ନୂଆଦିଲ୍ଲୀ: ଦେଶରେ ଜନଗଣନା ୨୦୨୭ ପାଇଁ ୧୧ ହଜାର କୋଟି ଟଙ୍କାର ବଜେଟ୍କୁ କ୍ୟାବିନେଟ୍ରୁ ଅନୁମୋଦନ ମିଳିଛି। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, କେନ୍ଦ୍ର ମନ୍ତ୍ରିମଣ୍ଡଳ ଜନଗଣନା ୨୦୨୭ ପାଇଁ ୧୧,୭୧୮ କୋଟି ଟଙ୍କା ଅନୁମୋଦନ କରିଛି। ଅଶ୍ୱିନୀ ବୈଷ୍ଣବ ଏହି ମାମଲାର ସୂଚନା ଦେଇ କହିଛନ୍ତି ଯେ, ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ର ବୈଠକରେ କିଛି ପ୍ରମୁଖ ନିଷ୍ପତ୍ତି ନିଆ ଯାଇଛି। ଏଥିରେ ଜନଗଣନାକୁ ନେଇ ମଧ୍ୟ କିଛି ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆ ଯାଇଛି ଏବଂ ବୈଠକରେ ଏହି ପ୍ରକ୍ରିୟା ପାଇଁ ବଜେଟ୍କୁ ଅନୁମୋଦନ ଦିଆଯାଇଛି। କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ଜନଗଣନା ପାଇଁ ୧୧,୭୧୮ କୋଟି ଟଙ୍କାର ବଜେଟ୍ ଆପ୍ରୁଭ୍ କରାଯାଇଛି। କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ,୨୦୨୭ରେ ହେବାକୁ ଥିବା ଜନଗଣନା ପ୍ରଥମ ଡିଜିଟାଲ ଜନଗଣନା ହେବ। ସେ କହିଛନ୍ତି ଯେ, ଜନଗଣନା ୨୦୨୭ ଦୁଇଟି ପର୍ଯ୍ୟାୟରେ ଆୟୋଜିତ କରାଯିବ, ଯାହା ଅନୁସାରେ ଅପ୍ରେଲ ଓ ସେପ୍େଟମ୍ୱର ୨୦୨୬ ମଧ୍ୟରେ ଘରର ତାଲିକା ପ୍ରସ୍ତୁତ କରାଯିବ। ସେପଟେ ଫେବ୍ରୁଆରୀ ୨୦୨୭ରେ ଜନଗଣନା ଆରମ୍ଭ ହୋଇଯିବ। ଏହା ବ୍ୟତୀତ ଜାତିଗତ ଜନଗଣନା ମଧ୍ୟ ଏହାର ଅଂଶ ହେବ। ଏହା ପୂର୍ବରୁ ସରକାର ମଙ୍ଗଳବାର ଲୋକସଭାରେ କହିଥିଲେ ଯେ, ଜନଗଣନା ୨୦୨୭ରେ ବର୍ତ୍ତମାନ ସ୍ଥାନରେ ଲୋକଙ୍କର ରହିବାର ଅବଧି ଓ ପ୍ରବାସର କାରଣରୁ ସମ୍ୱନ୍ଧିତ ପ୍ରଶ୍ନ ମଧ୍ୟ ସାମିଲ ହେବ। ଗୃହ ରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଥିଲେ।
ଦେଶରେ ହେବ ପ୍ରଥମ ଡିଜିଟାଲ ଜନଗଣନା














Leave a Reply