ପୁରୀ: ପୁରୀ ସମୁଦ୍ରରେ ପୁଣି ଅଘଟଣ। ରିପ୍ କରେଣ୍ଟରେ ଫସିଥିବା ପର୍ୟ୍ୟଟକଙ୍କୁ ବଞ୍ଚାଇଲେ ଲାଇଫଗାର୍ଡ ।ସମୁଦ୍ରରେ ବୁଡିଯାଉଥିବା ଅବସ୍ଥାରେ ଲାଇଫଗାର୍ଡଙ୍କ ତତ୍ପରତା ଯୋଗୁଁ ପର୍ୟ୍ୟଟକଙ୍କ ଜୀବନ ରକ୍ଷା ହୋଇଛି । ବୁଡ଼ିଯାଇଥିବା ପର୍ୟ୍ୟଟକ ହେଉଛନ୍ତି ମଥୁରା ଅଞ୍ଚଳର ଶେଖର ଚୌଧୁରୀ। ଅପରାହ୍ନରେ ପୁରୀ ହୋଟେଲ ସମ୍ମୁଖ ବେଳାଭୂମିରେ ଗାଧୋଉଥିଲେ। ସେହି ସମୟରେ ହଠାତ୍ ରିପ୍ କରେଣ୍ଟର କବଳରେ ପଡିଯାଇଥିଲେ ଏବଂ ଗଭୀର ସମୁଦ୍ର ଆଡ଼କୁ ଟାଣି ହୋଇଯାଉଥିଲେ। ବୁଡିଯାଉଥିବା ଦେଖି ବେଳାଭୂମିରେ ଉପସ୍ଥିତ ଲୋକେ ଚିତ୍କାର କରିଥିଲେ। ସେଠାରେ ନିୟୋଜିତ ଲାଇଫଗାର୍ଡ ତୁରନ୍ତ ସତର୍କ ହୋଇ ବିନା ବିଳମ୍ବରେ ସମୁଦ୍ରକୁ ଡେଇଁପଡିଥିଲେ। ପ୍ରବଳ ଢେଉ ଓ କରେଣ୍ଟକୁ ଖାତିର ନକରି ଲାଇଫଗାର୍ଡ ଜଣକ ପର୍ୟ୍ୟଟକଙ୍କ ପାଖରେ ପହଞ୍ଚି ତାଙ୍କୁ ସୁରକ୍ଷିତ ଭାବେ କୂଳକୁ ଉଦ୍ଧାର କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଉଦ୍ଧାର ହୋଇଥିବା ପର୍ୟ୍ୟଟକ ଶେଖର ଚୌଧୁରୀ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡିଛି
