଲେ।
