ଚଳିତ ବର୍ଷ ସୁପରଷ୍ଟାର ରଜନୀକାନ୍ତ ତାଙ୍କର ବହୁ ପ୍ରତୀକ୍ଷିତ ‘ଜେଲର ୨ ଫିଲ୍ମ ସହ ବଡ଼ ପରଦାକୁ ଫେରୁଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ସୁଦ୍ଧା ଫିଲ୍ମର ରିଲିଜ ଡେଟ୍ ଘୋଷଣା କରାଯାଇନାହିଁ । ତଥାପି ଏହାକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବଢ଼ିବାରେ ଲାଗିଛି । ଏଥି ସହିତ ରଜନୀକାନ୍ତ ତାଙ୍କର ଆଉ ଏକ ଆଗାମୀ ଫିଲ୍ମର ଟାଇଟଲ୍ ପ୍ରକାଶ କରିଛନ୍ତି । ଫିଲ୍ମର ନାଁ ଧର୍ମନ ରଖାଯାଇଛି । ଯେଉଁଥିରେ କମଲ ହାସନଙ୍କ ସହ ରଜନୀକାନ୍ତଙ୍କ ଅଭିନୟର ଯାଦୁ ଦେଖିବାକୁ ପାଇବେ ଦର୍ଶକ । ଏହି ଫିଲ୍ମରେ ରଜନୀକାନ୍ତ ଭୟଙ୍କର ଡାକ୍ତରଙ୍କ ଭୂମିକାରେ ନଜର ଆସିବେ । ଫିଲ୍ମର ପ୍ରଥମ ପୋଷ୍ଟରକୁ ଦର୍ଶକମାନେ ଖୁବ୍ ପସନ୍ଦ କରିଛନ୍ତି ।
କିନ୍ତୁ ଏବେ ନେଲସନ୍ ଦିଲୀପ କୁମାରଙ୍କ ନିର୍ଦ୍ଦେଶିତ ଜେଲର୍ ୨ ଫିଲ୍ମ ବିଷୟରେ ଆସନ୍ତୁ ଜାଣିବା । ଏହି ଫିଲ୍ମରେ ହ୍ରିତିକ୍ ରୋଶନ ଏକ କ୍ୟାମିଓ କରିବାକୁ ଯାଉଛନ୍ତି । ଯାହା ଖୁବ୍ ଆକର୍ଷଣୀୟ ହେବ ବୋଲି କୁହାଯାଉଛି । ନିକଟରେ ଅଭିନେତା ସୁଟିଂ ଶେଷ କରିଛନ୍ତି । ହ୍ରିତିକ୍ ଜୁନ୍ ୨୨ ଓ ୨୩ ତାରିଖରେ ଚେନ୍ନାଇରେ ୨ ଦିନ ପାଇଁ ସୁଟିଂ କରିଥିଲେ ବୋଲି ଏକ ରିପୋର୍ଟରୁ ଜଣାପଡିଛି । ଏହା ସହିତ ତାଙ୍କର ସୁଟିଂ ଶେଷ କରିଛନ୍ତି । ଯାହା ପ୍ରଶଂସକଙ୍କ ଉତ୍ସାହକୁ ଦ୍ବିଗୁଣିତ କରିଛି । ଏହି ଫିଲ୍ମରେ କଣ ସିକ୍ବେନ୍ସ ରହିଛି ତାହା ରିଲିଜ୍ ପରେ ହିଁ ଜଣାପଡିବ ।
ରିପୋର୍ଟ ଅନୁସାରେ ହ୍ରିତିକ୍ ରୋଶନ ଭୂମିକା ଯେତିକି ଗୁରୁତ୍ବପୂର୍ଣ୍ଣ ତାଙ୍କ ସିନଗୁଡିକ ମଧ୍ୟ ସେତିକି ଜବରଦସ୍ତ । ନେଲସନ୍ ଦିଲୀପ କୁମାରଙ୍କ ଜେଲର୍ ୨ ହ୍ରିତିକ୍ ରୋଶନଙ୍କ ପାଇଁ ଦମଦାର ଚରିତ୍ର ସୃଷ୍ଟି କରିଛନ୍ତି । ରଜନୀକାନ୍ତଙ୍କ ସହିତ ଥିବା ତାଙ୍କର ସିନଗୁଡିକ ଜବରଦସ୍ତ ରହିବ । ଜେଲର ୨ର ଏହି ଫିଲ୍ମ ସିନ୍ ଖୁବ୍ ହାଇଲାଇଟ୍ କରିବ ବୋଲି କୁହାଯାଉଛି । ହ୍ରିତିକଙ୍କ କ୍ୟାମିଓକୁ ଦର୍ଶକଙ୍କର ପ୍ରଶଂସା ମିଳିଛି ।
ଜେଲର ୨ ଫିଲ୍ମରେ ହ୍ରିତିକ୍ ରୋଶନଙ୍କ କ୍ୟାମିଓ ଏକ ଗୁରୁତ୍ବପୂର୍ଣ୍ଣ ମୋଡ଼ରେ ଆସିଛି । ଏହି ଫିଲ୍ମରେ ଏକ ଭିନ୍ନ ଅବତାରରେ ନଜର ଆସିବେ ହ୍ରିତିକ୍ ରୋଶନ । ବର୍ତ୍ତମାନ ତାଙ୍କ ଲୁକ୍ ରିଭିଲ୍ କରାଯାଇନାହିଁ । ଯାହା ଦର୍ଶକଙ୍କ ଉତ୍ସାହକୁ ବଢାଇ ଦେଇଛି । ସୁଟିଂ ସମୟରେ ନିର୍ମାତାମାନେ ସେଟରେ କଡ଼ା ସୁରକ୍ଷା ବ୍ୟବସ୍ଥା ବଜାୟ ରଖିଥିବା ଜଣା ପଡ଼ିଛି । ଏହା ବ୍ୟତୀତ, ଲିକ୍ ରୋକିବା ପାଇଁ “ନୋ-ଫୋନ୍” ପଲିସି ଫଲୋ କରାଯାଇଛି ।
