{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}
କଟକ: କଟକ ଜିଲ୍ଲା ବଡମ୍ବା ବ୍ଲକ୍ ବୈଦେଶ୍ୱର ଥାନା ଟି ସେତୁ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଜଣେ ଯୁବକର ମୃତ୍ୟୁ ଘଟିଛି। ବାଇକ ଓ ଅଟୋ ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବା ଫଳରେ ଯୁବକଙ୍କର ମୁଣ୍ଡ କଟି ଗଣ୍ଡି ଅଲଗା ହୋଇ ଯାଇଛି। ଯାହାଫଳରେ ଘଟଣାସ୍ଥଳରେ ଯୁବକ ଜଣଙ୍କର ମୃତ୍ୟୁ ଘଟିଛି। ସୂଚନାଥାଉକି, ବଡମ୍ବା ବୃନ୍ଦାବନପୁର ଅଞ୍ଚଳର ଶୁସିଲ କୁମାର ଗୋଛି (୨୨) ରଜ ଭାର ଦେଇ ନିଜ ଭଉଣୀ ଘରୁ ବାଇକ ଯୋଗେ ଫେରୁଥିଲେ। ବଡମ୍ବା ଟି-ସେତୁ ଉପରେ ଏକ ଅଟୋକୁ ମୁହାଁ ମୁହିଁ ଧକ୍କା ଦେଇଥିଲେ। ଯାହାଫଳରେ ଘଟଣାସ୍ଥଳରେ ଶୁସିଲ ର ମୁଣ୍ଡ ରୁ ଗଣ୍ଡୀ ଅଲଗା ହୋଇ ମୃତ୍ୟୁ ଘଟିଥିଲା । ଏବଂ ଅଟୋ ରେ ଥିବା ୬ ଜଣ ମହିଳାଙ୍କ ସମେତ ଅଟୋ ଡ୍ରାଇଭର ଆହତ ହୋଇଥିଲେ। ଘଟଣାସ୍ଥଳରେ ବୈଦେଶ୍ୱର ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଆହତଙ୍କୁ ମେଡ଼ିକାଲ ପଠାଇ ଘଟଣାର ତଦନ୍ତ କରୁଛି। ଅପରପକ୍ଷରେ ମୃତ୍ୟୁ ଯୁବକର ପରିବାର ଲୋକେ କ୍ଷତି ପୂରଣ ଦାବିରେ ବୈଦେଶ୍ୱର ଥାନା ସମ୍ମୁଖରେ ଧାରଣାରେ ବସିଛନ୍ତି।
