ବାଲିଗୁଡା: ରୋମାନିଆ ବିଶ୍ୱ ଥିଏଟର ଫେଷ୍ଟିଭାଲ ରେ ସାନ୍ତାଳୀ ଭାଷା ରେ ସେକ୍ସପିଏର ନାଟକ ମଞ୍ଚସ୍ଥ କରି ଇତିହାସ ରଚିଥିବା କିସ୍ସ ର ଜନଜାତି ଛାତ୍ର ଛାତ୍ରୀ ଙ୍କୁ ବିପୁଳ ସମ୍ବର୍ଦ୍ଧନା । କନ୍ଧମାଳ ଜିଲ୍ଲା କ.ନୂଆଗାଁ କୁଡୁତୁଲି ଛକ ରେ କିସ୍ସ ର ଛାତ୍ର ଛାତ୍ରୀ ପହଂଚିବା ପରେ କିସ୍ସ ଅଭିଭାବକ ସଂଘ ଓ ସ୍ଥାନୀୟ ବାସିନ୍ଦା ଙ୍କ ପକ୍ଷରୁ ସ୍ୱାଗତ କରାଯିବା ସହ ଭବ୍ୟ ସମ୍ବର୍ଦ୍ଧନା ଦିଆ ଯାଇଥିଲା। ପାରମ୍ପରିକ ଆଦିବାସୀ ନୃତ୍ୟ ସହ ବାଦ୍ୟଯନ୍ତ୍ର ବଜାଇ ରୋମାନିଆ ରେ ଇତିହାସ ରଚିଥିବା କିସ୍ସ ଛାତ୍ର ଛାତ୍ରୀ ଙ୍କୁ ସ୍ଥାନୀୟ ଆଦିବାସୀ ସାଂସ୍କୃତିକ ଭ୍ୱନ ଯାଇଁ ପାଛୋଟି ନିଆଯାଇଥିଲା। ବାଲିଗୁଡା ବିଧାୟକ ଚକ୍ରମଣୀ କଂହର,କ.ନୂଆଗାଁ ବିଡ଼ିଓ ଶୁଭ୍ରାଞ୍ଜଳି ପ୍ରଧାନ, କ.ନୂଆଗାଁ ବ୍ଲକ ଅଧକ୍ଷ୍ୟା ସୁଲୋଚନା ଦଳବେହେରା, କ.ନୂଆଗାଁ ଜିଲ୍ଲା ପରିଷଦ ସଭ୍ୟା ଅନିତା ମଳିକ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ ସଫଳତା ହାସଲ କରିଥିବା କିସ୍ସ ଛାତ୍ର ଛାତ୍ରୀ ଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ତେବେ ରୋମାନିଆ ରେ ସାନ୍ତାଳୀ ଭାଷା ରେ ସେକ୍ସପିଏର ନାଟକ ମଞ୍ଚସ୍ଥ କରିଥିବା କିସ୍ସ କୀଟ ର କୋଡିଏ ଜଣ ଙ୍କ ମଧ୍ୟରେ କନ୍ଧମାଳ ଜିଲ୍ଲା କ.ନୂଆଗାଁ ଓ କୋଟଗଡ଼ ବ୍ଲକ ରୁ ଦୁଇ ଛାତ୍ର ଛାତ୍ରୀ ସାମିଲ ଥିବା ଗର୍ବ ର କଥା ବୋଲି କହିଛନ୍ତି ବାଲିଗୁଡା ବିଧାୟକ ଚକ୍ରମଣୀ କଂହର ଓ କ.ନୂଆଗାଁ ବିଡ଼ିଓ ଶୁଭ୍ରାଞ୍ଜଳି ପ୍ରଧାନ ।ତେବେ ଓଡିଶା ର ଜନଜାତି ସାନ୍ତାଳୀ ଭାଷା ରେ ନାଟକ ମଞ୍ଚସ୍ଥ କରି ନିଜ ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିବା ସହ ବିଶ୍ୱ ଦରବାର ରେ ଇତିହାସ ସୃଷ୍ଟି କରି ପାରିଥିବା ନେଇ କିସ୍ସ କୀଟ ର ପ୍ରତିଷ୍ଠାତା ଡ଼ଃ ଅଚ୍ୟୁତ ସାମନ୍ତ ଙ୍କୁ କୃତଜ୍ଞତା ଜଣାଇଥିଲେ ଉପସ୍ଥିତ ଅତିଥି ବୃନ୍ଦ, କିସ୍ସ ଅଭିଭାବକ ଓ ସ୍ଥାନୀୟ ବାସିନ୍ଦା । ସ୍ୱଦେଶ ଫେରିବା ପରେ ନିଜ ଜନ୍ମ ମାଟି ରେ ବିପୁଳ ସମ୍ବର୍ଦ୍ଧନା ପାଇଥିବା ନେଇ ବେଶ ଖୁସି ବ୍ୟକ୍ତ କରିଛନ୍ତି ଇତିହାସ ରଚିଥିବା କିସ୍ସ ର ଜନଜାତି ଛାତ୍ର ଛାତ୍ରୀ ।ଡ଼ଃ ଅଚ୍ୟୁତ ସାମନ୍ତ ଙ୍କ ଶିକ୍ଷାନୁଷ୍ଠାନ ରେ ପାଠ ପଡ଼ିଥିବା ର ସୁଯୋଗ ପାଇଥିବା ରୁ ଆଜି ବିଶ୍ୱ ଦରବାର ରେ ଓଡିଶା ର ସଂସ୍କୃତି ପରମ୍ପରା କୁ ସ୍ଥାନିତ କରିବା ରେ କୃତିତ୍ୱ ଅର୍ଜନ କରିପାରିଛୁ ବୋଲି ରୋମାନିଆ ରୁ ଫେରିଥିବା କିସ୍ସ ଛାତ୍ର ଛାତ୍ରୀ କହିଛନ୍ତି ।
