ଇମ୍ରାନ୍ ଖାନ୍ ଓ ପତ୍ନୀଙ୍କୁ ଜେଲ୍ଦଣ୍ଡ
ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କୁ ଜେଲ୍ ଦଣ୍ଡାଦେଶ ହୋଇଛି। ପତ୍ନୀ ବୁଶରା ବିବିଙ୍କ ସହ ଇମ୍ରାନଙ୍କୁ ଆଜି ପାକିସ୍ତାନର ସ୍ୱତନ୍ତ୍ର କୋର୍ଟ ୧୭ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ଉଭୟଙ୍କୁ ୧ କୋଟି ଟଙ୍କାର ଜରିମାନା ସହ ୧୭ ବର୍ଷ ଲାଗି ଜେଲ ଦଣ୍ଡ ହୋଇଛି। ୨୦୨୧ ମେ ମାସରେ ଏକ ସରକାରୀ ଗସ୍ତ ସମୟରେ ସାଉଦି ଯୁବରାଜଙ୍କ ଇମ୍ରାନ ଖାନଙ୍କୁ ଏକ ବୁଲଗାରି ଅଳଙ୍କାର ସେଟ୍ ଦେଇଥିଲେ। ଯାହା ପରବର୍ତ୍ତି ସମୟରେ ଅତ୍ୟନ୍ତ କମ ମୂଲ୍ୟରେ କିଣାଯାଇଥିଲା। ନିୟମ ଅନୁଯାୟୀ ଏହାକୁ ସରକାରୀ କୋଷାଗାରରେ ଜମା କରାଯାଇନଥିଲା। ତଦନ୍ତ ଏଜେନ୍ସିଗୁଡ଼ିକର କହିବା ମୁତାବକ ଏହା ସରକାରୀ ରାଜକୋଷକୁ କ୍ଷତି ପହଞ୍ଚାଇଥିଲା। ସ୍ୱତନ୍ତ୍ର ବିଚାରପତି କେନ୍ଦ୍ରୀୟ ଶାହରୁଖ ଅର୍ଜୁମନ୍ଦ ୮୦ରୁ ଅଧିକ ଶୁଣାଣି ପରେ ଏହି ରାୟ ଶୁଣାଇଛନ୍ତି। କୋର୍ଟ ପାକିସ୍ତାନ ଦଣ୍ଡ ସଂହିତାର ଧାରା ୩୪ ଏବଂ ୪୦୯ ଅନୁଯାୟୀ ଇମ୍ରାନ ଖାନଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ସହିତ, ତାଙ୍କୁ ଦୁର୍ନୀତି ନିବାରଣ ଆଇନର ଧାରା ୫(୨) ଅନୁଯାୟୀ ୭ ବର୍ଷର ପୃଥକ ଦଣ୍ଡାଦେଶ ଦିଆଯାଇଛି। ସେହିପରି ବୁଶରା ବିବିଙ୍କୁ ସମାନ ଧାରା ଅନୁଯାୟୀ ମୋଟ ୧୭ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।















Leave a Reply