ଟାଙ୍ଗୀ -ଚୌଦ୍ୱାର: କଟକ ମଙ୍ଗୁଳି ଛକ ୧୬ ନଂ ଜାତୀୟ ରାଜପଥ ଉପରେ ହୁତୁ ହୁତୁ ହୋଇ ଜଳିଗଲା ଟ୍ରକ। ନିଆଁ ର ଭୟାବହ ଏତେ ମାତ୍ରା ରେ ଥିଲା ଯେ ପାଖରେ ଥିବା ଦୋକାନ ର ଦୋକାନୀମାନେ ଓ ବାଟୋଇ ମାନେ ଭୟଭୀତ ହୋଇପଡ଼ିଥିଲେ। ପରେ ସ୍ଥାନୀୟ ଲୋକେ ଟାଙ୍ଗୀ ଥାନା କୁ ଖବର ଦେବା ପରେ ଜାତୀୟ ରାଜପଥ ପେଟ୍ରୋଲିଙ୍ଗ ରେ ଥିବା ଅଫିସର ପହଂଚିବା ସହ ଅଗ୍ନିଶମ ବାହିନୀ କୁ ଖବର ଦେଇଥିଲେ। କଟକ ଚାଉଳିଆଗଞ୍ଜ ଓ ଟାଙ୍ଗୀ ଅଗ୍ନିଶମ ବାହିନୀର ଦୁଇ ଦୁଇ ଟି ଦମକ ଗାଡ଼ି ଓ ଅଗ୍ନିଶମ ବାହିନୀ କର୍ମଚାରୀ ପହଂଚି ଅକ୍ଲାନ୍ତ ପରିଶ୍ରମ କରି ନିଆଁ କୁ ଆୟତ କରିବାରେ ସକ୍ଷମ ହୋଇଥିଲେ। ସୂଚନା ଅନୁସାରେ ଟ୍ରକ ରେ କାରବାଇଟ ଲୋଡ଼ିଂ ଥିବା କାରଣରୁ ଏଭଳି ଅଗ୍ନିକାଣ୍ଡ ଘଟିଥିବା କହିଛନ୍ତି ଅଗ୍ନିଶମ ବାହିନୀରେ କାର୍ଯ୍ୟରତ ଜରୁରୀ କାଳୀନ ଅଫିସର।
