ନୀଳଗିରି; କଳାକନା ବୁଲାଇଲେ ଦୁର୍ବତ୍ତ, ରବିବାର ରାତି ପ୍ରାୟ ୮ଟା ୩୦ ରୁ ୯ ଟା ୩୦ ମିନିଟ୍ ସମୟରେ ଚୋରି ହୋଇଥିବାର ଅନୁମାନ। ପରିବାର ଲୋକେ ସଜନାଗଡ଼ ମା’ ଭୂଧାରଚଣ୍ଡୀଙ୍କ ପୀଠ ସମ୍ମୁଖରେ ରଜ ପର୍ବ ଉପଲକ୍ଷେ ମେଳା ଲାଗିଥିବାରୁ ବଜାରରେ ଥିବା ତାଙ୍କର ଲୁଗାଦୋକାନକୁ ସମସ୍ତ ପରିବାର ଲୋକ ଜାଇଥିଲେ। ଘରେ କେହି ନଥିବାର ସୁଯୋଗ ନେଇ କଳା କନା ବୁଲାଇଲେ ଦୁର୍ବୃତ୍ତ। ସୂଚନାଯୋଗ୍ୟ ନୀଳଗିରି ବ୍ଲକ ସଜନନାଗଡ ପଞ୍ଚାୟତ ବେହେରାସାହି ଗ୍ରାମ ତଥା ୧୯ ନଂ ରାଜ୍ଯ ରାଜପଥ ସେରଗଡ ନୀଳଗିରି ଝରଣଘାଟି ରାସ୍ତା ପାର୍ଶ୍ୱରେ ଶତୃଘନ ଦାସ ଙ୍କ ନିଜର ଘର। ଶ୍ରୀ ଦାସ ଓ ସମସ୍ତ ପରିବାର ଲୋକେ ରବିବାର ସନ୍ଧ୍ୟାରେ ବଜାରରେ ଥିବା ତାଙ୍କର ଲୁଗାଦୋକାନ କୁ ଯାଇଥିଲେ। ଲୁଗା ଦୋକାନ ବନ୍ଦ କରି ରାତ୍ରି ୧୦ ଘଟିକା ସମୟରେ ଘରକୁ ଫେରିବା ବେଳେକୁ ଘର ସାମ୍ନାରେ ଥିବା ଗେଟରେ ତାଲାଭଙ୍ଗା ହୋଇଥିବା ଦେଖିବାକୁ ପାଇଥିଲେ। ପରେ ଘର ଭିତରେ ପଶିବା ବେଳକୁ ଆଲମିରା ଭାଙ୍ଗି ୬ଲକ୍ଷ ୨୦ ହଜାର ଟଙ୍କା, ୧୪ଲକ୍ଷର ସୁନା ଗହଣା ନଥିବାର ଦେଖିବାକୁ ପାଇଥିଲେ। ଆସବାବପତ୍ର ସବୁ ବିଛାଡି ହୋଇ ପଡ଼ିଥିବା ବେଳେ ଚୋର ଘର ପଛପଟେ ଦେଇ ଆସିଥିବା ଅନୁମାନ କରାଯାଉଛି। ଏନେଇ ନୀଳଗିରି ଥାନାରେ ଅଭିଯୋଗ ହୋଇଥିବା ବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ପୋଲିସ ନଂ ୨୭୧/୨୬ରେ ମାମଲା ରୁଜୁ କରି ସୋମବାର ଘଟଣାସ୍ଥଳକୁ ଜାଇ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ କରିବାର ସୂଚନା ଦେଇଛନ୍ତି ନୀଳଗିରି ଥାନାର ଆଇ.ଆଇ.ସି ଗୋବର୍ଦ୍ଧନ ନାୟକ।
