ଫୁଲବାଣୀ: ଅଟୋ ଡ୍ରାଇଭର ଓ ପ୍ରାଇଭେଟ୍ ଗାଡ଼ି ଡ୍ରାଇଭର ମାନେ ବିଭିନ୍ନ ଦାବି ନେଇ ରାଜ୍ୟ ଡ୍ରାଇଭର ସଂଘ ନିର୍ଦ୍ଦେଶ ରେ ଜିଲ୍ଲା ଡ୍ରାଇଭର ସଂଘ ପକ୍ଷରୁ ସଭାପତି ଆଲୋକ ବେହେରା ଙ୍କର ନେତୃତ୍ୱରେ ଏକ ବିଶାଳ ରାଲି ଶୋଭାଯାତ୍ରା ସ୍ଥାନୀୟ ଫୁଲବାଣୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଠାରୁ ବାହାରି ସହର ପରିକ୍ରମା ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ବିଭିଭ ପ୍ରଦର୍ଶନ କରି ମୁଖ୍ୟ ମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ କୁଶଳ ଚନ୍ଦ୍ର ନାଏକ ଙ୍କୁ ୧୦ ଦଫା ଦାବି ସମ୍ମିଳିତ ସ୍ମାରକ ପତ୍ର ପ୍ରଦାନ କରିଥିଲେ। ଅଟୋ ଓ ପ୍ରାଇଭେଟ୍ ଡ୍ରାଇଭର ଗାଡ଼ି ର ବୃତ୍ତିଗତ ଡ୍ରାଇଭର ମାନଙ୍କୁ ଡ୍ରାଇଭର କଲ୍ୟାଣ ବୋର୍ଡ ରେ ସାମିଲ କରିବା ଏବଂ ଡ୍ରାଇଭର ମାନେ ନିର୍ବାଚନ ରେ ମତ ଦାନ କରିବାର ସମ୍ବିଧାନ ଅଧିକାର ରୁ ବଞ୍ଚିତ ହେଉଥିବା ଯୋଗୁଁ ଜିଲ୍ଲା ଡ୍ରାଇଭର ସଂଘ ଓଡ଼ିଶା ଡ୍ରାଇଭର ଏକତା ମହାମଞ୍ଚ ପକ୍ଷରୁ ସରକାର ଙ୍କୁ ବହୁ ଥର ଦାବି ପତ୍ର ପ୍ରଦାନ କରାଯାଇଛି। ବିଗତ ଦିନ ମାନଙ୍କରେ ଓଡ଼ିଶା ମୋଟର ପରିବହନ ଡ୍ରାଇଭର କଲ୍ୟାଣ ବୋର୍ଡ ,ପରିବହନ ମନ୍ତ୍ରୀ,ପରିବହନ କମିଶନର,ଆଜି ଭଳି ଜିଲ୍ଲା ପାଳ ଙ୍କୁ ମଧ୍ୟ ଦାବୀ ପତ୍ର ପ୍ରଦାନ କରାଯାଇଛି। କେହି କର୍ଣ୍ଣପାତ କଲେ ନାହିଁ। ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ। ଯାହା ଫଳରେ ଆଜି ଜିଲ୍ଲା ସଂଘ ପକ୍ଷରୁ ଦାବି ପତ୍ର ଦିଆଯାଇଛି। ମୁଖ୍ୟ ମନ୍ତ୍ରୀ ଉଦ୍ଦେଶ୍ୟରେ ଆଜି ଅତିରିକ୍ତ ଜିଲ୍ଲାପାଳ ଦିଆଯାଇଥିବା ଦାବି ଗୁଡିକ ମଧ୍ୟରେ ଓଡ଼ିଶା ମୋଟର ଟ୍ରାନ୍ସପୋର୍ଟ ଡ୍ରାଇଭର ଏବଂ ୱାର୍କର ୱେଲଫର୍ ବୋର୍ଡ ରେ ଡ୍ରାଇଭର ମାନଙ୍କୁ ସାମିଲ କରିବା,ସାଧାରଣଙ୍କ ଆକ୍ରୋଶରେ ଶିକାର ହେଉଥିବା ଡ୍ରାଇଭର ସମାଜ ର ସୁରକ୍ଷା ପାଇଁ ଏକ ସ୍ୱତନ୍ତ୍ର ଆଇନ ତିଆରି କରିବା, ବୃତିଗତ ଡ୍ରାଇଭର ଙ୍କୁ ୬୦ ବର୍ଷ ବୟସ ପରେ ସ୍ୱତନ୍ତ୍ର ଭତା ପ୍ରଦାନ କରାଯାଉ । ଗାଡି ଗୁଡିକ ପାର୍କିଂଏବଂ ଡ୍ରାଇଭର ମାନଙ୍କ ବିଶ୍ରାମ ନେବାପାଇଁ ପାର୍କିଂସହିତ ବିଶ୍ରାମଗାର ଓ ଶୌଚାଲୟ ବ୍ୟବସ୍ତା ପ୍ରତି ୧୦୦ କିଲୋମିଟର ଅନୁରରେ ନିର୍ମାଣ କରାଯାଉ । ଓଡିଶା ରେ ଥ?ିବା ପ୍ରତ୍ୟେକ ଖଣି ଖାଦାନ ଏବଂ କାରଖାନା ଗୁଡିକ ରେ ଶତକଡା ୭୦% ଓଡିଶା ର ଡ୍ରାଇଭର ମାନଙ୍କୁ କାମ କରିବାପାଇଁ ଅଗ୍ରାଧୂକାର ଦିଆଯାଉ। ସେପ୍େଟମ୍ବର ୧ ତାରିଖ କୁ ଜାତୀୟ ଡ୍ରାଇଭର ଦିବସ ରୂପେ ସରକାର ପକ୍ଷରୁ ଘୋଷଣା କରାଯାଉ । OMTDWWB ଓଡ଼ିଶା ମୋଟର ରେ ନୂତନ ସଦସ୍ୟ ପଞ୍ଜିକୃତ ପାଇଁ ରଖାଯାଇଥ?ିବା ଦେୟ କୁ ଛାଡ଼ କରାଯାଉ । ପ୍ରାଇଭେଟ୍ ଗାଡ଼ି ଚାଳନା କରୁଥିବା ବୃତିଗତ ଡ୍ରାଇଭର ମାନଙ୍କୁ OMTDWWB ରେ ସଦସ୍ୟତା ପ୍ରଦାନ କରାଯିବା ସହିତ ଏହି ସମ୍ବନ୍ଧିତ ପେଣ୍ଡିଙ୍ଗ ରହିଥିବା କେସ ଗୁଡ଼ିକୁ ଯଥାଶିଘ୍ର ସହାୟତା ରାଶି ପ୍ରଦାନ କରାଯାଉ । ବିବଦ୍ଧ ଭାବରେ ପ୍ରତ୍ୟକ ୩ ମାସ ର ବ୍ୟବଧାନ ରେ ବୋର୍ଡ ମିଟିଙ୍ଗ କରାଯାଉ। ଅଣସଂଗଠିତ କଲ୍ୟାଣ ବୋର୍ଡ ରେ ପଞ୍ଜିକୃତ ନହୋଇ ୧୨.୬.୨୦୨୩ ପର ଠାରୁ ମୃତାହତ ହୋଇଥିବା ଅଟୋ ଡ୍ରାଇଭର ମାନଙ୍କ ପରିବାର ଙ୍କୁ ସହାୟତା ରାଶି ପ୍ରଦାନ କରାଯାଉ । ନୂତନ ଡ୍ରାଇଭିଂ ଲାଇସେନ୍ସ ବା ନବୀକରଣ ସମସ୍ୟା ର ସମାଧାନ କରାଯାଉ ଏହି ଦାବି ଗୁଡିକ ରହିଥିବା ମୁଖ୍ୟ ମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଦିଆଯାଇଥିବା ଦାବି ପତ୍ର ରେ ଉଲ୍ଲେଖ ରହିଛି । ଏହି ରାଲି ଶୋଭାଯାତ୍ରାରେ କନ୍ଧମାଳ ଜିଲ୍ଲା ଡ୍ରାଇଭର ସଂଘ ସଭାପତି ଆଲୋକ ବେହେରା ଙ୍କ ସହ ଉପ ସଭାପତି ମାନସ ସାମଲ,ସହ ସମ୍ପାଦକ ବୁଲୁ ମାଝୀ,କୋଷାଧ୍ୟକ୍ଷ ପପୁ ପ୍ରଧାନ, ଉପଦେଷ୍ଠା ବଳରାମ ନାୟକ,ସହ ଉପଦେଷ୍ଠା ବଂଶୀଧର ସାହୁ,ଡ୍ରାଇଭର ସଂଘ ଫୁଲବାଣୀ ବ୍ଲକ ସଭାପତି ଜ୍ୟୋତି ରଞ୍ଜନ ବିଶ୍ୱାଳ (ପପୁନି) ଖଜୁରୀ ପଡ଼ା ବ୍ଲକ ସଭାପତି ସଲିଳ କାନ୍ତ ବେହେରା, ଚକାପାଦ ସଭାପତି ରଞ୍ଜିତ୍ କହଁର,ଟିକାବାଲି ସଭାପତି କୁମୁଦ ପ୍ରଧାନ, ଜି.ଉଦୟଗିରି ସଭାପତି ଇସାକ୍ ନାୟକ,ରାଇକିଆ ସଭାପତି ସଞ୍ଜୟ ପ୍ରଧାନ, ଦାରିଙ୍ଗିବାଡି ସଭାପତି ଟୁକୁନା ପୂଜାରୀ,ବାଲିଗୁଡା ସଭାପତି ଦୁଃଶାସନ ନାୟକ,ତୁମୁଡ଼ି ବନ୍ଧ ସଭାପତି ଭଜମନ ସାହୁ,କୋଟଗଡ଼ ସଭାପତି ସନ୍ତୋଷ ସାହୁ,କେ. ନୂଆଗାଁ ସଭାପତି ଅନିଲ କୁମାର ସାହୁ,ଫିରିଙ୍ଗିଆ ସଭାପତି ପଦ୍ମ ଚରଣ ବେହେରା ଙ୍କ ସହ ଜିଲ୍ଲା ର ସମସ୍ତ ଡ୍ରାଇଭର ରାଲି ଶୋଭାଯାତ୍ରା ରେ ଯୋଗ ଦେଇ ଥିଲେ।
