ମୁମ୍ବାଇ: ବରିଷ୍ଠ ଅଭିନେତା ନସିରୁଦ୍ଦିନ ଶାହ ଶନିବାର ଦିନ ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି। କ୍ୟାମ୍ପସ ହିଂସା ଘଟଣାକୁ ନେଇ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଥିବା ‘ସତ୍ୟଜିତ୍ ରାୟ ଫିଲ୍ମ ଆଣ୍ଡ ଟେଲିଭିଜନ୍ ଇନଷ୍ଟିଚ୍ୟୁଟ୍’ (SRFTI)ର ଛାତ୍ରଛାତ୍ରୀଙ୍କୁ ସେ ସମର୍ଥନ ଜଣାଇଛନ୍ତି। ଏହି ଅବସରରେ ସେ ବିଜେପି ଉପରେ ଅଭିଯୋଗ ଆଣି କହିଛନ୍ତି ଯେ, ଯେଉଁମାନେ ଦଳର ବିଚାରଧାରା ଓ ନୀତିକୁ ଗ୍ରହଣ କରନ୍ତି ନାହିଁ, ସେମାନଙ୍କ ଉପରେ ଦଳ ‘ପ୍ରତିଶୋଧ’ ନେଉଛି। କ୍ୟାମ୍ପସରେ ଘଟିଥିବା ହିଂସାକାଣ୍ଡକୁ ନେଇ ଉପ-କୁଳପତି ସନ୍ତୋଷ ଅଜମେରାଙ୍କ ଇସ୍ତଫା ଦାବିରେ ଝଜୠଞଓ ଛାତ୍ରଛାତ୍ରୀମାନେ ଗତ ଅକ୍ଟୋବର ୧୨ ତାରିଖରୁ ତାଙ୍କ କାର୍ଯ୍ୟାଳୟ ବାହାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଦେଇ ଆସୁଛନ୍ତି। ଫେସବୁକରେ ସେୟାର କରାଯାଇଥିବା ଏକ ଭିଡିଓରେ ଶାହ ଅଭିଯୋଗ କରିଛନ୍ତି ଯେ, ଚଳିତ ବର୍ଷ ଆରମ୍ଭରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ‘କୌଶଳପୂର୍ଣ୍ଣ ବିଜୟ’ହାସଲ କରିବା ପରେ, ବିଜେପି ଏବେ SRFTI ଛାତ୍ରଛାତ୍ରୀଙ୍କୁ ନିଜର ପ୍ରତିଶୋଧ ପରାୟଣତାର ଶିକାର ବନାଉଛି। ଶାହ କହିଛନ୍ତି, “ନମସ୍କାର, ଆଦାବ୍, ମୁଁ ନସିରୁଦ୍ଦିନ ଶାହ। ବଙ୍ଗଳା ନିର୍ବାଚନରେ କୌଶଳପୂର୍ଣ୍ଣ ବିଜୟ ପରେ, ଏହି ‘ବ୍ଲଡି ଜୁଠି ପାର୍ଟି’ (ଅର୍ଥାତ୍ ମିଛୁଆ ଦଳ) ବର୍ତ୍ତମାନ ସେହି ସମସ୍ତଙ୍କ ଉପରେ ପ୍ରତିଶୋଧ ନେବାକୁ ଚାହୁଁଛି, ଯେଉଁମାନେ ସେମାନଙ୍କ ବିଚାରଧାରା ଓ ନୀତିକୁ ଗ୍ରହଣ କରନ୍ତି ନାହିଁ।” ସେ ଆହୁରି ମଧ୍ୟ କହିଛନ୍ତି, “ଏହି ପ୍ରତିଶୋଧ ପରାୟଣତାର ସଦ୍ୟତମ ଶିକାର ହେଉଛନ୍ତି ‘ସତ୍ୟଜିତ୍ ରାୟ ଫିଲ୍ମ ଆଣ୍ଡ ଟେଲିଭିଜନ୍ ଇନଷ୍ଟିଚ୍ୟୁଟ୍’ର ଛାତ୍ରଛାତ୍ରୀ, ଯେଉଁମାନେ ଭବିଷ୍ୟତର ଚଳଚ୍ଚିତ୍ର ନିର୍ମାତା ହେବାକୁ ଲକ୍ଷ୍ୟ ରଖିଛନ୍ତି। ପ୍ରଶାସନ ନିକଟରୁ ଉତ୍ତରଦାୟିତ୍ୱ ଦାବି କରିବାର ପ୍ରତିବଦଳରେ, ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି। ସେପ୍ଟେମ୍ବର ୨୭ ତାରିଖରେ ଏକ କାର୍ଯ୍ୟକ୍ରମ ସମୟରେ ଛାତ୍ର ଏବଂ ଆରଏସଏସ-ସମ୍ପର୍କିତ ଗ୍ରାହକ ସଚେତନତା ଗୋଷ୍ଠୀ ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ (ଏବିଜିପି)ର ସଦସ୍ୟମାନଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ବଙ୍ଗୀୟ ହିନ୍ଦୁ ଜାଗରଣ ମଞ୍ଚର ସଦସ୍ୟମାନଙ୍କ ଦ୍ୱାରା ଆୟୋଜିତ ଏକ ପ୍ରତିବାଦ ସମୟରେ ଅକ୍ଟୋବର ୪ ତାରିଖରେ କ୍ୟାମ୍ପସରେ ଆଉ ଏକ ଧସ୍ତାଧସ୍ତି ହୋଇଥିଲା। ପୋଲିସ ସେମାନଙ୍କୁ ଅଟକାଇବା ପରେ କିଛି ପ୍ରତିବାଦକାରୀ ପ୍ରତିଷ୍ଠାନର ଗେଟ୍ ଖୋଲିବାକୁ ଜୋର ଜବରଦସ୍ତି ଚେଷ୍ଟା କରିଥିବା ଜଣାପଡ଼ିଛି। ଅକ୍ଟୋବର ୧୬ ତାରିଖରେ ଜାରି ହୋଇଥିବା ଏକ ନୋଟିସରେ, ଝଜୠଞଓ ନଭେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଏହାର ଫିଲ୍ମ, ଇଲେକ୍ଟ୍ରୋନିକ୍ ଏବଂ ଡିଜିଟାଲ୍ ମିଡିଆ ବିଭାଗରେ ନିୟମିତ ଶିକ୍ଷାଗତ କାର୍ଯ୍ୟକଳାପକୁ ସ୍ଥଗିତ ରଖିଥିଲା ଏବଂ ଛାତ୍ରମାନଙ୍କୁ ୨୪ ଘଣ୍ଟା ମଧ୍ୟରେ କ୍ୟାମ୍ପସ୍ ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲା। ଅକ୍ଟୋବର ୨୧ ତାରିଖ ପର୍ଯ୍ୟନ୍ତ ପ୍ରତିଷ୍ଠାନ ପୂଜା ଛୁଟିରେ ଥିଲା। ତଥାପି, କ୍ୟାମ୍ପସ୍ ସୁରକ୍ଷା ଉପରେ ଚିନ୍ତା ଏବଂ ହିଂସା ଘଟଣା ପାଇଁ ଦାୟିତ୍ୱ ଦାବି କରି ବିକ୍ଷୋଭକାରୀ ଛାତ୍ରମାନେ ଧାରଣା ଜାରି ରଖିବାର ନିଷ୍ପତ୍ତିରେ ଅଟଳ ରହିଛନ୍ତି
