ବାରିପଦା : ମୟୂରଭଞ୍ଜ ଜିଲ୍ଲା,ମୋରଡା ପଞ୍ଚାୟତ, ପାଞ୍ଚଗୁଛିଆ ଗ୍ରାମ ର ଶଙ୍କର ଧଣିକ ଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ତେବେ ଗତ କାଲି ଅଙ୍ଗନବାଡି କେନ୍ଦ୍ର ପଛ ପଟେ କେହି ଜଣେ ପଡ଼ିଥିବା ଦେଖି ଲୋକେ ଭୟଭୀତ ହୋଇପଡ଼ିଥିଲେ । ଅଙ୍ଗନବାଡି ପଛ ପଟ ଏକ ନିଛାଟିଆ ସ୍ଥାନ ହୋଇଥିବା ରୁ କାହାର ନଜର ପଡ଼ିନଥିଲା । ଖବର ପାଇ ଗ୍ରାମବାସୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । କିନ୍ତୁ ତାଙ୍କୁ ଉଠାଇବାକୁ କେହି ଚେଷ୍ଟା କରିନଥିଲେ । ସୂଚନାଯୋଗ୍ୟ ଯେ ପୂର୍ବରୁ ଶଙ୍କର ତାଙ୍କ ସ୍ତ୍ରୀ କୁ ହତ୍ୟା କରି ଜେଲ ଯାଇ ଫେରିବା ପରେ ଗାଁ ରେ ଏଣେ ତେଣେ ମାଗିଯାଚି ଚଳୁଥିଲେ । ଜେଲରୁ ଫେରିବା ପରେ ଗାଁ ରେ ଥିବା ଘର ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବାରୁ ଏଣେ ତେଣେ ରହୁଥିଲେ । ତେବେ ଗତକାଲି ପ୍ରବଳ ଗ୍ରୀଷ୍ମପ୍ରବାହ ହେଉଥିବା ରୁ ଅଂଶୁଘାତ ରେ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଗ୍ରାମର କିଛି ସହୃଦୟ ବ୍ୟକ୍ତିମାନେ ତାଙ୍କୁ ଉଦ୍ଧାର କରି କିଶାନତାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇ ତାଙ୍କର ଝିଅ କୁ ଖବର ଦେଇଥିଲେ । ତେବେ ଶଙ୍କର ଙ୍କ ଏକ ପୁଅ ଏବେ ଭଉଣୀ
ପାଖରେ ରହୁଥିବା ଜଣାପଡିଛି । ଯଦି ଅଂଶୁଘାତରେ ମୃତ୍ୟୁ ହୋଇଥାଏ ତେବେ ତାଙ୍କ ପୁଅ କୁ କ୍ଷିତିପୂରଣ ଦେବାକୁ ଦାବି ହୋଇଛି ।
