ଭଞ୍ଜନଗର: ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳ ଅନ୍ତର୍ଗତ ଖଇରପଟି ଗାଁ ନିକଟରେ ବେଆଇନ ଭାବେ ଚାଲିଥିବା ଖବର ପାଇ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା ଓ ଘଟଣା ସ୍ଥଳରୁ ଗୋଟିଏ ଟ୍ରାକ୍ଟରରେ ଲାଗିଥିବା କରତକଳ ଜବତ କରାଯାଇଥିଲା। ଏଥିସହ ୨ ସିଫ୍ଟି ଆକାଶିଆ କାଠ ଜବତ କରାଯାଇଛି । ବିଭାଗୀୟ ସୂଚନା ପ୍ରକାରେ, ଖଇରପୁଟି ଗାଁ ଶେଷରେ, ଏକ ଟ୍ରାକ୍ଟର ରେ କରତକଳ ମେସିନ୍ ଥିବା ଅବସ୍ଥାରେ , କାଠ କଟା ଚାଲିଥିଲା । ଏନେଇ ଡିଏଫ୍ ଓ ହିମାଂଶୁ ଶେଖର ମହାନ୍ତିଙ୍କ ପାଖରେ ଖବର ପହଞ୍ଚିଥିଲା । ଡିଏଫଓ ଙ୍କ ନିର୍ଦ୍ଦେଶ ପ୍ରକାରେ, ରେଞ୍ଜର ପୃଥ?ିବୀରାଜ ପ୍ରଧାନଙ୍କ ଓ ତାଙ୍କ ଟିମ୍ , ଦକ୍ଷିଣ ଘୁମୁସର ବନଖଣ୍ଡ କର୍ମଚାରୀ ଏବଂ ଗାଙ୍ଗପୁର ପୋଲିସ ମିଳିତ ଭାବେ ଅଚାନକ ଚଢ଼ାଉ କରିଥିଲେ ଓ ଏଥିସହ ବନ ବିଭାଗ ପକ୍ଷରୁ ଏନେଇ ଏକ ମାମଲା ରୁଜୁ କରାଯାଇଛି । ଘଟଣାର ଅଧିକ ତଦନ୍ତ ଚାଲିଥିବା ସଂକ୍ରାନ୍ତରେ କେଦ୍ରୀୟ ବନାଞ୍ଚଳ ଅଧିକାରୀ ଶ୍ରୀ ପ୍ରଧାନ କହିଛନ୍ତି ।
