ପୁରୀ: ଓଡ଼ିଶା ସାଇକେଲ ପୋଲୋ ଆସୋସିଏସନ ର ସାଧାରଣ ପରିଷଦ ବୈଠକ ଚକ୍ରତୀର୍ଥ ରୋଡ ସ୍ଥିତ ୟୁଥହଷ୍ଟେଲ ସଭଗୃହରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସର୍ବଭାରତୀୟ ସାଇକେଲ ପୋଲୋ ସଂଘ ର ବରିଷ୍ଠ ଉପସଭାପତି ତଥା ଓଡ଼ିଶା ସାଇକେଲ ପୋଲୋ ଆସୋସିଏସନ ର ସଭାପତି ବିନୟ ନୃସିଂହ ମହାପାତ୍ର ଏଥିରେ ଅଧ୍ୟକ୍ଷତା କରି କହିଲେ ଓଡ଼ିଶା ରେ ଜାତୀୟ ମହିଳା ସାଇକଲ ପୋଲୋ ଚାମ୍ପିଅନସିପ ଅନୁଷ୍ଠିତ ହେବ । ଏହି ପ୍ରତିଯୋଗିତା ତିନୋଟି ବର୍ଗରେ ଯଥା ସିନିୟର, ଜୁନିଅ,ର୍ ସବ ଜୁନିୟର ସ୍ତରରେ ଖେଳ ଅନୁଷ୍ଠିତ ହେବ ବୋଲି ଶ୍ରୀ ମହାପାତ୍ର ସୂଚନା ପ୍ରଦାନ କରିଥିଲେ । ଆସନ୍ତା ଡିସେମ୍ବର ୮ ରୁ ୧୧ ଚାରି ଦିନ ଧରି ଖେଳ ଅନୁଷ୍ଠିତ ହେବ । ଖେଳରେ ୨୫ ଟି ରାଜ୍ୟରୁ ପ୍ରାୟ ୫୦୦ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିବେ ବୋଲି ସେ ସୂଚନା ପ୍ରଦାନ କରିଥିଲେ । ଏହାକୁ କିପରି ଶାନ୍ତି ଶୃଙ୍ଖଳା ଓ ସରସ ସୁନ୍ଦର ଭାବେ ସୁପରିଚାଳିତ ହୋଇପାରିବ ସେ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିବା ସହ ସମସ୍ତଙ୍କ ସହୋଯୋଗ କାମନା କରିଥିଲେ। ସମ୍ପାଦକ ରାଜକିଶୋର ମହାନ୍ତି,ଉପଦେଷ୍ଟା ସୁଶ୍ରୀ ପ୍ରିୟଦର୍ଶିନୀ ପାଣି,ଶୈଳେନ୍ଦ୍ର ଗୌତମ ନାୟକ ପ୍ରମୁଖ ମଞ୍ଚାସୀନ ଥିଲେ । ଜାତୀୟ ମହିଳା ସାଇକେଲ ପୋଲ ପ୍ରତିଯୋଗୀ ମାନେ ଶ୍ରୀକ୍ଷେତ୍ର ମାଟିରେ ପାଦସ୍ପର୍ଶ କରି ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିବେ । କ୍ରୀଡାବିତ ମାନଙ୍କ ପାଇଁ ସମସ୍ତ ବ୍ଯବସ୍ଥା କରାଯିବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ବୈଠକରେ ରଞ୍ଜିତ୍ ମିଶ୍ର, ହେମବତି ବେଉରା,ନବ କିଶୋର ପଣ୍ଡା, ଦୋଳଗୋବିନ୍ଦ ମହାନ୍ତି ଉପସ୍ଥିତ ରହି ଏହି ସର୍ବଭାରତୀୟ ପ୍ରତିଯୋଗିତାର ସଫଳ ଆୟୋଜନ କାମନା କରିଥିଲେ । ଶେଷରେ ଅମରା ନନ୍ଦ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।
