ବାଲିଗୁଡା : ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ସଭାଗୃହ ଠାରେ ପନ୍ଦର ତମ ସ୍ୱତନ୍ତ୍ର କାଉନସିଲ ବୈଠକ ଅନୁଷ୍ଠିତ ହୋଇଛି ।ଏନଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ ଙ୍କ ସଭାପତିତ୍ୱ ରେ ବୈଠକ ଅନୁଷ୍ଠିତ ହୋଇଛି ।ଏହି ବୈଠକ ରେ ଅଧ୍ୟକ୍ଷ ସମେତ ଉପାଧ୍ୟକ୍ଷା ଶାନ୍ତି କୁମାରୀ ନାୟକ ବିଧାୟକ ପ୍ରତିନିଧି ଅବନୀ କାନ୍ତ ନାୟକ କାର୍ଯ୍ୟ ନିର୍ବାହୀ ଅଧିକାରୀ ବିବେକାନନ୍ଦ ଦଳାଇ ସମେତ ଦଶ ଜଣ କାଉନସିଲର ଯୋଗ ଦେଇଥିଲେ। ଏନଏସି ଅଧ୍ୟକ୍ଷ ଙ୍କ ଅନୁମତି କ୍ରମେ ପୂର୍ବ କାଉନସିଲ ବୈଠକ ର ବିବରଣୀ ପାଠ କରିବା ସହିତ ଦୃଡ଼ି କରଣ କରାଯାଇ ଥିଲା। ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ବିବେକାନନ୍ଦ ଦଳାଇ କାଉନସିଲ ବୈଠକ ରେ ସମସ୍ତ ଙ୍କୁ ସ୍ୱାଗତ କରିବା ସହିତ ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମ୍ପର୍କ ରେ ଅଭିବ୍ୟକ୍ତ ରଖି ଥିଲେ। ଏହି ବୈଠକ ରେ ଦଶ ଜଣ କାଉନସିଲର ଉପସ୍ଥିତ ରହି ବାଲିଗୁଡା ଏନଏସି ର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ସମ୍ପର୍କ ରେ ଆଲୋଚନା କରାଯାଇଥିଲା।ଏହି ବୈଠକ ରେ ୧୩ ଟି ୱାର୍ଡ ର ରାସ୍ତା ଘାଟ, ଡ୍ରେନେଜ ସମସ୍ୟା, ସହର ପରିମଳ ବ୍ୟବସ୍ଥା ସୌନ୍ଦର୍ଯ୍ୟ କରଣ, ଆଲୋକିକରଣ ସମେତ ସହର ରେ ଥିବା ବିଭିନ୍ନ ସମସ୍ୟା ବିଷୟରେ ବିଷଦ ଆଲୋଚନା ହୋଇ ଥିଲା । ଏଥି ସହିତ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ନେଇ ଏହି ସ୍ୱତନ୍ତ୍ର କାଉନସିଲ ବୈଠକ ରେ ନିଷ୍ପତି ଗ୍ରହଣ କରାଯାଇ ଆଲୋଚନା ହୋଇଥିଲା ।ଏହି ବୈଠକ ରେ କାଉନସିଲର ସମେତ ସମସ୍ତ ଏନଏସି କର୍ମଚାରୀ ଉପସ୍ଥିତ ଥିଲେ ।
