ପୁରୀ: ପୁରୀବାସୀଙ୍କ ଶ୍ରୀମନ୍ଦିର ପ୍ରବେଶ ଓ ସୁବିଧାରେ ଦର୍ଶନ ପାଇଁ ସ୍ୱତନ୍ତ୍ର ଓ ସ୍ଥାୟୀ ବ୍ୟବସ୍ଥା ଦାବିରେ ଜାରି ରହିଥିବା ସଚେତନତା ପଦଯାତ୍ରା ଆଜି ୨୧୮ ଦିନରେ ପହଞ୍ଚିଛି। ଏପ୍ରିଲ ୧ ଉତ୍କଳ ଦିବସରୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ ପ୍ରତିଦିନ ସିଂହଦ୍ୱାର ସମ୍ମୁଖରେ ପୁରୀବାସୀ ଏକତ୍ରିତ ହୋଇ ନିଜ ନ୍ୟାଯ୍ୟ ଦାବି ଜଣାଇଆସୁଛନ୍ତି। ଦୀର୍ଘ ୨୧୮ ଦିନ ପରେ ମଧ୍ୟ ଦାବିର ସ୍ଥାୟୀ ସମାଧାନ ହୋଇନଥିଲେ ହେଁ ଆନ୍ଦୋଳନକାରୀଙ୍କ ସଂକଳ୍ପ ଅଟଳ ରହିଛି।

ପଦଯାତ୍ରାର ଆବାହକ ସ୍ୱାଧୀନ କୁମାର ପଣ୍ଡା କହିଛନ୍ତି ଯେ, ଶ୍ରୀମନ୍ଦିର ପୁରୀବାସୀଙ୍କ ଧାର୍ମିକ ଭାବନା, ପରମ୍ପରା ଓ ସାଂସ୍କୃତିକ ଜୀବନ ସହ ଜଡ଼ିତ। ତେଣୁ ସ୍ଥାନୀୟ ନାଗରିକଙ୍କ ପାଇଁ ସମ୍ମାନଜନକ ଓ ସ୍ଥାୟୀ ଦର୍ଶନ ବ୍ୟବସ୍ଥା କରିବାକୁ ସରକାର ଓ ମନ୍ଦିର ପ୍ରଶାସନ ତୁରନ୍ତ ପଦକ୍ଷେପ ନିଅନ୍ତୁ। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଗାନ୍ଧୀବାଦୀ ଅହିଂସା ଓ ସତ୍ୟାଗ୍ରହ ପଥରେ ଆନ୍ଦୋଳନ ଜାରି ରହିବ।

ଆଜିର ପଦଯାତ୍ରାରେ ଶିବସୁନ୍ଦର ମିଶ୍ର, ହରିଶଙ୍କର ମିଶ୍ର, ସୁକାନ୍ତ ପଣ୍ଡା, ବିଶ୍ୱନାଥ ମିଶ୍ର, କାହ୍ନୁ ଚରଣ ପ୍ରଧାନ, ଅଞ୍ଜୁବାଳା ମହାନ୍ତି, ପ୍ରଣତୀ ରାୟ, ସୀତା ନାୟକ, ବେବି ଚୌଧୁରୀ, ରୋଜାଲିନ ବେହେରା, ଶ୍ରାବଣୀ ଦାସ, ମମତା ସ୍ୱାଇଁ, କିଶୋର ଚନ୍ଦ୍ର ଦାସ, ରମେଶ ଚନ୍ଦ୍ର ମହାନ୍ତି, ପ୍ରକାଶ ଚନ୍ଦ୍ର ନାୟକ, ସନ୍ତୋଷ ସେନାପତି, ମନୋରଞ୍ଜନ ରଣସିଂହ, ଶିଶିରକାନ୍ତ ଶତପଥୀ, ବରୁଣ ମହାପାତ୍ର, ରୋମେଶ କୁମାର ମିଶ୍ର, ବାପିନା ସାମନ୍ତରାୟ, ରଶ୍ମୀରଞ୍ଜନ ପାତ୍ର, ସୁବାସ ପଟ୍ଟନାୟକ ଓ ମାନସ ପଟ୍ଟନାୟକଙ୍କ ସମେତ ବହୁ ନାଗରିକ ସାମିଲ ହୋଇଥିଲେ।
