ହିନ୍ଦୋଳ: ବଣୁଆ ମଇଁଷି ଆକ୍ରମଣରେ ମହିଳାଙ୍କ ମୃତ୍ୟୁଘଟିଛି। ସୂଚନା ଅନୁଯାୟୀ ହିନ୍ଦୋଳ ବନାଞ୍ଚଳ ରାସୋଳ ଥାନା ବମ୍ପା ପଞ୍ଚାୟତ ଅନ୍ତର୍ଗତ ଦେହୁରୀ ସାହିର ରବି ରାଉତଙ୍କ ସ୍ତ୍ରୀ ସୌଦାମିନୀ ରାଉତ (୬୫) ଗତକାଲି ଗୁରୁବାର ଗ୍ରାମ ନିକଟସ୍ଥ ଜଙ୍ଗଲକୁ କାଜୁସଂଗ୍ରହ କରିବାକୁ ଯାଇଥିବାବେଳେ ବଣୁଆ ମଇଁଷି ଆକ୍ରମଣର ଶିକାର ହୋଇଥିଲେ । ପରିବାରଲୋକେ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନେଇଥିବାବେଳେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁଘଟିଛି। ଫଳରେ ଗ୍ରାମରେ ଶୋକରଲହରୀ ଖେଳିଯାଇଛି।
