ବାରିପଦା; ଆଜି ୪ ତାରିଖ,ସେଙ୍ଗେଲ ଦିଶୋମ ପାର୍ଗାନା ସୋନାରାମ ସୋରେନଙ୍କ ଅଧ୍ୟକ୍ଷତାରେ ଆଦିବାସୀ ସେଙ୍ଗେଲ ଅଭିଯାନ କେନ୍ଦ୍ରୀୟ କମିଟିର ଏକ ଭର୍ଚୁଆଲ ମିଟିଂ ମାଧ୍ୟମରେ ଆସନ୍ତା କାଲି ତା.୦୫.୧୧.୨୦୨୬ ରିଖ ଠାରୁ ଏକ ସପ୍ତାହ ପର୍ଯ୍ୟନ୍ତ ଧାଳ୍ ଦିଶୋମ ମାଝୀ ପାର୍ଗାନା ମହଲ, ମାରାଂବୁରୁ ବଞ୍ଚାଅ ସଂଘର୍ଷ ମୋର୍ଚ୍ଚା ସହିତ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରି ସମଗ୍ର ୭ (ସାତ) ଗୋଟି ପ୍ରଦେଶରେ ବିରୋଧ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ଓଡ଼ିଶା ସେଙ୍ଗେଲ ରାଜ୍ୟ ସଭାପତି ନାରାନ ମୁର୍ମୁ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି । କାରଣ, ଧାଳ୍ ଦିଶୋମ ମାଝୀ ପାରଗାନା ମହଲ ଏବଂ ମାରାଂବୁରୁ ବଞ୍ଚାଅ ସଂଘର୍ଷ ମୋର୍ଚ୍ଚା ଦୁଇଟି ସଂଗଠନ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ଗୁତି (ବେଠିଆ) ଶ୍ରମିକ ଅଟନ୍ତି ବୋଲି ଅଭିଯୋଗ ହୋଇଛି ।
ପ୍ରମାଣ ସ୍ୱରୂପ ବିଗତ ଘାଟଶିଳା ଉପନିର୍ବାଚନ ୨୦୨୫ ରେ ମାଝୀ ପାର୍ଗାନା ମହଲ ପକ୍ଷରୁ ଜେ ଏମ ଏମ ପ୍ରାର୍ôଥ ସୋମେଶ ଚନ୍ଦ୍ର ସୋରେନଙ୍କୁ ଖୋଲାଖୋଲି ଭାବରେ ସମର୍ଥନ ଦେଇଥିଲେ ଏବଂ ଜେ ଏମ ଏମ ପାର୍ଟି ନିଜର କଳାକାରନାମା ଲୁଚାଇବା ପାଇଁ ବର୍ତ୍ତମାନ ଝାଡ଼ଖଣ୍ଡ ସରକାରରେ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପାଇଥିବା ଫାଗୁ ବେସ୍ରାଙ୍କ ଦ୍ୱାରା “ମାରାଂବୁରୁ ବଞ୍ଚାଅ ସଂଘର୍ଷ ମୋର୍ଚ୍ଚା” ନାମକ ଏକ ସଂଗଠନ ଗଠନ କରାଇ ତା.୦୫.୧୧.୨୦୨୬ ରେ ମରାଂବୁରୁ ଠାରେ ହେମନ୍ତ ସୋରେନଙ୍କୁ ମୁଖ୍ୟ ଅତିଥି ଭାବରେ ନିମନ୍ତ୍ରଣ କରିବା ଉକ୍ତ ଦୁଇଗୋଟି ସଂଗଠନ ନିଜେ ଜେ ଏମ ଏମ ର ଗୁତି ବେଠିଆ ଶ୍ରମିକ ବୋଲି ପ୍ରମାଣ ଦେଇଛନ୍ତି । ତେଣୁ ଉକ୍ତ ଦୁଇଗୋଟି ସଂଗଠନ ଜେ ଏମ ଏମ ର କଳା କାରନାମାକୁ ଲୁଚାଇବା ଏବଂ ଆଦିବାସୀ ସମାଜକୁ ଦିଗଭ୍ରମିତ କରିବାର ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ଅଟେ ବୋଲି ଶ୍ରୀ ମୁର୍ମୁ ପ୍ରେସ ବିବୃତିରେ କହିଛନ୍ତି । କାରଣ, ତା.୦୫.୦୧.୨୦୨୩ ରେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମାରାଂବୁରୁ (ପାରସନାଥ ପର୍ବତ)କୁ ଜୈନମାନଙ୍କର ଏକ ପବିତ୍ର ତୀର୍ଥସ୍ଥଳ ବୋଲି ଦର୍ଶାଇ କେନ୍ଦ୍ର ସରକାରଙ୍କୁ ଲିଖିତ ଭାବରେ ହସ୍ତାନ୍ତର କରିଥିଲେ । ଯାହାକି ଏହା ଆଦିବାସୀ ସାନ୍ତାଳ ସମାଜର ସବୁଠାରୁ ବଡ ଧାର୍ମିକ ଆସ୍ଥା କେନ୍ଦ୍ର ସହିତ ବିଶ୍ୱାସଘାତକତା ଥିଲା । ତେବେ ମାରାଂବୁରୁଙ୍କୁ ବିକ୍ରି କରିଥିବା ମୁଖ୍ୟମନ୍ତ୍ରୀଙ୍କୁ କାହିଁକି ସେଠାରେ ମୁଖ୍ୟ ଅତିଥି ବୋଲି ପ୍ରଶ୍ନ ଉଠାଇଛନ୍ତି । ଅତଏବ ଆଦିବାସୀ ସେଙ୍ଗେଲ ଅଭିଯାନ ଜନସାଧାରଣଙ୍କୁ ଅପିଲ କରିଛି ଯେ ଏହିପରି ଔଗଗ ର ଗୁତି-ବେଠିଆ ସଂଗଠନର ପ୍ରଲୋଭନ ଏବଂ ଭ୍ରମାତ୍ମକ ପ୍ରଚାରରେ ପଡନ୍ତୁ ନାହିଁ ବୋଲି କୁହାଯାଇଛି । ଉକ୍ତ ଦୁଇଟି ସଂଗଠନ, ମାରାଂବୁରୁଙ୍କୁ ବଞ୍ଚାଇବା ପରିବର୍ତ୍ତେ ଔଗଗ ର ଭୋଟ ବ୍ୟାଙ୍କକୁ ବଞ୍ଚାଇବାରେ ଲାଗିଛନ୍ତି । ଆଦିବାସୀଙ୍କର ମାରାଂବୁରୁକୁ ବଞ୍ଚାଇବା ପାଇଁ ହେଲେ ଶତ୍ରୁ ଏବଂ ମିତ୍ରଙ୍କୁ ଚିହ୍ନିବାକୁ ପଡ଼ିବ । ତତସହିତ ଆଦିବାସୀଙ୍କୁ ଧୋକା ଦେବାର ନାଟକ ବନ୍ଦ କରିବାକୁ ନାରାନ ମୁର୍ମୁ କଡାକଡି ଭାବରେ ଉକ୍ତ ଦୁଇ ସଂଗଠନର କାର୍ଯ୍ୟକର୍ତ୍ତାଙ୍କୁ ପ୍ରେସ ବିବୃତି ରେ କହିଛନ୍ତି । ତେଣୁ ପ୍ରଥମେ ମାରାଂବୁରୁଙ୍କୁ ଜୈନମାନଙ୍କ କବଳରୁ ମୁକ୍ତ କରାଯାଇ ଭାରତର ଆଦିବାସୀମାନଙ୍କୁ ହସ୍ତାନ୍ତର କରାଯାଉ ବୋଲି ସାଧାରଣରେ ଦାବି କରାଯାଇଛି । ଭର୍ଚୁଆଲ ମିଟିଂରେ ଝାରଖଣ୍ଡ ପ୍ରଦେଶ ସେଙ୍ଗେଲ ସଭାପତି ଦେବନାରାୟଣ ମୁର୍ମୁ, ଝାରଖଣ୍ଡ ପ୍ରଦେଶ ପାର୍ଗାନା ଜୁନିଅର ମୁର୍ମୁ, ବଙ୍ଗାଲ ପ୍ରଦେଶ ସଭାପତି ଲଖିନାରାୟଣ କିସ୍କୁ, ସାର୍ନା ଧର୍ମ କେନ୍ଦ୍ରୀୟ ସଭାପତି ଗଣେଶ ଚନ୍ଦ୍ର ମୁର୍ମୁ, ମୋହନ ହାଁସଦାଃ, ଆସାମ ପ୍ରଦେଶ ସଭାପତି ସୋହନ ହେମ୍ବ୍ରମ, ବିହାର ରାଜ୍ୟରୁ ସୁଷମା ଚଣେଁ, ଲାଲ ମୁର୍ମୁ, ମୟୂର୍ଭଞ୍ଜ ଜିଲ୍ଲା ଯୁବ ସଭାପତି ଉଦୟନାଥ ହେମ୍ବ୍ରମ ଆଦି ମୁଖ୍ୟ ନେତାମାନେ ଉପସ୍ଥିତ ଥିଲେ ।
