ଭଂଜନଗର: ମୁଣ୍ଡରେ ପଥର ଛେଚି, ବୃଦ୍ଧଙ୍କୁ ହତ୍ୟା । ଗଂଜାମ ଜିଲ୍ଲା ତାରାସିଙ୍ଗି ଥାନା ଅନ୍ତର୍ଗତ ବଦାଙ୍ଗି ଗାଁରେ ଘଟିଛି ଏଭଳି ହତ୍ୟାକାଣ୍ଡ । ମୃତକ ହେଉଛି ଏହି ଗାଁର ଗୈ।ଡ଼ସାହି ର ତ୍ରିନାଥ ଗୈ।ଡ଼ । ଘରେ ସେ ଏକାକୀ ରହୁଥିଲେ । ଏହି ସମୟରେ ଦୁର୍ବୃତ୍ତ ତାଙ୍କ ମୁଣ୍ଡରେ ପଥର ଛେଚି ହତ୍ୟା କରିଥିଲା । ପରେ ସେହି ଗାଁରେ ଅନ୍ୟଏକ ଘରେ ରହୁଥିବା ତାଙ୍କ ପୁଅ ଜାଣିବା ପରେ, ତାରାସିଙ୍ଗି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି, ମୃତ ଦେହକୁ ଜବତ କରିଥିଲା ପୋଲିସ । ଏ ସଂକ୍ରାନ୍ତରେ ଏକ ହତ୍ୟା ମାମଲା ରୁଜୁ କରି, ଅଭିଯୁକ୍ତକୁ ଖୋଜୁଛି ପୋଲିସ । ତେବେ ହତ୍ୟା ର କାରଣ ଅସ୍ପଷ୍ଟ ରହିଥିବା, ଥାନାଧିକାରୀ ଶୁଭଲକ୍ଷ୍ମୀ ପୂଜାରୀ କହିଛନ୍ତି ।
