ନୀଳଗିରି; ବନ୍ଧୁ ସାଜିଲା ବଇରୀ। ଓଡିଆ ଶବ୍ଦକୋଷରେ ମଇତ୍ର(ସଙ୍ଗାତ,ସାଙ୍ଗ) ଭଳି ପବିତ୍ରଶବ୍ଦକୁ ଜଳାଞ୍ଜଳି ଦେଇ ଜଣେ ସାଙ୍ଗ ଅନ୍ୟଜଣେ ସାଙ୍ଗର ଜୀବନ ବି ନେଇପାରେ ଯାହା ନୀଳଗିରି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟିକରିଛି। ଘଟଣାର ୨୨ଦିନପରେ ମୃତକଙ୍କ ଗଳିତଶବ ଉଦ୍ଧାର କରାଯାଇଛି।ସୂଚନା ମୁତାବକ ନୀଳଗିରି ବ୍ଲକ୍ ବରହମପୁର ଥାନା କେସିପୁର ପଞ୍ଚାୟତ ଜାମୁନା ଗ୍ରାମର ବୀରେନ୍ଦ୍ର ବେହେରା (ଡ୍ରାଇଭର)ଏବଂ ଉକ୍ତ ପଞ୍ଚାୟତ ଅଧୀନସ୍ଥ ଗବପାଳ ଗ୍ରାମର ବୀରେନ୍ଦ୍ର ମଢେଇଙ୍କ ମଧ୍ୟରେ ମଇତ୍ର ବା ସଙ୍ଗାତ ବସି ପରସ୍ପର ପରସ୍ପର ଘରକୁ ଅବାଧରେ ଯିବାଆସିବା ଚାଲିଆସୁଥିଲା। ଇତିମଧ୍ୟରେ ଡ୍ରାଇଭର ବୀରେନ୍ଦ୍ରଙ୍କ ସହିତ ବନ୍ଧୁପତ୍ନୀଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ଦର୍ଶାଇ ବୀରେନ ପ୍ରାୟ ଦୁଇମାସ ପୂର୍ବେ ବନ୍ଧୁ ବୀରେନ୍ଦ୍ରଙ୍କୁ ଘରକୁ ଡ଼ାକି ବାନ୍ଧିପିଟିଥିବା ଏବଂ ସ୍ଥାନୀୟ ସରପଞ୍ଚଙ୍କ ମଧ୍ୟସ୍ଥତାରେ ୫୦ହଜାର ଟଙ୍କା ଜୋରିମାନାଦେଇ ଘଟଣାର ସମାଧାନ ହୋଇଥିଲା। ତେବେ ଏହି ଶତ୍ରୁତା ଉଗ୍ରରୂପ ନେଇଥିଲା ଗତ ମେ ୨୫ତାରିଖରେ ରାତିରେ । ଯୋଜନାବଦ୍ଧ ଭାବେ ବିରେନ୍ଦ୍ରଙ୍କୁ କପ୍ତିପଦାରେ ଡମ୍ଫର୍ ଚଲାଇବାକୁ ଅନ୍ୟ ଜଣକ ମୋବାଇଲରୁ ଫୋନକରି ଅଭିଯୁକ୍ତ ବୀରେନ ଡ଼ାକିଥିଲେ। ବିରେନ୍ଦ୍ର ଯାମୁନାଛକରେ ପହଞ୍ଚିବାପରେ ବୀରେନ ଓ ତାଙ୍କର କିଛି ସହଯୋଗୀ ଏକସ୍କୁଟିରେ ବସାଇ ଅପହରଣକରି ନେଇଥିଲେ। ପରେ ବୀରେନଙ୍କ ଶଶୁର ଘର ମୟୂରଭଞ୍ଜ ଜିଲ୍ଲା ଉଦଳା ଅଦାପାଳ ନିକଟସ୍ଥ କୁଅଁରପାଳ ଗ୍ରାମକୁ ନେଇଯାଇ ପିଟି ହତ୍ୟା କରିଥିଲା। ପରେ ନିଜକୁ ସୁରକ୍ଷିତ ରଖିବାପାଇଁ ମହାରାଷ୍ଟ୍ରକୁ କାମକରିବାକୁ ପଳାଇ ଯାଇଥିଲେ।ଏପଟେ ବୀରେନ୍ଦ୍ରଙ୍କ ସ୍ତ୍ରୀ ସାବିତ୍ରୀ ସ୍ୱାମୀକୁ ନପାଇ ମେ ୩୧ତାରିଖରେ ଲିଖିତ ଅଭିଯୋଗ କରିଥିଲେ। ସ୍ୱାମୀକୁ ଅପହରଣ କରିବାରେ ବନ୍ଧୁ ବିରେନ୍ଦ୍ରଙ୍କ ହାତ ରହିଥିବା ଅଭିଯୋଗପତ୍ରରେ ଉଲ୍ଲେଖ କରିଥିଲେ। ଏତଲାକୁ ଗ୍ରହଣକରି ତଦନ୍ତ ଜାରିରହିଥିବା ବେଳେ ବିଶେଷସୁତ୍ରରୁ ଖବରପାଇ ବରହମପୁର ପୋଲିସର ଏକ ଟିମ୍ ମହାରାଷ୍ଟ୍ର ପୋଲିସ ସହାୟତାରେ ପୁନେ ଅଞ୍ଚଳରେ ବିରେନ୍ଦ୍ରକୁ ଗିରଫକରିବାରେ ସଫଳ ହୋଇଥିଲା। ଆଜି ବାଲେଶ୍ୱର ଆଡିସନାଲ ଏସ.ପି ପ୍ରମୋଦ ମଲ୍ଲିକଙ୍କ ନେତୃତ୍ୱରେ ବରହମପୁର ଆଇଆଇସି ପ୍ରେମଦା ନାୟକ ଏବଂ ଅନ୍ୟ ଅଧିକାରୀ ଓ କର୍ମଚାରୀ ଅଭିଯୁକ୍ତ ବୀରେନକୁ ନେଇ କ୍ରାଇମ ସିନ୍ ରି-କ୍ରିଏସନ୍ କରିଥିଲା। ସୂଚନା ଥାଉକି ଅଭିଯୁକ୍ତ ବିରେନ୍ଦ୍ର ମଢେଇ ଶଶୁରଘର କୁଅଁରପାଳ ଠାରୁ ୩/୪କି. ମି ଦୂର ବଡସିଙ୍ଗାରିଆ ଗ୍ରାମନିକଟ ଏକ ବିଲହିଡରେ ନୂଆକରି ମାଟିପଡ଼ିଥିବା ହିଡରେ ଗାତଖୋଳି ପୋତିଦେଇଥିଲା। ମଜିଷ୍ଟେଟଙ୍କ ଉପସ୍ଥିତିରେ ସାଇଣ୍ଟିଫିକ୍ ଟିମ୍ ସହିତ ଉଭୟ ବରହମପୁର ପୋଲିସ ଏବଂ ଉଦଳା ପୋଲିସ ସହାୟତାରେ ମୃତ ବିରେନ୍ଦ୍ର ବେହେରାଙ୍କ ଗଳିତଶବ ଉଦ୍ଧାର କରାଯାଇଥିଲା। ଏହି ମର୍ଡର ଘଟଣାରେ ସ୍ୱାମୀ, ସ୍ତ୍ରୀ ଉଭୟଙ୍କ ଗିରଫ କରାଯାଇଥିବା ବେଳେ ଏଥିରେ ଅନ୍ୟ ସନ୍ଦିଗ୍ଧଙ୍କ ଖୋଳତାଡ଼ ଚାଲିଥିବା ପୋଲିସ ସୂଚନା ଦେଇଛି।
