ପୁରୀ: ପୁରୀଜିଲ୍ଲା ଶିକ୍ଷା ବିଭାଗରେ ବହୁ ଘୋଟାଲା ଚାଲିଥିବା ଚର୍ଚ୍ଚା ହେଉଛି । ୨୦୦୬ ମସିହାରେ ପୁରୀଜିଲ୍ଲାର ୭୮ ଜଣ ସିନିୟର ସେକେଣ୍ଡାରି ସେବା ଶିକ୍ଷକ ପ୍ରମୋଶନ ପାଇଁ ଲିଷ୍ଟ ବାହାରିଥିଲା । ରାଜ୍ୟ ଓ ଜିଲ୍ଲା ତାଲିକାରେ ଯେଉଁମାନେ ଯୋଗ୍ୟ ବିବେଚିତ ହୋଇଥିଲେ ସେମାନଙ୍କୁ ପଦନ୍ନୋତି ଦିଆନଯାଇ ଅର୍ଥ ରାବିଡି ବଳରେ ୩ଶହରୁ ୪ଶହ ତଳେ ଥିବା ଶିକ୍ଷକଙ୍କୁ ପଦୋନ୍ନତି ଦିଆଯାଇଥିବା ଅଭିଯୋଗ ହୋଇଛି । ଯେଉଁ ମାନେ ପ୍ରମୋଶନ ପାଇବାକୁ ମନା କରିଥିଲେ ସେମାନଙ୍କୁ ଏବେ ପ୍ରମୋଶନ ଦିଆଯାଇ ଥିବା ଅଭିଯୋଗ ହୋଇଛି । ଜିଲ୍ଲାରେ ଗୋଟିଏ ନିର୍ଦ୍ଦିଷ୍ଟ ଟିମ ଏହି ଘୋଟାଲାରେ ସାମିଲ ହୋଇ କୋଟି କୋଟି ଟଙ୍କା ଶତାଂଶ ଭାଗ ବଣ୍ଟା ନିତୀରେ ଚଳୁ କରିଦେଇଥିବା ଜିଲ୍ଲାରେ ଆଲୋଚ୍ୟ ବିଷୟ ହୋଇଛି । ଡାଇରେକ୍ଟର ଅଫ ସେକେଣ୍ଡାରି ଏଜୁକେସନ ଓଡ଼ିଶା ଭୁବନେଶ୍ୱର, ଚିଠି ନମ୍ବର ୩୩୪୩୯/ତାରିଖ ୩୧/୧୨/୨୫ରେ ସବୁ ଜିଲ୍ଲାର ଡିଇଓଙ୍କୁ ପ୍ରମୋଶନ ତାଲିକା ମାଗିଥିଲେ । ଜୁନିୟର ଏସଇଏସ ଆସିଷ୍ଟାଣ୍ଟ ଟିଚର (ଟିଜିଟି)ଙ୍କୁ ଫାଇନାଲ ଗ୍ରେଡ଼େସନ ତାଲିକା ପାଇଁ ଅନୁମତି ପତ୍ର ମଗା ଯାଇଥିଲା । ଜିଲ୍ଲା ଶିକ୍ଷା କାର୍ୟ୍ୟାଳୟ ପୁରୀ ମେମୋ ନମ୍ବର ୫୫/ତାରିଖ ୩/୦୧/୨୬ରେ ଜିଲ୍ଲାର ସମସ୍ତ ପ୍ରଧାନଶିକ୍ଷକଙ୍କୁ ଜଣାଇ ଦିଆଯାଇଥିଲା । ୧୦ ଏପ୍ରିଲ ୨୦୨୬ରେ ଡିପିସି ମିଟିଙ୍ଗ କରାଯାଇ ଫାଇନାଲ ତାଲିକା ଦିଆଯାଇଥିଲା । ଏଠାରେ ପ୍ରଶ୍ନ ଉଠେ ଯେ ଯେଉଁ ମାନଙ୍କ ୭୮ ତାଲିକାରେ ଥିଲା ସେମାନଙ୍କ ମଧ୍ୟରୁ କେତେ ଜଣଙ୍କୁ ପ୍ରମୋଶନ କରି ଅନ୍ୟମାନଙ୍କୁ ମୋଟା ଅଙ୍କର ଭିଟାମିନ ନେଇ ପଦୋନ୍ନତି କରିଥିବା ଚର୍ଚ୍ଚା ଯୋର ଧରିଛି । ଏଥିପ୍ରତି ଜିଲ୍ଲାପାଳ, ଶିକ୍ଷାମନ୍ତ୍ରୀ ଶିକ୍ଷା ନିର୍ଦ୍ଦେଶକ ଘଟଣାର ଅନୁଧ୍ୟାନ କରି ପ୍ରକୃତ ଶିକ୍ଷକଙ୍କୁ ପଦୋନ୍ନତି ଦେବା ପାଇଁ ଦାବି ହେଉଛି ।
